ଡିନର୍‌ ପାର୍ଟିରେ ପରଷନ୍ତୁ ନିଜ ହାତ ତିଆରି 'ମୋଗଲାଇ ତଡ଼କା'

ଆବଶ୍ୟକ ସାମଗ୍ରୀ: ତଡ଼କା, ମାଂସ କିମା, ଅଣ୍ଡା, ପିଆଜ, ଅଦା, ରସୁଣ, ତେଜପତ୍ର, ଡାଲଚିନି ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଘିଅ, ତେଲ, ଟମାଟୋ, ଶୁଖିଲା ଲଙ୍କା, ଜୀରା, ଧନିଆ ପତ୍ର, ହଳଦୀ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ତଡ଼କାକୁ ରୋଷେଇ କରିବାର ୪ ବା ୫ ଘଣ୍ଟା ପୂର୍ବରୁ ବତୁରେଇ ଦିଅନ୍ତୁ। ସେହିପରି ରୋଷେଇ ଆରମ୍ଭ କରିବା ପୂର୍ବରୁ ମସଲା ପ୍ରସ୍ତୁତ କରି ଦିଅନ୍ତୁ। ଏଥିପାଇଁ ପିଆଜ, ଅଦା ଓ ରସୁଣକୁ ବାଟି ଦିଅନ୍ତୁ।  ଜୀରା, ତେଜପତ୍ର […]

tadka

tadka

Chinmayee Roy
  • Published: Tuesday, 17 September 2019
  • Updated: 17 September 2019, 06:24 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ତଡ଼କା, ମାଂସ କିମା, ଅଣ୍ଡା, ପିଆଜ, ଅଦା, ରସୁଣ, ତେଜପତ୍ର, ଡାଲଚିନି ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଘିଅ, ତେଲ, ଟମାଟୋ, ଶୁଖିଲା ଲଙ୍କା, ଜୀରା, ଧନିଆ ପତ୍ର, ହଳଦୀ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ତଡ଼କାକୁ ରୋଷେଇ କରିବାର ୪ ବା ୫ ଘଣ୍ଟା ପୂର୍ବରୁ ବତୁରେଇ ଦିଅନ୍ତୁ। ସେହିପରି ରୋଷେଇ ଆରମ୍ଭ କରିବା ପୂର୍ବରୁ ମସଲା ପ୍ରସ୍ତୁତ କରି ଦିଅନ୍ତୁ। ଏଥିପାଇଁ ପିଆଜ, ଅଦା ଓ ରସୁଣକୁ ବାଟି ଦିଅନ୍ତୁ।  ଜୀରା, ତେଜପତ୍ର ଓ ଲଙ୍କାକୁ ମଧ୍ୟ ବାଟି ଅଲଗା ରଖନ୍ତୁ।

ବତୁରାଇ ରଖିଥିବା ତଡ଼କାରେ ଅଳ୍ପ ପାଣି ଓ ହଳଦୀ ପକାଇ ସିଝାଇ ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି ସବୁତକ ବଟା ମସଲା, ଲୁଣ ଏବଂ ହଳଦୀ ପକାଇ ଟିକେ କଷି ଦିଅନ୍ତୁ। ମସଲା ଟିକେ କଷି ହୋଇଗଲା ପରେ ଏଥିରେ ମାଂସ କିମାକୁ ପକାଇ ଭଲ ଭାବେ କଷି ଦିଅନ୍ତୁ। ମାଂସ କିମା ଭଲ ଭାବେ କଷି ହୋଇଗଲା ପରେ ଏଥିରେ ଅଳ୍ପ ପାଣିଦେଇ ଘୋଡ଼ାଇ ଦିଅନ୍ତୁ ଓ ଏହାକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ମାଂସ କିମା ସିଝିଗଲା ପରେ ଏଥିରେ ଡାଲଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଏହାକୁ ଓହ୍ଲାଇ ଦିଅନ୍ତୁ।

ବର୍ତ୍ତମାନ ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପରେ ଟମାଟୋ ପକାନ୍ତୁ। ପିଆଜ ଓ ଟମୋଟୋ ଭାଜି ହୋଇଗଲେ ଏଥିରେ ଅଣ୍ଡା ଭାଙ୍ଗି ପକାନ୍ତୁ। ଅଣ୍ଡା ପକାଇବା ବେଳେ ଟିକେ ଘିଅ ପକାଇବେ। ଅଣ୍ଡାକୁ ଭୂଜିଆ ପରି କରିଦିଅନ୍ତୁ। ତା’ପରେ ସେଥିରେ ମାଂସ ତରକାରି ଏବଂ ସିଝା ତଡ଼କା ପକାଇ ଅଳ୍ପ ସମୟ ଫୁଟାନ୍ତୁ। ପରେ କିଛି ଧନିଆପତ୍ର ଛୋଟ ଛୋଟ କରି କାଟି ଏହା ଉପରେ ପକାନ୍ତୁ ଓ ପାତ୍ରଟିକୁ ଗ୍ୟାସ୍‌ରୁ ଓହ୍ଲାଇ ଆଣନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ମୋଗଲାଇ ତଡ଼କା’। ଏହାକୁ ରୁଟି କିମ୍ବା ନାନ୍‌ ସହ ଗରମ ଗରମ ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos