ଆବଶ୍ୟକ ସାମଗ୍ରୀ: କଞ୍ଚା ଆମ୍ବ, ଚିନି, ସାଇଟ୍ରିକ୍ ଏସିଡ ଓ ଲୁଣ
ପ୍ରସ୍ତୁତି ପ୍ରଣାଳୀ: ମୁରବା ତିଆରି କରିବା ପାଇଁ କଞ୍ଚା ଆମ୍ବ ବାଛନ୍ତୁ। ପ୍ରଥମେ ଏହାକୁ ଧୋଇ ଚୋପା ଛଡ଼ାଇ, ଟାକୁଆ ବାହାର କରି ବଡ଼ ବଡ଼ ଖଣ୍ଡ କରି କାଟି ରଖନ୍ତୁ। ଆମ୍ବ ଖଣ୍ଡଗୁଡ଼ିକୁ ଲୁଣ ପାଣିରେ ଅଧ ଘଣ୍ଟାଯାଏଁ ପକାଇ ରଖନ୍ତୁ। ଏହାପରେ ଏକ ସଫା କପଡ଼ାରେ ଏହି ଆମ୍ବ ଖଣ୍ଡଗୁଡ଼ିକୁ ବାନ୍ଧି ଦଶ ମିନିଟ ରଖନ୍ତୁ।
ଏବେ ଚିନିରେ ପାଣି ଦେଇ ଭଲ ଭାବେ ଫୁଟାଇ ଶିରା ପ୍ରସ୍ତୁତ କରନ୍ତୁ । ସେଥିରେ ଅଳ୍ପ ସାଇଟ୍ରିକ୍ ଏସିଡ୍ ପକାଇ ଗରମ କରିବା ପରେ ଛାଣି ଦିଅନ୍ତୁ।
ଏହି ମିଶ୍ରଣକୁ ଏକ ପ୍ୟାନ୍ରେ ଢାଳି ଗ୍ୟାସ୍ର ଆଞ୍ଚ ସ୍ଲୋ ରଖନ୍ତୁ। ସେଥିରେ ଆମ୍ବ ଖଣ୍ଡଗୁଡ଼ିକ ପକାଇ ଗୋଳାନ୍ତୁ। ଏହି ମିଶ୍ରଣକୁ ବହଳିଆ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ବର୍ତ୍ତମାନ ଗ୍ୟାସ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ଆମ୍ବ ମୁରବା’। ଏହାକୁ ଥଣ୍ଡା କରି କାଚ ଜାରରେ ଭଲ ଭାବେ ବନ୍ଦ କରି ରଖନ୍ତୁ। ମଝିରେ ମଝିରେ ଖରା ଦେଇ ଦିଅନ୍ତୁ। ବହୁ ଦିନ ପର୍ଯ୍ୟନ୍ତ ଏହା ସେପରି ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...