ସାହିତ୍ୟରେ ଭଲ ଲେଖା

ଡଃ ରୀନା ରାଉତରାୟ ମନରେ ଆସିଲା ଅନେକ ଦିନ ହେଲାଣି ଭଲ ଲେଖାଟିଏ ଲେଖିନି। ଭଲ ଲେଖା ମାନେ? ମାଆଟିଏ ଶିଶୁକୁ ଜନ୍ମ ଦେବା ପାଇଁ ଯେମିତି ବେଳ କାଳ, ନିର୍ଦ୍ଦିଷ୍ଟ ସମୟ ବା ବିଧାନ ନ ଥାଏ ଠିକ୍ ସେହପରି ଲେଖାଟିକୁ ରୂପ ଦେବା ପାଇଁ ଯେ ପର୍ଯ୍ୟନ୍ତ ପ୍ରସବ ବେଦନା ପରି ଆଉଟି ପାଉଟି ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଭଲ ଲେଖାଟିଏ ସୃଷ୍ଟି ହୋଇ ପାରେନି। ମୁଁ ଭଲ ଲେଖା ତାକୁ ଭାବେ […]

Books

Books

Debendra Prusty
  • Published: Friday, 23 September 2022
  • Updated: 23 September 2022, 04:17 PM IST

Sports

Latest News

  • ଡଃ ରୀନା ରାଉତରାୟ

ମନରେ ଆସିଲା ଅନେକ ଦିନ ହେଲାଣି ଭଲ ଲେଖାଟିଏ ଲେଖିନି। ଭଲ ଲେଖା ମାନେ?

ମାଆଟିଏ ଶିଶୁକୁ ଜନ୍ମ ଦେବା ପାଇଁ ଯେମିତି ବେଳ କାଳ, ନିର୍ଦ୍ଦିଷ୍ଟ ସମୟ ବା ବିଧାନ ନ ଥାଏ ଠିକ୍ ସେହପରି ଲେଖାଟିକୁ ରୂପ ଦେବା ପାଇଁ ଯେ ପର୍ଯ୍ୟନ୍ତ ପ୍ରସବ ବେଦନା ପରି ଆଉଟି ପାଉଟି ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଭଲ ଲେଖାଟିଏ ସୃଷ୍ଟି ହୋଇ ପାରେନି।

ମୁଁ ଭଲ ଲେଖା ତାକୁ ଭାବେ ଯାହା ମୋତେ ଆତ୍ମ ସନ୍ତୁଷ୍ଟି ଦେଇଥାଏ ଏବଂ ଯେଉଁ ଲେଖା ମାଧ୍ୟମରେ ମୁଁ ମୋର ମନର ଭାବକୁ ସଠିକ୍ ଭାବରେ ଶବ୍ଦରୂପ ଦେଇଥାଏ ଓ ସେହି ଭାବାର୍ଥକୁ ମୋର ପାଠକପାଠିକା ମାନେ ପଢ଼ି ସମାନ ଅନୁଭବ କରି ପାରନ୍ତି।

ତଥ୍ୟ ସମ୍ବଳିତ, ସୃଜନାତ୍ମକ, ରଚନାତ୍ମକ, ବାସ୍ତବବାଦୀ ଲେଖା ଏମିତି ଅନେକ ପ୍ରକାର ଭେଦର ଭଲ ଭଲ ଲେଖା ଆମେ ଦୈନନ୍ଦିନ ପଢ଼ିଥାଉ। ନିଜ ନିଜର ରୁଚି ଜ୍ଞାନ ଓ ଅଭିଜ୍ଞତାକୁ ନେଇ ଅନେକ ଲେଖା ଓ ଲେଖକମାନଙ୍କୁ ଆମେ ପ୍ରତିଦିନ ଭେଟୁଛୁ।

ଲେଖା କହିଲେ ମୁଁ ଏଠି ଗଳ୍ପ, କବିତା, ପ୍ରବନ୍ଧ, ଉପନ୍ୟାସ, ଆଧ୍ୟାତ୍ମିକ ବାଣୀ ସବୁ ବିଷୟରେ କହୁଛି।

ମୋ ଜାଣିବାରେ ପ୍ରତ୍ୟେକ ସୃଜନଶୀଳ ବ୍ୟକ୍ତିତ୍ଵ ମାଆ ସରସ୍ଵତୀଙ୍କ ଜଣେ ଜଣେ ବରପୁତ୍ର। ସେ ଲେଖକ, କବି ହୁଅନ୍ତୁ ବା ଅଭିନେତା, ଗାୟିକା,ଶିଳ୍ପୀ କିମ୍ବା ନର୍ତ୍ତକୀ।

ଆଜିର ଇଣ୍ଟରନେଟ୍ ଯୁଗରେ ଅନେକ ନୂତନ ପ୍ରତିଭାମାନେ ବିଶେଷ କରି ଯୁବ ପିଢ଼ିଙ୍କ ବହୁ ଉଚ୍ଚ କୋଟିର ଲେଖାମାନ ପଢ଼ିବାକୁ ମିଳୁଛି। ବାସ୍ତବବାଦୀ ଓ ମୌଳିକ ଚିନ୍ତାଧାରାର ଅତି ଚମତ୍କାର ଲେଖା ପଢ଼ି ଆମ ଯୁବ ବର୍ଗଙ୍କ ଜ୍ଞାନର ଗଭୀରତା ଓ ବ୍ୟାପକତା ମୋତେ ବିଭୋର କରେ।

ଅନେକ ସମୟରେ ସେହି ଲେଖା ପଢ଼ି ଚମକୃତ ହେଲେ ମଧ୍ୟ କୌଣସି ମତାମତ ରଖି ପାରେ ନାହିଁ ବା ରଖିବାକୁ ସାହସ ହୁଏ ନାହିଁ ବୋଲି ଭାବି ନିଅନ୍ତୁ।

ଲେଖିବା ପାଇଁ କୌଣସି ବିଧିବଦ୍ଧ ନିୟମ ନାହିଁ ବା ନ ରହିବା ଉଚିତ। ଯାହା ସ୍ଵତଃ ପ୍ରବୃତ୍ତ ମନ ହୃଦୟକୁ ଆନ୍ଦୋଳିତ କରି ସାବଲୀଳ ଭାବରେ ଲେଖି ହୋଇ ଯାଏ ତାହା ହିଁ ଉପଯୁକ୍ତ ଲେଖା।

ଏକାଡେମିକ ଲେଖା ପାଇଁ ବିଧିବଦ୍ଧ ନିୟମ ବା ଫର୍ମାଟରେ ଲେଖିବାକୁ ପଡ଼େ। କିନ୍ତୁ ସୃଜନାତ୍ମକ ଲେଖା ପାଇଁ ତ୍ରି ରତ୍ନ: ଯଥା ଶବ୍ଦ, ଭାବ ଓ ଚେତନାର ଉପଯୁକ୍ତ ସମନ୍ଵୟ ଲୋଡ଼ା।

ଅଧୁନା ଦେଖା ଯାଉଛି ସାହିତ୍ୟକୁ ତଥା କଥିତ କେତେଜଣ ସାହିତ୍ୟ ମାଫିଆ ସେମାନଙ୍କର ଜନ୍ମସିଦ୍ଧ ଅଧିକାର ବୋଲି ଧରି ନେଇଛନ୍ତି। ଫଳତଃ ଯେ କୌଣସି ନୂତନ ଯୁବ ପ୍ରତିଭାଙ୍କୁ ଦିଗଦର୍ଶନ ଦେବା ପରିବର୍ତ୍ତେ କେବଳ ସମାଲୋଚନା କରି ସେମାନଙ୍କ ମନୋବଳକୁ ହ୍ରାସ କରିବାରେ ଲାଗି ପଡ଼ିଛନ୍ତି।

ଏଇ ଯେମିତି :-  ଫେସବୁକ୍ ଲେଖା ଲେଖା ନୁହେଁ... ସେ କେବେଠୁ ସାହିତ୍ୟିକ ହେଲାଣି?

ପୁସ୍ତକ ପ୍ରକାଶିତ ହେଲେ ହିଁ ଜଣେ ସାହିତ୍ୟିକ ପଦବାଚ୍ୟ ହେବ ଏହି ମନୋଭାବ ବେଶୀ ଆଶ୍ଚର୍ଯ୍ୟ କରେ।

ଅପର ପକ୍ଷରେ ସମସ୍ତ ଯୁବ ପ୍ରତିଭାମାନଙ୍କୁ ମଧ୍ୟ ଅନୁରୋଧ, ଯେ କୌଣସି ସମାଲୋଚନାକୁ ସକାରାତ୍ମକ ଦୃଷ୍ଟିକୋଣରୁ ବିଚାର କରି ତାହାକୁ ଆପଣଙ୍କ ଶକ୍ତିରେ ପରିବର୍ତ୍ତନ କରନ୍ତୁ। ଆପଣଙ୍କ ଉପରକୁ ଫିଙ୍ଗା ହେଉଥିବା ପ୍ରତ୍ୟେକ ପଥରକୁ ସାଇତି ରଖି ତାହାକୁ ଆପଣଙ୍କ ପ୍ରତିଭାର ବିକାଶ ପାଇଁ ମୂଳଦୁଆ କରନ୍ତୁ।

ଦେଖିବେ, ଆପଣଙ୍କ ପ୍ରତିଭାର ସୁବାସରେ ସାରା ଦୁନିଆରେ ମହକିବ। ଆପଣ ଧୀରେ ଧୀରେ ଧୈର୍ଯ୍ୟ, ସହନଶୀଳ ଓ ନମ୍ରତାରେ ରୁଦ୍ଧିମନ୍ତ ହୋଇ ଉଠିବେ।

ଜଣେ ପ୍ରକୃତ ସୃଜନଶୀଳ ବ୍ୟକ୍ତିର ପରିଚୟ ହେଉଛି ନମ୍ର ଓ ଜୀବନମନସ୍କ ପ୍ରାଣ ଯାହା କେବଳ ସମସ୍ତଙ୍କୁ ଭଲ ପାଇ ପାରେ। ଯାହାଙ୍କ ବ୍ୟାପ୍ତ ଚେତନା ପାଖରେ ଆପେ ଆପେ ମୁଣ୍ଡ ନଇଁ ଯାଏ। ଯେ କେବେ କୌଣସି ସ୍ଵୀକୃତି ପଛରେ ଧାଏଁ ନାହିଁ ବରଂ ସ୍ଵୀକୃତି ତାଙ୍କ ପଛରେ ଧାଏଁ।

ସାଧନା ସ୍ଵୀକୃତି ଦିଏ, ସ୍ଵୀକୃତି ସାଧନା ନୁହେଁ।

ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ପ୍ରାୟ ସମସ୍ତ କାଳଜୟୀ ଲେଖାର ଲେଖକ କୌଣସି ବିଶେଷ ଡିଗ୍ରୀ ଧାରୀ ନ ଥିଲେ ବରଂଚ କର୍ମଯୋଗୀ ଥିଲେ ଯେଉଁମାନେ କି ନିଜ ପର୍ଯ୍ୟାପ୍ତ ଅନୁଭବରୁ ମାଆ ସରସ୍ଵତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇ ମୌଳିକ ବିଷୟବସ୍ତୁ ଉପରେ ଆଲୋକପାତ କରିଛନ୍ତି।

ଯେଉଁଥିରେ ସମଗ୍ର ସମାଜ ଓ ମାନବ କଲ୍ୟାଣ ପାଇଁ ଐଶ୍ୱରୀୟ ବାର୍ତ୍ତା ଭରପୂର ରହିଛି।

ସେ କାଳିଦାସଙ୍କ "ଅଭିଜ୍ଞାନ ଶକୁନ୍ତଳମ୍" ହେଉ ବା ଭୀମ ଭୋଇଙ୍କ "ସ୍ତୁତି ଚିନ୍ତାମଣି" ସଦୃଶ ଆଲୋକ ବର୍ତ୍ତିକା ହେଉ।

ଅଧୁନା ଲେଖା ପାଇଁ, କବି ଲେଖକର ଆଖ୍ୟା ପାଇଁ ପ୍ରତିଯୋଗିତା ଓ ପୁରସ୍କାର, ପ୍ରଶଂସା, ସମାଲୋଚନା ପାଇଁ ମାପଦଣ୍ଡ କଣ ଓ ତାହା କିଭଳି ଓ କିଏ ସ୍ଥିର କରୁଛନ୍ତି ତାହା ମୋର ଜାଣିବାକୁ ଇଛା ନାହିଁ।

ରାଜନୀତି କ୍ଷେତ୍ରଠାରୁ ଅଧିକ ରାଜନୀତିର କବଳିତ ଆଜି ସାହିତ୍ୟ କ୍ଷେତ୍ର। ଆମର ସାହିତ୍ୟିକମାନେ ସାଧନାରୁ ଅଧିକ ସମୟ ନିମଗ୍ନ କଙ୍କଡ଼ା ସଦୃଶ ଅନ୍ୟର ଗୋଡ଼ ଟାଣିବାରେ।

ମୋ ପାଇଁ ସାହିତ୍ୟ : ଇଂରାଜୀ ଓ ଅନ୍ୟାନ୍ୟ ଭାଷା ସାହତ୍ୟରେ ମୋର ବିଶେଷ ଦଖଲ ନ ଥିଲେ ବି ଏତିକି ଜାଣେ ସାହିତ୍ୟର କୌଣସି ନିର୍ଦ୍ଦିଷ୍ଟ ଭାଷା ବା ଭୌଗୋଳିକ ସୀମାରେଖା ନ ଥାଏ।

ସାହିତ୍ୟ ହେଉ ବା ଜୀବନ, ମାନବୀୟ ଆକଳନ ବିଶ୍ଲେଷଣରୁ ବହୁ ଉର୍ଦ୍ଧ୍ଵରେ କାଳଖଣ୍ଡ ନିର୍ଦ୍ଧାରଣ କରେ ଏହାର ମାନ ଓ ସ୍ଥାୟୀତ୍ୱ।

ଶବ୍ଦ ପରିଚିତି, ନିୟନ୍ତ୍ରିତ ଆବେଗ ଓ ସମାଜ କେନ୍ଦ୍ରିକ ସମର୍ପଣ ଭାବ ହେଉଛି ସାହିତ୍ୟିକର ଧର୍ମ।

ବୌଦ୍ଧିକ ସ୍ତର (ଚେତନାର ସ୍ତର ଯାହା ଚିର ସବୁଜ), ମାନସିକ ସ୍ତର, ଆବେଗିକ ସ୍ତର ଏବଂ ନବରସର ପ୍ରୟୋଗରେ ସୃଷ୍ଟି ହୋଇଥିବା ସାହିତ୍ୟକୁ ଅନୁଭବିବା ପାଇଁ ନିଜକୁ ପ୍ରସ୍ତୁତ କରିବା ହେଲା ମୋ ପରି ସମସ୍ତ ପାଠକଙ୍କ ଉତ୍ତରଦାୟିତ୍ୱ।

ଭୁବନେଶ୍ୱର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story