/odisha-reporter/media/post_attachments/uploads/2019/09/kabi.jpg)
kabi
ଜାଣିଛି, ତମେ ଆଉ କାହାର ଅମାନତ
ତମ ମଥା ସିନ୍ଦୂରରେ ତାଙ୍କ ନାଁ
ତମ ଦେହରେ ତାଙ୍କ ଶୀତଳ ଛୁଆଁ
ତମ ଭାବନାରେ ତାଙ୍କ ସିକ୍ତ ଶିହରଣ
ତମ ଆଖିରେ ତାଙ୍କ ସ୍ୱପ୍ନର ଉପବନ।
ତମ ଭଲ ପାଇବାର ଅଗଣାରେ
ତମ ପ୍ରେମ ବିନ୍ଦୁରୁ ପରିଧି ଯାଏଁ
କେବଳ ସେ ହିଁ ସେ
ଦୁଃଖରେ ସୁଖରେ ଭଲରେ ମନ୍ଦରେ
ତମ ସଜ ସଜ ମୁହଁରେ
ଦେହର ପ୍ରତ୍ୟେକ ପାଖୁଡ଼ାରେ
କେବଳ ତାଙ୍କ ଅଧିକାର।
କିନ୍ତୁ ସେତେବେଳେ
ତମ ସିନ୍ଦୂର ବି ମୋତେ ଝାପସା ଦିଶେ
ଏକବାର ଲୁଚିଯାଏ ବାଦଲରେ
ଯେତେବେଳେ ମୋ ପ୍ରେମର ପୃଥିବୀରେ
ମୁଁ ନିଃସ୍ୱ ହୋଇ ତମକୁ ସର୍ବେସର୍ବା କରି ସାରିଥାଏ।
ସବୁବେଳେ ତମେ ପ୍ରେମିକା ପ୍ରେମିକା
ସଂଜ ସକାଳେ ଭିଜୁଥାଏ ତମ ପ୍ରେମେ
ଘଟଣା ଦୁର୍ଘଟଣା ବଦଳେଇ ପାରେନା
ମୋ ଚାରିପାଖେ ସୁନ୍ଦରୀ ଫୁଲଙ୍କ ଭିଡ଼
ମୁଁ କିନ୍ତୁ ବିଭୋର ତୁମରି ବାସ୍ନାରେ
ଫୁଲଙ୍କ ଆଖିରେ ମୋତେ ଆପଣେଇବାର ମୋହ
ମୋ ଆଖିରେ ତମକୁ ପାଇବାର ଲୋଭ
ଜାଣେନି ତୁମ ମନକୁ ମୁଁ କେତେ ଆବୋରିଛି
ମୋ ଆଖିର ଲାଳସାରୁ ବୁଝ ମୋ ପ୍ରେମିକପଣ
ତୁମକୁ ଅନୁଭବ କରି ନିଜକୁ ସାରୁଥାଏ ବାର ବାର।
ଷାଠିଏବାଟି, ଗୋଜାବନ୍ଧ, ମହାକାଳପଡ଼ା
କେନ୍ଦ୍ରାପଡ଼ା-୭୫୪୨୨୪
ମୋ - ୬୩୫୫୧୩୩୩୦୧
[email protected]
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
