Advertisment

ଆମ୍ବ ଖାଉଥିଲେ ସାବଧାନ, ଭୋଗିପାରନ୍ତି ଅସୁବିଧା

ଆମ୍ବକୁ କୁହାଯାଏ ଫଳ ଭିତରେ ରାଜା। ଆଉ ଏବେ ଚାଲିଛି ଆମ୍ବ ଋତୁ। ବଜାରରେ ଭଳି କି ଭଳି ଆମ୍ବର ପସରା ମେଲିଛି। ଆମ୍ବରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଭିଟାମିନ ଏ, ବି, ସି, ଓ ଇ ସହ ପୋଟାସିଆମ, ମାଗ୍ନେସିଅମ ଓ ଫାଇଭର ଅଛି। ତେବେ ଏହି ଆମ୍ବ ପାଟିକୁ ଯେତିକି ସୁଆଦିଆ ଲାଗେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହାନୀକାରକ ହୋଇପାରେ। ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଆମ୍ବ ଖାଇଲେ ଆପଣ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆମ୍ବ ଖାଉଥିଲେ ସାବଧାନ, ଭୋଗିପାରନ୍ତି ଅସୁବିଧା

Mango

ଆମ୍ବକୁ କୁହାଯାଏ ଫଳ ଭିତରେ ରାଜା। ଆଉ ଏବେ ଚାଲିଛି ଆମ୍ବ ଋତୁ। ବଜାରରେ ଭଳି କି ଭଳି ଆମ୍ବର ପସରା ମେଲିଛି। ଆମ୍ବରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଭିଟାମିନ ଏ, ବି, ସି, ଓ ଇ ସହ ପୋଟାସିଆମ, ମାଗ୍ନେସିଅମ ଓ ଫାଇଭର ଅଛି। ତେବେ ଏହି ଆମ୍ବ ପାଟିକୁ ଯେତିକି ସୁଆଦିଆ ଲାଗେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହାନୀକାରକ ହୋଇପାରେ। ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଆମ୍ବ ଖାଇଲେ ଆପଣ ଅସୁବିଧା ଭୋଗିପାରନ୍ତି। ତେଣୁ ଏଥିପ୍ରତି ସାବଧାନ ରହିବା ଉଚିତ।

Advertisment

Data | Excess rain, extreme heat hurts mango, lemon production - The Hindu

  • ଯେଉଁମାନେ ଡାଇବେଟିସ ବା ମଧୁମେହ ରୋଗୀ, ସେମାନେ ସୀମିତ ମାତ୍ରାରେ ଆମ୍ବ ଖାଇବା ଉଚିତ। ଆମ୍ବରେ ପ୍ରାକୃତିକ ରୂପେ ଚିନି ରହିଛି। ଏହାକୁ ଅତ୍ୟଧିକ ଖାଇବା ଦ୍ୱାରା ରକ୍ତରେ ସୁଗାର ସ୍ତର ବଢ଼ିଯାଏ। ଫଳରେ ଆପଣଙ୍କୁ ସମସ୍ୟା ଭୋଗିବାକୁ ପଡ଼ିପାରେ।
  • ଆମ୍ବରେ ଅତ୍ୟଧିକ କ୍ୟାଲୋରୀ ରହିଛି। ଏହାକୁ ଅତ୍ୟଧିକ ମାତ୍ରାରେ ଖାଇବା ଦ୍ୱାରା ଓଜନ ବଢ଼ିବା ସମ୍ଭାବନା ଥାଏ। ଯେଉଁମାନେ ନିଜ ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ସେମାନେ ଆମ୍ବ ଠାରୁ ଦୂରେଇ ରହିବା ଉଚିତ।
  • ଆମ୍ବ ଦେହକୁ ଗରମ ରଖିଥାଏ। ଖରାଦିନେ ଅଧିକ ମାତ୍ରାରେ ଆମ୍ବ ଖାଇବା ଦ୍ୱାରା ଶରୀରରେ ଗରମର ମାତ୍ରା ମଧ୍ୟ ବଢ଼ିଯାଏ। ଏଥିଯୋଗୁ ତ୍ୱଚାରେ ଗରମ ଘା' ଓ ମୁହଁରେ ବ୍ରଣ ସମସ୍ୟା ସୃଷ୍ଟି ହୁଏ। ତେଣୁ ଗରମ ଦିନେ ଆମ୍ବକୁ ସୀମିତ ରୂପେ ଖାଇବା ଉଚିତ। ଆମ୍ବ ଖାଇବା ପୂର୍ବରୁ ଏହାର ଗରମ କମ୍‌ କରିବା ପାଇଁ ଏହାକୁ ପାଣିରେ ବୁଡାଇ ରଖିବା ଉଚିତ।
  • ପ୍ରଚୁର ମାତ୍ରାରେ ଫାଇବର ଆମ୍ବରେ ଥାଏ। ଫାଇଭର ହଜମ ପ୍ରକ୍ରିୟା ପାଇଁ ଲାଭଦାୟୀ। କିନ୍ତୁ ଅଧିକ ଆମ୍ବ ଖାଇଲେ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଗ୍ୟାସ୍‌ ହୋଇପାରେ ଓ ହଜମ କ୍ରିୟାରେ ଗଡ଼ବଡ଼ ହୋଇପାରେ। 
  • ଆମ୍ବକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। ଏଥିଯୋଗୁ ଏହାକୁ ଅଧିକ ମାତ୍ରାରେ ଖାଇବାଠାରୁ ଦୂରେଇ ରୁହନ୍ତି। ଦିନରେ ଦୁଇରୁ ଅଧିକ ଆମ୍ବ ଖାଆନ୍ତୁ ନାହିଁ।