ଶୋଇଲେ ବଢେ ସେକ୍ସ୍‌ ପାୱାର୍‌: ନିଦ୍ରା ଦିବସରେ ନୂଆ ଟିପ୍ସ୍‌

୧୭ ମାର୍ଚ୍ଚ ଆଜି ବିଶ୍ୱ ନିଦ୍ରା ଦିବସ । ଏହି ଅବସରରେ ଆସନ୍ତୁ ଜାଣିବା ନିଦ ଆପଣଙ୍କ ଜୀବନରେ କଣ ପ୍ରଭାବ ପକାଇଥାଏ । ଯେତେବେଳେ ଆମେ ଗଭୀର ନିଦ୍ରାରେ ଶୋଇଥାଉଁ ସେତେବେଳେ ଆମ ଦେହର ସେଲ୍ସ୍‌ ଓ ପ୍ରୋଟିନ୍ସ୍‌ ତିଆରି ହୋଇଥାଏ ଯାହା ଶରୀରର ବିଭିନ୍ନ ରୋଗ ସହ ଲଢିବାର କ୍ଷମତା ବଢାଇଥାଏ । ଭଲ ଭାବେ ନିଦ ନହେଲେ ହେଲେ ଆମର ନର୍ଭସ୍‌ ସିଷ୍ଟମ ସଠିକ୍‌ ଭାବେ କାମ କରିନଥାଏ । ଏକ ସର୍ବେକ୍ଷଣରୁ […]

sex life-with sleep

sex life-with sleep

Rakesh Mallick
  • Published: Friday, 17 March 2017
  • Updated: 17 March 2017, 05:07 PM IST

Sports

Latest News

୧୭ ମାର୍ଚ୍ଚ ଆଜି ବିଶ୍ୱ ନିଦ୍ରା ଦିବସ । ଏହି ଅବସରରେ ଆସନ୍ତୁ ଜାଣିବା ନିଦ ଆପଣଙ୍କ ଜୀବନରେ କଣ ପ୍ରଭାବ ପକାଇଥାଏ । ଯେତେବେଳେ ଆମେ ଗଭୀର ନିଦ୍ରାରେ ଶୋଇଥାଉଁ ସେତେବେଳେ ଆମ ଦେହର ସେଲ୍ସ୍‌ ଓ ପ୍ରୋଟିନ୍ସ୍‌ ତିଆରି ହୋଇଥାଏ ଯାହା ଶରୀରର ବିଭିନ୍ନ ରୋଗ ସହ ଲଢିବାର କ୍ଷମତା ବଢାଇଥାଏ । ଭଲ ଭାବେ ନିଦ ନହେଲେ ହେଲେ ଆମର ନର୍ଭସ୍‌ ସିଷ୍ଟମ ସଠିକ୍‌ ଭାବେ କାମ କରିନଥାଏ । ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଖରାବେଳେ ନିଦ୍ରା ଯାଉଥିବା ଲୋକଙ୍କ ମନେରଖିବା ଶକ୍ତି ବୃଦ୍ଧି ପାଇବା ସହ କାମ କରିବା ବେଳେ ଏହାର ଭଲ ପ୍ରଭାବ ପଡେ । ଛାତ୍ରଛାତ୍ରୀ ମାନେ ଭଲ ଭାବେ ପାଠ ମନେ ରଖିଥାନ୍ତି ଓ ଗଣିତ ଠିକ ଭାବେ ସମାଧାନ କରିପାରନ୍ତି । ଏହାସହ ଠିକ୍‌ ନିଦ୍ରାରେ ଶଇନଥିବା ଲୋକ ଅଫିସ୍‌ରେ ଠିକ୍‌ ଭାବେ କାମ କରି ପାରିନଥାନ୍ତି । ଭଲ ନିଦ ହୋଉଥିଲେ ଆପଣଙ୍କ ଚର୍ମ ଓ ଦୃଷ୍ଟି ଶକ୍ତି ଉପରେ ଭଳ ପ୍ରଭାବ ପକାଇଥାଏ । ଏହାସହ ମୁହଁରେ ଦାଗ ଆଦି ସମସ୍ୟା ଦେଖା ଯାଇ ନ ଥାଏ । ଭଲ ନିଦ୍ରାରେ ଆପଣଙ୍କ ସେକ୍ସ ଲାଇଫରେ ଭଲ ପ୍ରଭାବ ପକାଇଥାଏ । ସେକ୍ସ ସହିତ ମସ୍ତିସ୍କର ନିବିଡ ସମ୍ପର୍କ ଅଛି । ତେଣୁ ଆପଣଙ୍କ ମସ୍ତିସ୍କ ଯେତେ ସୁସ୍ଥ ଓ ଠିକ୍‌ ରହିବ, ସେକ୍ସ ଲାଇଫ ସେତିକ ଭଲ ରହିବ । ଅନ୍ୟପଟେ ବୟସ ବଢିବା ହେତୁ ଠିକ ଭାବେ ନିଦ୍ରା ହୁଏନି ଫଳରେ ସେକ୍ସ ଲାଇଫରେ ଖରାପ ପ୍ରଭାବ ପକାଇଥାଏ । ବୟସ୍କଙ୍କ ପାଇଁ ୭ରୁ୮ ଘଣ୍ଟା , ଯୁବ ଅବସ୍ଥାରେ ୯ରୁ୧୦ ଘଣ୍ଟା ଆଉ ଛୋଟ ପିଲା ମାନଙ୍କ ପାଇଁ ଅଧିକରୁ ଅଧିକ ନିଦ ତାଙ୍କ ଦୈନ୍ୟଦିନ ଜୀବନଶୈଳୀ ଉପେର ଭଲ ପ୍ରଭାବ ପକାଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos