Advertisment

କ୍ୟାନ୍‌ସର ପରେ ଏବେ ଏଡସ୍‌! ମାତ୍ର ଗୋଟିଏ ଟିକାରେ ଭଲ ହୋଇଯିବ ରୋଗ

ନୂଆଦିଲ୍ଲୀ: କ୍ୟାନ୍‌ସପର ପରେ ଏବେ ଭଲ ହୋଇଯିବ ମାରାତ୍ମକ ଏଡସ୍‌। ମାତ୍ର ଗୋଟିଏ ଡୋଜରେ ସମ୍ପୂର୍ଣ୍ଣ ଭଲ ହୋଇଯିବେ ରୋଗୀ। ଏନେଇ ବୈଜ୍ଞାନିକମାନେ ଦାବି କରିଛନ୍ତି। ବୈଜ୍ଞାନିକମାନେ ଏକ ଏଭଳି ଟିକା ତିଆରି କରିବାରେ ସଫଳତା ହାସଲ କରିଛନ୍ତି, ଯାହାର କେବଳ ଗୋଟିଏ ଡୋଜ୍‌ରେ ସମୂଳେ ଧ୍ୱଂସ ହୋଇଯିବ ଏହି ମାରାତ୍ମକ ଭୂତାଣୁ। ଇସ୍ରାଏଲର ତେଲ ଅବିବ ୟୁନିର୍ଭସିଟିର ବୈଜ୍ଞାନିକଙ୍କ ଦ୍ୱାରା ଏହି ଟିକାକୁ ତିଆରି କରାଯାଇଛି, ଯାହାର ଲ୍ୟାବ୍‌ ରେଜଲ୍ଟ ବେଶ୍‌ ସଫଳ ରହିଛି। ବୈଜ୍ଞାନିକମାନେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କ୍ୟାନ୍‌ସର ପରେ ଏବେ ଏଡସ୍‌! ମାତ୍ର ଗୋଟିଏ ଟିକାରେ ଭଲ ହୋଇଯିବ ରୋଗ

HIV AIDS

ନୂଆଦିଲ୍ଲୀ: କ୍ୟାନ୍‌ସପର ପରେ ଏବେ ଭଲ ହୋଇଯିବ ମାରାତ୍ମକ ଏଡସ୍‌। ମାତ୍ର ଗୋଟିଏ ଡୋଜରେ ସମ୍ପୂର୍ଣ୍ଣ ଭଲ ହୋଇଯିବେ ରୋଗୀ। ଏନେଇ ବୈଜ୍ଞାନିକମାନେ ଦାବି କରିଛନ୍ତି। ବୈଜ୍ଞାନିକମାନେ ଏକ ଏଭଳି ଟିକା ତିଆରି କରିବାରେ ସଫଳତା ହାସଲ କରିଛନ୍ତି, ଯାହାର କେବଳ ଗୋଟିଏ ଡୋଜ୍‌ରେ ସମୂଳେ ଧ୍ୱଂସ ହୋଇଯିବ ଏହି ମାରାତ୍ମକ ଭୂତାଣୁ।

Advertisment

ଇସ୍ରାଏଲର ତେଲ ଅବିବ ୟୁନିର୍ଭସିଟିର ବୈଜ୍ଞାନିକଙ୍କ ଦ୍ୱାରା ଏହି ଟିକାକୁ ତିଆରି କରାଯାଇଛି, ଯାହାର ଲ୍ୟାବ୍‌ ରେଜଲ୍ଟ ବେଶ୍‌ ସଫଳ ରହିଛି। ବୈଜ୍ଞାନିକମାନେ ଶୀରରେ ଥିବା ଟାଇପ୍‌-ବି ଧଳା ରକ୍ତର କୋଷିକାର ଜିନ୍‌ରେ କିଛି ପରିବର୍ତ୍ତନ କରିଥିଲେ, ଯାହା ଏଚ୍‌ଆଇଭି ଭୂତାଣୁ ନଷ୍ଟ କରିଦେଇଥିଲା। ଏହି ସଫଳତାରୁ ଏଚ୍‌ଆଇଭି ଏଡସ୍‌ ଭଳି ମାରାତ୍ମକ ଭାଇରସର ମଧ୍ୟ ଏବେ ଦୂର ହୋଇଯିବ ବୋଲି ଆଶା କରାଯାଉଛି।

3,504 Hiv Vaccine Stock Photos, Pictures & Royalty-Free Images - iStock

ଏଚ୍‌ଆଇଭି-ଏଡସ୍‌ର ବର୍ତ୍ତମାନ ଯାଏ କୌଣସି ସଫଳ ଚକିତ୍ସ ଉପଲବ୍ଧ ନାହିଁ। ତେବେ କେବଳ ଔଷଧ ଦ୍ୱାରା ଏହି ରୋଗ ବ୍ୟାପିବାରେ ରୋକାଯାଇପାରୁଛି। ଫଳରେ ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତି ଦୀର୍ଘ ସମୟ ଧରି ଜୀବିତ ରହିପାରୁଛନ୍ତି। ଏହି ଏଚ୍‌ଆଇଭି ହ୍ୟୁମନ ଇମ୍ୟୁନୋଡେଫିସିଏନ୍ସି ଭାଇରସ ଦ୍ୱାରା ବ୍ୟାପେ। ଏହି ଭାଇରସ ଶରୀରର ଇମ୍ୟୁନ ସିଷ୍ଟମ ଉପରେ ଆକ୍ରମଣ କରେ।

Advertisment

ଏକ ରିପୋର୍ଟ ମୁତାବକ, ୨୦୨୦ରେ ପର୍‌ରା ୩.୭ କୋଟି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ, ସଂକ୍ରମିତ ରକ୍ତ, ସଂକ୍ରମିତ ବ୍ୟକ୍ତିଙ୍କ ବ୍ୟବହାର ହୋଇଥିବା ଛୁଞ୍ଚିର ବ୍ୟବହାର ଓ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ଗର୍ଭବତୀ ମା'ଙ୍କ ଠାରୁ ଛୁଆକୁ ବ୍ୟାପିଥାଏ।

ଏହି ରୋଗର ସଫଳ ଚିକିତ୍ସା ପାଇଁ ଡ. ଆଦି ବାର୍ଲେଜଙ୍କ ଅଧ୍ୟକ୍ଷତାରେ ଏକ ବୈଜ୍ଞାନିକଙ୍କ ଟିମ୍‌ 'ବି' କୋଷିକାର ବ୍ୟବହାର କରିଥିଲେ। ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଏହି କୋଷିକା ଆମ ଶରୀରରେ ଭାଇରସ ଏବଂ ମାରାତ୍ମକ ବ୍ୟାକ୍ଟେରିଆ ସହ ଲଢ଼ିବା ପାଇଁ ଆଣ୍ଟିବଡି ଉତ୍ପନ୍ନ କରିଥାଏ। ଏହି ଧଳା କୋଷିକା ବୋନ୍‌ ମେରୋରୁ ତିଆରି ହୁଏ। ପରପକ୍ୱ ହେବା ପରେ ଏହା ରକ୍ତ ଜରିଆରେ ଆମ ଶରୀରକୁ ପହଞ୍ଚି ଥାଏ।

ବୈଜ୍ଞାନିକମାନେ ଏହି 'ବି' କୋଷିକାର ଜିନ୍‌ରେ ପରିବର୍ତ୍ତନ କରି ଏଚ୍‌ଆଇଭି ଭାଇରସର କିଛି ଅଂଶ ସହ ଯୋଗାଯୋଗ କରିଥିଲେ। ଏହାଦ୍ୱାରା ଏଚ୍‌ଆଇଭି ଭାଇରସ ନଷ୍ଟ ହେଉଥିବା ଦେଖିବାକୁ ମିଳିଥିଲା। ଏହା ଏଚ୍‌ଇଭି ଭାଇରସ ସହ ମୁକାବିଲା କରିବା ସହ ଶରୀରରେ ଆଣ୍ଟିବଡି ବଢ଼ାଇଥିଲା।

ମେଡିକାଲ୍ ଜର୍ନାଲ୍ ଏହି ଆଣ୍ଟିବଡିଗୁଡ଼ିକୁ ନିରାପଦ, ଶକ୍ତିଶାଳୀ ଏବଂ କାର୍ଯ୍ୟକ୍ଷମ ବୋଲି ବର୍ଣ୍ଣନା କରିଛି। ଏହା କେବଳ ସଂକ୍ରାମକ ରୋଗର ନୁହେଁ ବରଂ କ୍ୟାନ୍‌ସର ଏବଂ ଅଟୋଇମ୍ୟୁନ ରୋଗର ଚିକିତ୍ସାରେ ମଧ୍ୟ ପ୍ରଭାବଶାଳୀ ହୋଇପାରେ ବୋଲି କୁହାଯାଇଛି।