ଆପଣ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି କି: ବାସ୍ତୁ ଦୋଷ ହୋଇପାରେ କାରଣ, ଜାଣନ୍ତୁ ଟିପ୍ସ୍‌

ଅନେକ ସମୟରେ ଆମେ ଅସୁସ୍ଥ ହୋଇପଡୁ, ଏଥିପାଇଁ ଆମକୁ ଡାକ୍ତରଖାନା ଯିବାକୁ ପଡିଥାଏ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଓୌଷଧ ଖାଇଲେ ମଧ୍ୟ ଦେହ ଭଲ ହୋଇ ନଥାଏ। ସବୁବେଳେ ଅସୁସ୍ଥତା ଲାଗିରହେ। ଆମେ ଅନେକ ସମୟରେ ଏହାର କାରଣ ଖୋଜୁଥିବାବେଳେ ପ୍ରକୃତରେ ଘରର ବାସ୍ତୁ ଦୋଷ ଯୋଗୁଁ ଦେହ ଅସୁସ୍ଥ ହୋଇଥାଏ। କେତୋଟି ବାସ୍ତୁ ସମସ୍ୟା ଉପରେ ଧ୍ୟାନ ଦେଲେ ଏହି ସବୁ ସମସ୍ୟାରୁ ମୁକ୍ତି ମିଳି ପାରିବ…. ୧- ବେଡ ରୁମରେ ମିରର ରଖନ୍ତୁ ନାହିଁ। […]

MIRROR

MIRROR

Rakesh Mallick
  • Published: Saturday, 17 June 2017
  • Updated: 17 June 2017, 10:41 PM IST

ଅନେକ ସମୟରେ ଆମେ ଅସୁସ୍ଥ ହୋଇପଡୁ, ଏଥିପାଇଁ ଆମକୁ ଡାକ୍ତରଖାନା ଯିବାକୁ ପଡିଥାଏ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଓୌଷଧ ଖାଇଲେ ମଧ୍ୟ ଦେହ ଭଲ ହୋଇ ନଥାଏ। ସବୁବେଳେ ଅସୁସ୍ଥତା ଲାଗିରହେ। ଆମେ ଅନେକ ସମୟରେ ଏହାର କାରଣ ଖୋଜୁଥିବାବେଳେ ପ୍ରକୃତରେ ଘରର ବାସ୍ତୁ ଦୋଷ ଯୋଗୁଁ ଦେହ ଅସୁସ୍ଥ ହୋଇଥାଏ। କେତୋଟି ବାସ୍ତୁ ସମସ୍ୟା ଉପରେ ଧ୍ୟାନ ଦେଲେ ଏହି ସବୁ ସମସ୍ୟାରୁ ମୁକ୍ତି ମିଳି ପାରିବ....

୧- ବେଡ ରୁମରେ ମିରର ରଖନ୍ତୁ ନାହିଁ। ଶୋଇଲାବେଳେ ମଧ୍ୟ ମିରର ଆଡକୁ ମୁଣ୍ଡ ରଖି ଶୁଅନ୍ତୁ ନାହିଁ । କାଚ ବା ମିରର୍ ଅଗ୍ନି ତତ୍ୱର ପ୍ରତିରୋଧକ ହୋଇଥିବାରୁ ଏହାର ପ୍ରଭାବକୁ  ରୋକିଥାଏ । ଯାହାର କୁପ୍ରଭାବ ସିଧାସଳଖ ଶରୀର ଉପରେ ପଡିଥାଏ।

୨- ଛାତରେ ଲାଗିଥିବା ଲୁହା ବିମ ତଳେ ସୁଅନ୍ତୁ ନାହିଁ  ଏହାଦ୍ୱାରା ମୁଣ୍ଡ ବିନ୍ଧା ଓ ଚିଡଚିଡା ପଣ ଦେଖା ଦେଇଥାଏ।  ଘରର ସଦସ୍ୟମାନଙ୍କ ସହିତ ମଧ୍ୟ ସମ୍ପର୍କ ଭଲ ରହେନାହିଁ।

୪- ଯେଉଁ ଘରର କବାଟ ଘରର ସିଡି ଆଡକୁ ମୁହଁ କରି ଖୋଲୁଥାଏ ସେହିଭଳି ଘରେ ସୁଅନ୍ତୁ ନାହିଁ। ଲମ୍ବା ଗଳି ଦେଇ ଯେଉଁ ଘରକୁ ଯିବାକୁ ପଡିଥାଏ ସେହି ଘରେ ଶୋଇଲେ ସେହି ଘରୁ ଆସୁଥିବା ନକାରାତ୍ମକ ଶକ୍ତି ଶରୀର ଉପରେ କୁପ୍ରଭାବ ପକାଥାଏ।

୫ ଶୋଇବା ଘରେ କିମ୍ବା ବୈଠକ ଘରେ କୌଣସି ମୁନିଆ ବା ଧାରୁଆ ଧାତୁ ରଖନ୍ତୁ ନାହିଁ । କାରଣ ଏହା ଶରୀର ମଧ୍ୟରେ ନାକାରାତ୍ମକ ଶକ୍ତି ଛାଡିଥାଏ।  ସମସ୍ତ ଶୁଭ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos