Advertisment

ଆଳୁ ଖାଉଥିଲେ ସାବଧାନ, ହୋଇପାରେ ବିପଦ

ପରିବାମାନଙ୍କ ରାଜା ହେଉଛି ଆଳୁ। ସାଧାରଣତଃ ଆଳୁ ଖାଇବା ସମସ୍ତଙ୍କୁ ଭାରି ପସନ୍ଦ। ଆଳୁର ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରି ଏହାକୁ ପରଷା ଯାଏ। ସମସ୍ତଙ୍କ ଘରେ କିଛି ଥାଉ ବା ନଥାଉ ଆଳୁ କିନ୍ତୁ ନିଶ୍ଚିତ ରୂପେ ଥାଏ। ମାଟି ତଳେ ଫଳୁ ଥିବା ଏହି ଆଳୁ ପୋଷକ ତତ୍ତ୍ୱରେ ଭରପୁର। କିନ୍ତୁ ଏହି ଆଳୁ ଯେ ଆମ ପାଇଁ ବିପଦ ସାଜିପାରେ ତାହା ଜାଣନ୍ତି କି ଆପଣ। ଏହାକୁ ଅଧିକ ପାରିମାଣରେ ଖାଇବା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆଳୁ ଖାଉଥିଲେ ସାବଧାନ, ହୋଇପାରେ ବିପଦ

potato

ପରିବାମାନଙ୍କ ରାଜା ହେଉଛି ଆଳୁ। ସାଧାରଣତଃ ଆଳୁ ଖାଇବା ସମସ୍ତଙ୍କୁ ଭାରି ପସନ୍ଦ। ଆଳୁର ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରି ଏହାକୁ ପରଷା ଯାଏ। ସମସ୍ତଙ୍କ ଘରେ କିଛି ଥାଉ ବା ନଥାଉ ଆଳୁ କିନ୍ତୁ ନିଶ୍ଚିତ ରୂପେ ଥାଏ। ମାଟି ତଳେ ଫଳୁ ଥିବା ଏହି ଆଳୁ ପୋଷକ ତତ୍ତ୍ୱରେ ଭରପୁର। କିନ୍ତୁ ଏହି ଆଳୁ ଯେ ଆମ ପାଇଁ ବିପଦ ସାଜିପାରେ ତାହା ଜାଣନ୍ତି କି ଆପଣ। ଏହାକୁ ଅଧିକ ପାରିମାଣରେ ଖାଇବା ଘାତକ ହୋଇପାରେ।

Advertisment

ଏକ ଷ୍ଟଡି ରିପୋର୍ଟରୁ ଜଣାପଡିଛି ଯେ, ଆଳୁରେ କାର୍ବୋହାଇଡ୍ରେଟ୍ ଅଧିକ ପରିମାଣରେ ଥାଏ, ଯାହା ଆମ ଶରୀରରେ ଖୁବ ଶୀଘ୍ର ହଜମ ହୋଇଥାଏ। ଏହି କାରଣରୁ, ଆମ ଶରୀରର ରକ୍ତ ଶର୍କରା ଏବଂ ଇନସୁଲିନ୍ ଯଥେଷ୍ଟ ବୃଦ୍ଧି ପାଇ ହଠାତ୍ ଖସିଯାଏ। ଏହା ଶରୀରରେ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ସୃଷ୍ଟି କରିପାରେ।

ଉଚ୍ଚ ଡାଏଟେରୀ ଗ୍ଲାଇସେମିକ୍ ଖାଦ୍ୟ ଖାଇବା ପରେ ଜଣେ ବ୍ୟକ୍ତି ଶୀଘ୍ର ଭୋକିଲା ଅନୁଭବ କରିପାରନ୍ତି। ଏହା ମଣିଷମାନଙ୍କଠାରେ ଅତ୍ୟଧିକ ଖାଇବା ସମସ୍ୟାକୁ ବଢ଼ାଇପାରେ। ତେଣୁ, ଖାଦ୍ୟରେ ଏହାର ସନ୍ତୁଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ହାୱର୍ଡ ହେଲ୍‌ଥ ପକ୍ଷରୁ କରାଯାଇଥିବା ଷ୍ଟଡି ରିପୋର୍ଟରେ କୁହାଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଆଳୁ କିମ୍ବା ଶୀଘ୍ର ହଜମ ହେଉଥିବା କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ଶରୀରରେ ମୋଟାପଣ, ମଧୁମେହ ଏବଂ ହୃଦରୋଗର ଆଶଙ୍କା ବଢ଼ାଇପାରେ।

Advertisment

ଅଧ୍ୟୟନରୁ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ଫ୍ରେଞ୍ଚ ଫ୍ରାଇଜ୍‌, ବେକ୍ ବା ସିଝା ଆଳୁ ତଥା ଆଳୁ ଚିପ୍ସ ଖାଉଥିବା ଲୋକଙ୍କ କ୍ଷିପ୍ର ଗତିରେ ଓଜନ ବଢ଼ିଥାଏ। ଏହାବ୍ୟତୀତ ଯେଉଁ ଲୋକମାନେ ନିଜ ଡାଏଟ୍‌ରେ ଏସବୁ ଜିନିଷକୁ କମ୍ ବ୍ୟବହାର କରିଛନ୍ତି, ସେମାନଙ୍କ ଓଜନ କମ୍ ବଢ଼ିଛି। ତେଣୁ ଆଳୁର ମାତ୍ରା କମ୍ କରିବା ସହ ଅଧିକ ସବୁଜ ପନିପରିବା ଖାଇବା ପାଇଁ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଯେଉଁମାନେ ସପ୍ତାହରେ ଚାରି କିମ୍ବା ତା’ଠାରୁ ଅଧିକ ରନ୍ଧା, ମସଲା ଯୁକ୍ତ କିମ୍ବା ସିଝା ଆଳୁ ଖାଇଥା’ନ୍ତି, ସେମାନଙ୍କଠାରେ ଅନ୍ୟମାନଙ୍କ ତୁଳନାରେ ଉଚ୍ଚ ରକ୍ତଚାପର ଆଶଙ୍କା ୧୧ ପ୍ରତିଶତ ଅଧିକ। ମାସରେ ଥରେ ଫ୍ରେଞ୍ଚ୍ ଫ୍ରାଏ ବା ଆଳୁ ଚିପ୍ସ ଖାଉଥିବା ବ୍ୟକ୍ତିଙ୍କ ଠାରେ କିନ୍ତୁ ରକ୍ତଚାପ ଅଶଙ୍କା ୧୭ ପ୍ରତିଶତ ଅଧିକ ରହିଥିବା ଅଧ୍ୟୟନରୁ ଜଣାପଡିଛି।