ଆଉ କେତେ ବାଟ ?

ମାଆ ଆଉ କେତେ ବାଟ ? କଅଁଳ ସରୁ ସରୁ ଥକି ପଡୁଥିବା ଗୋଡ଼କୁ ଘୋଷାରି ଘୋଷାରି ତା ମାଆ ମୁହଁକୁ ଅନେଇ ବିକଳରେ ପଚାରୁଥିଲା ଛଅ ବର୍ଷର ଝିଅ ମାମୁନି। ରାତି ପାହି ନ ଥିଲା ଅନ୍ଧାରୁ ଚାଲିବା ଆରମ୍ଭ କରିଥିଲା। ଏବେ ତ ସୂର୍ଯ୍ୟ ମୁଣ୍ଡ ଉପରେ। ସଠିକ ସମୟ କେତେ ଜାଣି ନ ପାରିଲେ ବି ପାଦ କିନ୍ତୁ ଆଉ ଆଗକୁ ଯାଉନି, ତଣ୍ଟି ଶୁଖିଗଲାଣି ପାଣି ମୁନ୍ଦେ ବି ପିଇନି ଏ […]

Rina-Routray

Rina-Routray

Subrat Kumar Nayak
  • Published: Friday, 27 March 2020
  • Updated: 28 March 2020, 08:27 AM IST

Sports

Latest News

ମାଆ ଆଉ କେତେ ବାଟ ? କଅଁଳ ସରୁ ସରୁ ଥକି ପଡୁଥିବା ଗୋଡ଼କୁ ଘୋଷାରି ଘୋଷାରି ତା ମାଆ ମୁହଁକୁ ଅନେଇ ବିକଳରେ ପଚାରୁଥିଲା ଛଅ ବର୍ଷର ଝିଅ ମାମୁନି। ରାତି ପାହି ନ ଥିଲା ଅନ୍ଧାରୁ ଚାଲିବା ଆରମ୍ଭ କରିଥିଲା। ଏବେ ତ ସୂର୍ଯ୍ୟ ମୁଣ୍ଡ ଉପରେ। ସଠିକ ସମୟ କେତେ ଜାଣି ନ ପାରିଲେ ବି ପାଦ କିନ୍ତୁ ଆଉ ଆଗକୁ ଯାଉନି, ତଣ୍ଟି ଶୁଖିଗଲାଣି ପାଣି ମୁନ୍ଦେ ବି ପିଇନି ଏ ଯାଏ । ନା ଆଉ ପାରୁନି। ଆଗକୁ ଟିକେ ଦୌଡ଼ିଯାଇ ମାଆ ପାଖକୁ ଯାଇ ପଚାରିଲା ମାମୁନି। ମାଆ ଆଉ କେତେବାଟ ? ଏକ ନିଃଶ୍ୱାସରେ ମାଆ ତାର ବଡ଼ ବଡ଼ ପାହୁଣ୍ଡ ପକେଇ କାଖରେ ଦୁଇ ବର୍ଷର ଭାଇ ଗୋପାଳିକୁ ଧରି ଚାଲିଛି ମାଆ। ଆ ଆ ଜଲଦି ଜଲଦି ଆସେ .. କେତେଥର ପଚାରୁଛୁ କେତେବାଟ ବୋଲି ? ରାସ୍ତା ତ ଅଧାରୁ ବି କମ ହେଇନି। ରାତି ହେଇଯିବା ପୂର୍ବରୁ କୋଉଠି ଗୋଟେ ସହର ଜାଗା ଦେଖି ରହିବାକୁ ପଡ଼ିବ। ପୁଣି ଥରେ ବହୁତ କଷ୍ଟରେ ପାଦ ଉଠାଇ ଚାଲିଲା ମାମୁନି। କିଏ ସେ ଏ କରୋନା ?

କାହିଁକି ଏତେ ଡର ତାକୁ ? ଦୁଇ ବର୍ଷ ହେଲାଣି ବା' ତାର କି ଗୋଟେ ଅଜଣା ରୋଗରେ ମରିଗଲା। ମାତ୍ର କିଛି ଦିନ ଗାଁ ଅଙ୍ଗନବାଡି ସ୍କୁଲ ଯାଇଥିଲା । ବା' ମଲା ପରେ ସ୍କୁଲ ବନ୍ଦ । ପେଟ ପାଇଁ କାମ କରିବାକୁ ମାଆ ସାଙ୍ଗରେ ଏ ଜାଗାରୁ ସେ ଜାଗା ବୁଲେ । କାମ କଲେ ମାଆ ପଇସା ଆଣେ । ଦିନସାରା ମାଆ କାମ କରେ ।ଭାଇ ଓ ମୁଁ ସେଇ ପାଖରେ ରାସ୍ତା କଡ଼ ହେଉ ବା କେବେ ତିଆରି ହେଉଥିବା କୋଠା ପାଖରେ ହେଉ ଖେଳୁ । ସଞ୍ଜ ହେଲେ ଇଟା ତିନିଟା କୁ ଯୋଡି ଚୁଲି କରି ମାଆ ଭାତ ଟିକେ କରି ଦିଏ । ଲୁଣ ଦେଇ ଖାଇ ସେଇଠି ଶୋଇପଡୁ । ବର୍ଷ ବର୍ଷ ଧରି ଖରା କାକର ଶୀତ ବାରମାସ ଆମେ ଏମିତି ବୁଲୁ ଥାଉ। ଛୋଟ ବେଳେ ଏ ବୁଲା କୁକୁରଙ୍କୁ ଭାରି ଡରୁଥିଲି। ଧୀରେ ଧୀରେ ସେମାନେ ମୋ ସାଙ୍ଗ ହେଇଗଲେ । ପାଣି ତ ପିଇବାକୁ ବି ମିଳେନି । ହାତ ଧୋଇବା ତ ଦୂର କଥା।

ଝାପ୍ସା ମନେ ପଡୁଛି ବା' ର ମୁହଁ। ଆଜି ମାଆ ଯେମିତି ଭାଇକୁ କାଖେଇଛି ମୋ ବା ' ବି ମୋତେ ଛୋଟବେଳେ ଏମିତି କାଖେଇକି ବୁଲାଏ। ଓଃ କି କଷ୍ଟ ଲାଗୁଛି । ଗୋଡ଼ ଦୁଇଟା ଛିଣ୍ଡି ପଡିବ କି ଆଉ । ବା ନ ଥାନ୍ତା , ମୋତେ ଟିକେ କାଖେଇ ନିଅନ୍ତା । ଅଟକି କି ଦଣ୍ଡେ ବସି ବି ହେବନି । କାରଣ ସଞ୍ଜ ହେବା ପୁର୍ବରୁ ନିରାପଦ ଜାଗାରେ ପହଞ୍ଚିବାର ଅଛି। ବହୁତ ରାଗ ଆସିଲା। କିଏ ମ ଏ କରୋନା? କାହିଁକି ତାକୁ ଏତେ ଡରୁଛନ୍ତି ? କେତେ ଧୂଳି ବାଲିରେ ଖେଳି ଶୋଇ ହାତ ନ ଧୋଇ ଖାଇଛି। କେବେ ବି କିଛି ହେଇନି। ଆଉ ଏବେ ଏମିତି କଣ ହେଇଯିବ ଯେ ସରକାର ହଠାତ ସବୁ ବନ୍ଦ କରିଦେଲେ? କାମଧନ୍ଦା , ଗାଡ଼ିମଟର ଦୋକାନ ବଜାର ସବୁକିଛି।ଏମିତି କି ଗାଁକୁ ବସ୍‌ରେ ଫେରିବା ପାଇଁ ବି ସମୟ ମିଳିଲାନି।

ଏ ପଟେ ସେ କଣ୍ଟ୍ରାକ୍ଟର ବାବୁ ବି କେତେ ଦିନର ପଇସା ଦେଇନି। କିଣିକି ଖାଇବୁ ବା କେମିତି? ଗାଁରୁ ଆସିଥିବା ଅନ୍ୟଲୋକମାନେ ବସି ସ୍ଥିର କଲେ ଏଠି ବସି ଭୋକ ଉପାସରେ ମରିବା ଅପେକ୍ଷା ଗାଁକୁ ଫେରିଯିବା। ବସ୍‌ ଟ୍ରକ କିଛି ବି ଚାଲୁନି। ସମସ୍ତେ ସ୍ଥିର କଲେ ଚାଲିଚାଲି ଗାଁକୁ ପଳେଇବା । ସବୁଆଡେ କୁଆଡେ ଏମିତି ଅବସ୍ଥା। ମାଆର କାମ କରିବା ଜାଗାରୁ ଆମ ଗାଁ କୁଆଡେ ୧୦୦ କିଲୋମିଟର। କେତେ କେଜାଣି କିନ୍ତୁ ବ..ହୁ..ତ.. ବାଟ । ବାଟରେ କାହାକୁ ଟିକେ ପାଣି ବି ମାଗିଲା ବେଳକୁ ଲୋକ ଦୂରେଇ ଯାଇ ମୁହଁ ବୁଲେଇ ପଳାଉଛନ୍ତି ।

ମାଆ କହୁଥିଲା ଏ ରୋଗ କୁଆଡେ ଛୁଇଁଲା ମାତ୍ରେ ହେଇଯାଉଛି । ହେ ଭଗବାନ ଏ କି ରୋଗ କେଜାଣି କିନ୍ତୁ ମୋତେ ଲାଗୁଛି ଏ କରୋନା ତ ମୋତେ କେବେ ଛୁଇଁ ପାରିବନି କିନ୍ତୁ ମାଆ ଯଦି ଟିକେ ନ ରହି ପଛକୁ ନ ଅନେଇ ଏମିତି ଚାଲିଥିବ ତେବେ ମୁଁ ବୋଧେ ଏଇଠି ପଡ଼ିକି ଶୋଷ ଆଉ ଭୋକରେ ମରିଯିବି। ଓଃ କି କଷ୍ଟ। ଆଖିରୁ କଣ ଗୋଟେ ଆଲୁଅ ବାହାରିଗଲା ପରି ଲାଗୁଛି। ତଣ୍ଟି ଶୁଖି ଅଠା ହୋଇଗଲାଣି । ବା' କଥା ଭାରି ମନେ ପଡୁଛି। ସବୁବେଳେ କହୁଥିଲା ତୋତେ ଯାହାକୁ ଡର ଲାଗିବ ତା ସହିତ ସାଙ୍ଗ ହେଇଯିବୁ ଦେଖିବୁ ସବୁ ଠିକ ହୋଇଯିବ । କୁକୁରଙ୍କୁ ଡରୁଥିଲି। ତାଙ୍କ ସହିତ ସାଙ୍ଗ ହେଲା ପର ଠୁ ସେମାନେ ମୋତେ କିଛି କରନ୍ତିନି। ଏ କରୋନାକୁ ଟିକେ ଦେଖନ୍ତିନି । ତା ସହିତ ସାଙ୍ଗ ହେଇଗଲେ କେମିତି ହୁଅନ୍ତା ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story