ହସଖୁସିରେ ଜୀବନ କାଟିବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏସବୁ ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁତ ଲୋକଙ୍କ ଧାରଣା ରହିଛି ଯେ ଜୀବନକୁ ହସଖୁସିରେ ବିତାଇବାକୁ ହେଲେ କେବଳ ପ୍ରଚୁର ଅର୍ଥ ଦରକାର ହୋଇଥାଏ। ତେଣୁ ସେମାନେ ସବୁବେଳେ ଅର୍ଥ ରୋଜଗାର ପଛରେ ଧାଇଁଥାନ୍ତି। ହେଲେ ଟଙ୍କା ଦ୍ୱାରା ଯେ ସବୁ ସୁଖ ସୁବିଧା କିଣି ହେବ ତାହା ଭାବିବା ଭୁଲ୍। ଟଙ୍କା ଥିଲେ ଗାଡ଼ି କିଣି ହୁଏ, ବଡ଼ ଘର ତିଆରି କରି ହୁଏ। ତା’ସହିତ ଯାହା ଦରକାର ହୋଇଥାଏ, ତାହା କିଣି ହୁଏ। କିନ୍ତୁ ଟଙ୍କା […]

happy

happy

Rakesh Mallick
  • Published: Thursday, 02 August 2018
  • Updated: 02 August 2018, 09:11 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁତ ଲୋକଙ୍କ ଧାରଣା ରହିଛି ଯେ ଜୀବନକୁ ହସଖୁସିରେ ବିତାଇବାକୁ ହେଲେ କେବଳ ପ୍ରଚୁର ଅର୍ଥ ଦରକାର ହୋଇଥାଏ। ତେଣୁ ସେମାନେ ସବୁବେଳେ ଅର୍ଥ ରୋଜଗାର ପଛରେ ଧାଇଁଥାନ୍ତି। ହେଲେ ଟଙ୍କା ଦ୍ୱାରା ଯେ ସବୁ ସୁଖ ସୁବିଧା କିଣି ହେବ ତାହା ଭାବିବା ଭୁଲ୍।

ଟଙ୍କା ଥିଲେ ଗାଡ଼ି କିଣି ହୁଏ, ବଡ଼ ଘର ତିଆରି କରି ହୁଏ। ତା’ସହିତ ଯାହା ଦରକାର ହୋଇଥାଏ, ତାହା କିଣି ହୁଏ। କିନ୍ତୁ ଟଙ୍କା ଥିଲେ ସୁଖ, ଶାନ୍ତି କିଣି ହୁଏ ନାହିଁ। ତେବେ ଏମିତି କିଛି ଉପାୟ ଅଛି, ଯାହାକୁ ଆପଣାଇଲେ ଆପଣଙ୍କ ଜୀବନ ସୁଖମୟ ହୋଇପାରିବ।

ଏଥିପାଇଁ ଅଧିକ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା ଏମିତି କିଛି ଉପାୟ ଯାହା ଆପଣଙ୍କ ଜୀବନକୁ ହସଖୁସିରେ ଭରିଦେବ।

happy

ବୁଲିବାକୁ ଯାଆନ୍ତୁ: ଗାଁରେ ରହୁଥିବା ଲୋକେ ସହରୀ ଲୋକଙ୍କଠାରୁ କାହିଁକି ଅଧିକ ଖୁସିରେ ରହନ୍ତି ଜାଣିଛନ୍ତି ? ଏହାର କାରଣ ହେଲା, ସେମାନେ ପ୍ରକୃତି କୋଳରେ ରହନ୍ତି। ସହରରେ ଚାରିକାନ୍ଥ ଭିତରେ କାମ କାମରେ ଲୋକଙ୍କ ଦିନ କଟି ଯାଉଛି। ଯାହା ମଣିଷକୁ ଅଧିକରୁ ଅଧିକ ଚିଡ଼ଚିଡ଼ା କରିଦେଉଛି। ତେଣୁ ନିୟମିତ ବ୍ୟବଧାନରେ ସମୟ ବାହାର କରି କୌଣସି ସ୍ଥାନକୁ ବୁଲିବାକୁ ଯାଆନ୍ତୁ ଓ ପ୍ରାକୃତିକ ଶୋଭାରାଜିର ମଜା ନିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ।

happy

କଳାପ୍ରେମୀ ହୁଅନ୍ତୁ: ଦୁନିଆ ସୌନ୍ଦର୍ଯ୍ୟର ଗନ୍ତାଘର। କୌଣସି ସ୍ଥାନକୁ ଗଲେ ଏମିତି ବୁଲାବୁଲି କରି ଫେରି ଆସିଲେ ହେବ ନାହିଁ। କଳା ପ୍ରେମୀ ହୁଅନ୍ତୁ। ସୌନ୍ଦର୍ଯ୍ୟକୁ ଦୃଦୟ ସହ ଯୋଡ଼ନ୍ତୁ। କିଛି ସମୟ ପାଇଁ ହେଲେ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ନିଜକୁ ଏମିତି ବୁଡ଼ାଇ ଦିଅନ୍ତୁ ଯେମିତି ସାରା ଦୁନିଆ ଆପଣଙ୍କୁ ଗୋଟିଏ ପରିବାର ପରି ଲାଗିବ।

happy

ବିଶ୍ୱାସ: ନିଜ ଉପରେ ବିଶ୍ୱାସ ରଖନ୍ତୁ।  ଏହା ଆପଣଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ନିଜ ଉପରେ ଓ ନିଜ ଚିନ୍ତାଧାରା ଉପରେ ବିଶ୍ୱାସ ନ ରଖିଲେ ସାରା ଜୀବନ ଦୁଃଖ ପାଇବେ।

happy

ପରିବାର: ପ୍ରଥମେ ପରିବାର, ତା’ପରେ ବାକି ସବୁ। ଯାହା କାମ କରନ୍ତୁ, ଯୁଆଡ଼େ ଯାଆନ୍ତୁ, ଦିନ ସରିଲେ ଘରକୁ ହିଁ ଫେରିବେ। ପରିବାର ସହ କିଛି ସମୟ ବିତାଇ ଦେବା ପରେ ଦେଖିବେ ସାରା ଦିନର ଥକାପଣ ଦୂର ହୋଇଯିବ। ଏଥିପାଇଁ ସୁଖୀ ରହିବାକୁ ହେଲେ ପରିବାର ଲୋକଙ୍କୁ ଅଧିକରୁ ଅଧିକ ସମୟ ଦିଅନ୍ତୁ।

happy

ସାହିତ୍ୟ ଓ ସଙ୍ଗୀତ: ଏହା ଏମିତି ଏକ ମାଧ୍ୟମ, ଯାହା ଆପଣଙ୍କ ଜୀବନକୁ ହସଖୁସିରେ ଭରିଦେବ। ମନ ଉଦାସ ଥିଲେ ଆପଣଙ୍କୁ ଭଲ ଲାଗୁଥିବା ଯେ କୌଣସି ଗୀତକୁ ମୋବାଇଲ୍ କିମ୍ବା ଲ୍ୟାପ୍‌ଟପ୍‌ରେ ଲଗାଇ ଦେଇ ଆଖି ବନ୍ଦ କରି ବିଛଣାରେ ଗଡ଼ି ପଡ଼ନ୍ତୁ, ଦେଖିବେ ସବୁ ଚିନ୍ତା ଦୂର ହୋଇଯିବ। ସେହିପରି ସମୟ ବାହାର କରି ସାହିତ୍ୟ ଚର୍ଚ୍ଚାରେ ଭାଗ ନିଅନ୍ତୁ। ଗପ, ଉପନ୍ୟାସ, କବିତା ଆଦି ପୁସ୍ତକ ପଢ଼ନ୍ତୁ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ। ଦେଖିବେ ସାରା ଦିନର ଥକାପଣ ଓ ଚିନ୍ତା ଦୂର ହୋଇଯିବ ଓ ମନକୁ ଶାନ୍ତି ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story