Advertisment

କରୋନା ପଜିଟିଭ ଅଛନ୍ତି କି? ଶୀଘ୍ର ସୁସ୍ଥ ହେବା ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ପ୍ରତିଦିନ ରେକର୍ଡ ଭାଙ୍ଗୁଛି ମହାମାରୀ। ଦିନକୁ ୩ ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଯଦି ଆପଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ଘରେ ରହି କଭଳି ଏହି ମହାମାରୀ ସହ ଲଢ଼ିବେ ଓ  ଶୀଘ୍ର ସୁସ୍ଥ ହେବେ ଆସନ୍ତୁ ଜାଣିବା। – ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି, ତେବେ ଭୟଭୀତ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କରୋନା ପଜିଟିଭ ଅଛନ୍ତି କି? ଶୀଘ୍ର ସୁସ୍ଥ ହେବା ପାଇଁ ଆପଣାନ୍ତୁ ଏହି ଉପାୟ

corona positive patient

ନୂଆଦିଲ୍ଲୀ: ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ପ୍ରତିଦିନ ରେକର୍ଡ ଭାଙ୍ଗୁଛି ମହାମାରୀ। ଦିନକୁ ୩ ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଯଦି ଆପଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ଘରେ ରହି କଭଳି ଏହି ମହାମାରୀ ସହ ଲଢ଼ିବେ ଓ  ଶୀଘ୍ର ସୁସ୍ଥ ହେବେ ଆସନ୍ତୁ ଜାଣିବା।

Advertisment

- ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି, ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଅକ୍ସିମିଟର ସହିତ କ୍ରମାଗତ ଭାବରେ ଅକ୍ସିଜେନ ଲେବେଲ୍ ଯାଞ୍ଚ କରନ୍ତୁ। ଯଦି ଅକ୍ସିଜେନ ଲେବେଲ ୯୪ ତଳେ ରହୁଛି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ। ଘରେ ରହିବା ସମୟରେ ଆପଣ ନିଜକୁ କିମ୍ବା ଆପଣଙ୍କ କରୋନା ସଂକ୍ରମିତ ପରିବାର ସଦସ୍ୟଙ୍କୁ ମଧ୍ୟ ଚିକିତ୍ସା କରିପାରିବେ। ଅକ୍ସିଜେନ୍‌ ସିଲିଣ୍ଡର କିଣି ରୋଗୀକୁ କିଭଳି ପ୍ରୟୋଗ କରାଯାଏ ତାହା ଶିଖନ୍ତୁ।

- ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ସେମାନଙ୍କର ଖାଦ୍ୟ ଓ ପାନୀୟର ଯତ୍ନ ନେବାକୁ ପଡ଼ିବ। ସୁସ୍ଥ ଖାଦ୍ୟ ଖାଆନ୍ତୁ। ପ୍ରୋଟିନ୍, ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ। ମାଂସ, ମାଛ, ଚିକେନ୍, ମସୁର ଡାଲି, ଛତୁ, ପନିର ଇତ୍ୟାଦି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ଏହି ସମୟରେ, ଭିଟାମିନ୍‌-ସି ଯୁକ୍ତ ଖାଦ୍ୟ ଯେପରିକି କମଳା, ଲେମ୍ବୁ ଇତ୍ୟାଦି ଖାଆନ୍ତୁ। ପ୍ରଚୁର ମାତ୍ରାରେ ପାଣି ପିଇବା ଲାଭଦାୟକ। ବିଶେଷଜ୍ଞଙ୍କ ମୁତାବକ ଯଦି ଗଳାରେ ଯନ୍ତ୍ରଣା କିମ୍ବା ଆଲର୍ଜି ହୋଇଛି ତେବେ ଆପଣ ଯେକୌଣସି ଫଳ ଉପରେ ଅବା ଲେମ୍ବୁ କିମ୍ବା କମଳା ଉପରେ ଲୁଣ କିମ୍ବା ଗୋଲମିରଚ ଗୁଣ୍ଡ ଛିଞ୍ଚି ଖାଇପାରିବେ।

Advertisment

-କରୋନାର ଦ୍ୱିତୀୟ ଲହର ଫୁସଫୁସ୍‌କୁ ଶୀଘ୍ର କ୍ଷତି ପହଞ୍ଚାଉଛି। ଏହାକୁ ଏଡାଇବା ପାଇଁ ପ୍ରତିଦିନ ଉଷୁମ ପାଣି ପିଅନ୍ତୁ। ଦିନରେ ୪ରୁ ୫ ଥର ଷ୍ଟିମ୍‌ ନିଅନ୍ତୁ। ୫ରୁ ୧୦ ମିନିଟ୍‌ ପ୍ରାଣାୟମ କରନ୍ତୁ, ଏହା ଫୁସ୍‌ଫୁସ୍‌ ପାଇଁ ଭଲ। କରୋନା ସଂକ୍ରମିତମାନେ ଦିନରେ ୧୦ରୁ ୧୫ ମିନିଟ୍‌ ଦୀର୍ଘ ନିଶ୍ୱାସ ନେଇ ଛାଡନ୍ତୁ, ଏଭଳି କରିବା ଫୁସ୍‌ଫୁସ୍‌ ପାଇଁ ବ୍ୟାୟମ ଆକାରର ହୋଇଥାଏ।

ଗତବର୍ଷ ତୁଳନାରେ ଚଳିତ ବର୍ଷ କରୋନା ଅଧିକ ମାରାତ୍ମକ ହୋଇଛି। ନୂଆଷ୍ଟ୍ରେନ୍‌ ଯୋଗୁ ଚାରିଆଡେ ସ୍ଥିତି ଚିନ୍ତାଜନକ ରହିଛି। ତେଣୁ ଏହାକୁ ଅଣଦେଖା ନକରି ତୁରନ୍ତ ଲକ୍ଷଣ ଦେଖାଦେଲେ କୋଭିଡ ପରୀକ୍ଷା କରନ୍ତୁ। ଯେତେ ସମ୍ଭବ ହସ୍ପିଟାଲ ନଯାଇ ଘରେ ରହି ଚିକିତ୍ସା ହୁଅନ୍ତୁ ବୋଲି ସ୍ତ୍ରୀ ରୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡାକ୍ତର କରୁଣା ଝା କହିଛନ୍ତି।