Advertisment

ମୋମୋ ଖାଉଛନ୍ତି କି? ହୋଇପାରେ ମାରାତ୍ମକ

ସାଧାରଣତଃ ଫାଷ୍ଟଫୁଡ୍‌ ସମସ୍ତଙ୍କୁ ଭାରି ପସନ୍ଦ। ଫାଷ୍ଟଫୁଡ ଯିଏ ଥରେ ଖାଇଛି ସେ ତା’ ମୋହରେ ପଡିଛି। ପ୍ରତିଦିନ ଫାଷ୍ଟଫୁଡ୍‌ ଖାଇବା ପାଇଁ ଫାଷ୍ଟଫୁଡ୍‌ ପ୍ରେମୀ ନିଶ୍ଚିତ ରୂପେ ସମୟ ବାହାର କରିନିଅନ୍ତି। ଫାଷ୍ଟଫୁଡ ମଧ୍ୟରେ ଅଧିକାଂଶ ଲୋକପ୍ରିୟ ହେଉଛି ମୋମୋ। ଏହାକୁ ଛୋଟ ପିଲାଠାରୁ ଆରମ୍ଭ କରି ବଡ ସମସ୍ତେ ଖାଇବା ପାଇଁ ଏକପ୍ରକାର ପାଗଳ। ବଜାରରେ ମୋମୋର ଚାହିଦା ଢ଼େର ଅଧିକା।ପ୍ରତିଟି ଫାଷ୍ଟଫୁଡ ବଜାରର ମୋମୋ ଷ୍ଟଲ୍‌ରେ ଅଧିକ ଭିଡ ଜମେ। ତେବେ ମୋମୋ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ମୋମୋ ଖାଉଛନ୍ତି କି? ହୋଇପାରେ ମାରାତ୍ମକ

momos

ସାଧାରଣତଃ ଫାଷ୍ଟଫୁଡ୍‌ ସମସ୍ତଙ୍କୁ ଭାରି ପସନ୍ଦ। ଫାଷ୍ଟଫୁଡ ଯିଏ ଥରେ ଖାଇଛି ସେ ତା' ମୋହରେ ପଡିଛି। ପ୍ରତିଦିନ ଫାଷ୍ଟଫୁଡ୍‌ ଖାଇବା ପାଇଁ ଫାଷ୍ଟଫୁଡ୍‌ ପ୍ରେମୀ ନିଶ୍ଚିତ ରୂପେ ସମୟ ବାହାର କରିନିଅନ୍ତି। ଫାଷ୍ଟଫୁଡ ମଧ୍ୟରେ ଅଧିକାଂଶ ଲୋକପ୍ରିୟ ହେଉଛି ମୋମୋ। ଏହାକୁ ଛୋଟ ପିଲାଠାରୁ ଆରମ୍ଭ କରି ବଡ ସମସ୍ତେ ଖାଇବା ପାଇଁ ଏକପ୍ରକାର ପାଗଳ। ବଜାରରେ ମୋମୋର ଚାହିଦା ଢ଼େର ଅଧିକା।ପ୍ରତିଟି ଫାଷ୍ଟଫୁଡ ବଜାରର ମୋମୋ ଷ୍ଟଲ୍‌ରେ ଅଧିକ ଭିଡ ଜମେ। ତେବେ ମୋମୋ ପାଟିକୁ ଯେତିକି ସୁଆଦିଆ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହାନୀକାରକ। ଏହାକୁ ଖାଇବା ମାରାତ୍ମାକ ହୋଇପାରେ।

Advertisment

ସାଧାରଣତଃ କମ୍‌ ଦାମ୍‌ରେ ହାତ ପାଆନ୍ତରେ ମିଳିଯାଏ ମୋମୋ। ଏହାକୁ ଘରେ ତିଆରି କରିବା ମଧ୍ୟ ବେଶ୍‌ ସହଜ। ଫୁଷ୍ଟଫୁଡ୍‌ ବଜାରରେ ବିଭିନ୍ନ ଭେରାଇଟିର ମୋମୋ ମିଳୁଛି। ଭେଜ୍‌ ମୋମୋ, ପନିର ମୋମୋ, ଚିକେନ ମୋମୋ, ଫ୍ରାଏ ମୋମୋ, ତନ୍ଦୁରୀ ମୋମୋ ଇତ୍ୟାଦି।

Momo er | Home delivery | Order online | Viman Nagar Viman Nagar Pune

ପ୍ରକୃତରେ ମୋମୋ ଖାଇବା ପାଇଁ ଯେଉଁ ସସ୍‌ ବା ଚଟନି ତିଆରି ହୁଏ, ତାହା ବେଶ ମସଲାଯୁକ୍ତ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ନାଲି ଲଙ୍କା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ। କିନ୍ତୁ ଯେତେବେଳେ ଯାଏଁ ସେହି ନାଲି ଲଙ୍କା ଗୁଣ୍ଡରେ କିଛି ମିଶ୍ରିତ ନହୁଏ ସେତେପର୍ଯ୍ୟନ୍ତ ତାହା ଭଲ।

Advertisment

ହେଲେ ବଜାରରେ ଅତି ନିମ୍ନମାନର ନାଲି ଲଙ୍କା ବ୍ୟବହାର କରି ଚଟନି ତିଆରି କରାଯାଏ। ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଯାହା ଖାଇବା ପରେ ଲୋକଙ୍କର ପାଇଲସ୍‌ ବାହାରିବା ମଧ୍ୟ ଆଶଙ୍କା ରହିଥାଏ । ଏହି ଚଟନିକୁ ଖାଇବା ଦ୍ୱାରା ଏହାର ପ୍ରଭାବ ତୁରନ୍ତ ଦେଖାଯାଏ ନାହିଁ କିନ୍ତୁ ପରେ ଏହା ଅନେକ ଗମ୍ଭୀର ରୋଗର କାରଣ ହୋଇପାରେ।

18 Best Places For Tandoori Momos In Delhi | So Delhi

ସେହିପରି ମୋମୋର ସ୍ୱାଦ ବଢ଼ାଇବା ପାଇଁ ଏଥିରେ ମୋନୋ-ସୋଡିଅମ ଗ୍ଲୁଟାମେଟ୍‌ ମିଶା ଯାଏ। ଏହା ଦେଖିବାକୁ ଧଳା କ୍ରିଷ୍ଟଲ ପାଉଡର ଭଳି, ଯାହା ମୋଟାପଣକୁ ବଢ଼ାଇଥାଏ। ଏହାବ୍ୟତୀତ ଅତ୍ୟଧିକ ଝାଳ ବୋହିବା, ଛାତିରେ ଯନ୍ତ୍ରଣା, ବାନ୍ତି ଏବଂ ହାର୍ଟବିଟ୍‌ ବଢ଼ିଯିବା ଆଶଙ୍କା ଅଧିକ ଥାଏ।