ମୋ ମୋନାଲିସା

ମୋନାଲିସା। ନାଁ ତ ନିଶ୍ଚିତ ଶୁଣିଥିବେ। ମୋନାଲିସା ନାଁ କାନରେ ପଡ଼ିଲା ମାତ୍ରେ ଗୋଟିଏ ଫୋଟ ଆଖିରେ ନାଚିଉଠେ। ହଁ, ମୁଁ ସେଇ ମୋନାଲିସା କଥା କହୁଛି, ଯାହା ଆପଣ ଏବେ ଭାବୁଛନ୍ତି। ସେହି ଲିଓନାର୍ଡୋ ଦା ଭିନ୍‌ଚିଙ୍କ ମୋନାଲିସା, ଯାହାଙ୍କ ହସ ସାରା ବିଶ୍ୱକୁ ଚମକାଇ ଦେଇଛି। କୋଟିକୋଟି ପ୍ରେମିକଙ୍କ ନାୟିକା ସେ। ଏମିତି କେଉଁ ପ୍ରେମିକ ନଥିବ, ଯିଏ ତା ପ୍ରେମିକା ମଧ୍ୟରେ ମୋନାଲିକାକୁ ଦେଖି ନଥିବ। ଲିଓନାର୍ଡୋଙ୍କ ମୋନାଲିସା ସିନା ଗୋଟିଏ, କିନ୍ତୁ […]

sadhu

sadhu

Puspanjali Panda
  • Published: Monday, 28 October 2019
  • Updated: 29 October 2019, 03:26 PM IST

Sports

Latest News

ମୋନାଲିସା। ନାଁ ତ ନିଶ୍ଚିତ ଶୁଣିଥିବେ। ମୋନାଲିସା ନାଁ କାନରେ ପଡ଼ିଲା ମାତ୍ରେ ଗୋଟିଏ ଫୋଟ ଆଖିରେ ନାଚିଉଠେ। ହଁ, ମୁଁ ସେଇ ମୋନାଲିସା କଥା କହୁଛି, ଯାହା ଆପଣ ଏବେ ଭାବୁଛନ୍ତି। ସେହି ଲିଓନାର୍ଡୋ ଦା ଭିନ୍‌ଚିଙ୍କ ମୋନାଲିସା, ଯାହାଙ୍କ ହସ ସାରା ବିଶ୍ୱକୁ ଚମକାଇ ଦେଇଛି। କୋଟିକୋଟି ପ୍ରେମିକଙ୍କ ନାୟିକା ସେ। ଏମିତି କେଉଁ ପ୍ରେମିକ ନଥିବ, ଯିଏ ତା ପ୍ରେମିକା ମଧ୍ୟରେ ମୋନାଲିକାକୁ ଦେଖି ନଥିବ। ଲିଓନାର୍ଡୋଙ୍କ ମୋନାଲିସା ସିନା ଗୋଟିଏ, କିନ୍ତୁ ଏଠି ହଜାର ହଜାର ଲିଓନାର୍ଡୋ ମୋନାଲିସା ସନ୍ଧାନରେ।

ମୁଁ ବି ଖୋଜିଛି ମୋନାଲିସାକୁ। ହେଲେ କେବେ ମିଳିବା ତ ଦୂରର କଥା, ସ୍ୱପ୍ନରେ ବି ସେ ସୁଯୋଗ ଆସିନି। ଚଟ୍ କରି ହୃଦୟକୁ ଛୁଇଁଲା ଭଳି ମୋନାଲିସା କାହିଁ କେବେ ଏ ଆଖି ଚେଇଁଲା ଦିନରୁ ଦେଖିନି। ବହୁତ ଆସିଛନ୍ତି ଆଉ ଯାଇଛନ୍ତି। କିନ୍ତୁ ମୋନାଲିସାକୁ କାହାଠି ପାଇନି। ଏମିତିରେ ବି ମୋନାଲିସା କେଉଁଠୁ ଆସିବେ ଯେ ? ସେ ତ କୋଟିଏରେ ଗୋଟିଏ। ମୁଁ ବି ଏତେ କାହିଁକି ଭାବୁଛି?

ସମୟ ଗଡ଼ିବା ସହ ବୟସର ବସନ୍ତ ବି ଗଡ଼ି ଚାଲିଥାଏ। ଗୋଟିଏ ପରେ ଗୋଟିଏ ବସନ୍ତ ଆସେ ହେଲେ କୋଇଲିର ଦେଖା ନଥାଏ। ଏମିତି ୨୮ଟି ବସନ୍ତ ଅତିକ୍ରାନ୍ତ କଲା ପରେ ଭେଟ ହୁଏ ମୋନାଲିସା ସହ। ଲିଓନାର୍ଡୋଙ୍କ ମୋନାଲିସା ନୁହେଁ, ମୋ ମନର ମୋନାଲିସା ସହ। ସାଙ୍ଗ ମ୍ୟାରେଜ୍‌ ଫଟୋ ଆଲବମ୍‌ର ଗୋଟିଏ ପରେ ଗୋଟିଏ ପୃଷ୍ଠା ଆଡ଼ଉ ଆଡ଼ଉ ଆଖିରେ ପଡ଼େ ମୋନାଲିସା। ଆଲବମ୍‌ର ସବୁ ଫଟୋକୁ ସାଇତି ରଖି ପାରୁ ନଥିବା ଆଖି କେତେବେଳେ ଯେ ଲାଖିଯାଇଛି ତାହା ମୁଁ ବି ଜାଣିନି। ଆଉ ଫଡ୍ ଫଡ୍ କରି ପୃଷ୍ଠା ଲଉଟାଇ ଚାଲିଥିବା ଅମାନିଆ ହାତଟା ଆଖିକୁ ସାଥ୍‌ ଦେଇ ସେହିଠି ଅଟକି ରହିଛି।

ବାସ୍...ଏମିତି କେତେବେଳେ ଏକ ଘଣ୍ଟା ବିତି ଯାଇଛି ନିଜେ ବି ଜାଣିନି। ହୁଏତ ପୋଡ଼ାମୁହାଁ ମୋବାଇଲ୍‌ଟା ବାଜି ନଥିଲେ ସେହିଠି ସନ୍ଧ୍ୟା ହୋଇଯାଇଥା’ନ୍ତା। ମୋ ସାଙ୍ଗ ବିଶୁଆର କଲ୍ ଆସିଥିଲା। ବିଶୁଆ ମାନେ ବିଶ୍ୱଜିତ୍‌। ତାଙ୍କ ଘର ତଳ ଡ୍ରଇଂ ରୁମ୍‌ରେ ବସି ଚା’ ପିଇବା ପାଇଁ ମତେ କଲ୍ କରିଥିଲା। ମୁଁ ଉପର ମହଲା ଗେଷ୍ଟ୍‌ ରୁମରେ ବସି ତା’ ମ୍ୟାରେଜ୍‌ ଫଟୋ ସବୁ ଦେଖୁଥିଲି। ‘ଆରେ ବାବୁ ଚା’ ପିଇବୁ ଆସେ, ଚା’ଟା ଥଣ୍ଡା ହେଉଛି ପରା।’ ବିଶୁଆ ବଡ଼ ରଡ଼ିଟେ ଛାଡ଼ିଲା। ମୁଁ ବି ଅନ୍ୟମନସ୍କ ହୋଇ ବଡ଼ ହଁଟେ ମାରିଲି। ଯାଉଛି ଯାଉଛି। ଭାଉଜ କିନ୍ତୁ ବିଶୁଆ ଉପରେ ଗରଗର ହେଲେ। କେତେ ସୁନ୍ଦର ଆଲବମ୍‌ଟା ଦେଖୁଛନ୍ତି ଆଉ ୟେ କହୁଛନ୍ତି, ତଳକୁ ଆସ ଚା’ ପିଇବୁ। ନା ସେ ଯିବେନି । ଉପରେ ଆମ ମ୍ୟାରେଜ୍‌ ଫଟୋ ଦେଖୁଛନ୍ତି। ଭାଉଜ ବିଶୁଆକୁ କର୍କଶ ସ୍ୱରରେ ଉତ୍ତର ଦେଲେ।

ହେଲେ ମୁଁ ଅବା କ’ଣ କରିଥା’ନ୍ତି । ତଳକୁ ଆସିବାକୁ ବାଧ୍ୟ। ତଳକୁ ଆସି ଦେଖେ ତ, ହାଫ ପ୍ୟାଣ୍ଟ୍‌ ଖଣ୍ଡେ ପିନ୍ଧି ସଡସଡ୍ କରି ଚା’ ଫୁଙ୍କି ଚାଲିଛି ବିଶୁଆ। ନେ, ଚା’ଟା ନେ। ଥଣ୍ଡା ହୋଇଯିବା ଆଗରୁ ପିଇଦେ। ନହେଲେ ପୁଣି କିଏ ଗରମ କରିବ ବୋଲି ବିଶୁଆ କହିଲା । ମୁଁ ହଠାତ ଗରମ ଚା’ କୁ ପିଇବା ବେଳକୁ ଜିଭଟା ପୋଡ଼ିଗଲା। ହେଲେ ସେଥିପ୍ରତି ମୋର ଟିକେ ବି ଭୃକ୍ଷେପ ନଥିଲା। ଥିଲା କେବଳ ସେହି ଝିଅର ମୁହଁ। ଆଖି ସାମ୍ନାରେ ନାଚି ଉଠୁଥିଲା ତା କଅଁଳି ବୟସର ଦୁଇଟି ଆଖି। ସତେ ଯେମିତି ତା ଆଖି ମତେ ଆଉ ଥରେ ଡାକୁଛି। ଆସ। ଆସୁନ। ଦେଖିବ ଆସ। ମୁଁ ଏଇଠି ଲୁଚକାଳି ଖେଳୁଛି। ତୁମ ଅଗଣାରେ ମୁଁ ଅଳସ ଭାଙ୍ଗୁଛି । ଆସ। ଆସ...

ମୁଁ ବି ବିଚିତ୍ର। କେବେ ଦେଖିଛି ନା ଜାଣିଛି। ଘର ଠିକଣା ବି ମତେ ଜଣା ନାହିଁ। ହେଲେ ସ୍ୱପ୍ନ ଦେଖୁଛି ମୋନାଲିସା ପାଇଁ। ବୟସ ବି ପାର ହେବାକୁ ବସିଲାଣି। ହେଲେ କ’ଣ ହେବ ଯେ ? ମନଟା ପୂରା ଅସ୍ଥିର। କେତେବେଳେ ବିଶୁଆକୁ ପଚାରିବି, କେବଳ ସେ କଥା ହିଁ ଭାବୁଥାଏ। ସମୟ ସୁବିଧା ଟିକେ ଖୋଜୁଥାଏ।

ଏମିତି କିଛି ଦିନ ଗଲା ପରେ ଦିନେ ହଠାତ୍ ଆବିଷ୍କାର ହୁଏ ମୋନାଲିସା। ମୋ ମୋନାଲିସା। ସେହି ଆଲବମ୍‌କୁ ପରିପୂର୍ଣ୍ଣ କରୁଥିବା ମୋନାଲିସା। ସେ କୌଣସି କାମ ନେଇ ବିଶୁଆ ଘରକୁ ଆସିଥାଏ। ପଚାରିବା ବାହାନାରେ କହିଦେଲି, ‘ଆରେ ବିଶୁଆ ସେ ଝିଅଟି କିଏ ?
କ’ଣ କରୁଛି ତୁମ ଘରେ ?’

ବିଶୁଆ ସଙ୍ଗେ ସଙ୍ଗେ ଉତ୍ତର ଦେଲା କ’ଣ ମନ ପାଇଗଲା କି ବନ୍ଧୁ ? ମୁଁ ଟିକେ ଭିତ୍ତତ୍ରସ୍ତ ହୋଇ ଉତ୍ତର ରଖିଲି ନାଇଁ, ତୁମ ଘରେ ଦେଖିଲି ତ ସେମିତି ପଚାରିଦେଲି।

ସେ ଏବେ ଜେଏନୟୁ ଫିଲୋସୋଫି କରୁଛି। ରବି ମଉସାଙ୍କ ଝିଅ ଆଲିସା। ଆମ ପଡ଼ୋଶୀ। ସେକେଣ୍ଡ ସେମିଷ୍ଟାର ପରୀକ୍ଷା ଦେଇ ମାସେ ଛୁଟିରେ ଆସିଛି। କ’ଣ ପ୍ରସ୍ତାବ ପକାଇବା କିରେ ମଜାରେ କହିଲା ବିଶୁଆ। ପରିଚୟ ସିନା ମିଳିଗଲା ହେଲେ ମୋ ମନର କଥା ମୋନାଲିସା ମାନେ ଆଲିସା ପାଖରେ ପହଞ୍ଚାଇ ବି କେମିତି ? ସେ ଭାବନରେ ଏମିତି ଗୋଟିଏ ସପ୍ତାହ ବିତିଗଲା।

ସଂଯୋଗ ବଶତଃ ଦିନେ ଚା’ ପିଉଥିବା ଅବସ୍ଥାରେ ତାକୁ ପୁଣିଥରେ ବିଶୁଆ ଘରେ ଦେଖିଲି। ବିଶୁଆର ଘର ମୋ ଅଫିସ ପାଖରେ। ତେଣୁ ଖଟିଟା ସେଇଠି ସବୁବେଳେ ହୁଏ । ସପ୍ତାହରେ ୨-୩ ଦିନ ବିଶୁଆର ଘରେ ସମୟ କଟେ। କ’ଣ ଗୋଟେ ଭାବୁ ଭାବୁ ଅନ୍ୟମନସ୍କ ଭାବେ ଆଲିସାକୁ ପଚାରିଦେଲି, ଆପଣ କ’ଣ କରୁଛନ୍ତି । ସେ ଦିଲ୍ଲୀ ଷ୍ଟାଇଲରେ ଉତ୍ତର ଦେଲା, କ’ଣ ଆପଣ ସେଇ ପିଲା ତ ଯେ ପୂର୍ବରୁ ମୋ କଥା ପଚାରୁଥିଲେ । ମୁଁ ସବୁ ଜାଣିଛି । ଆପଣ ହିଁ ମୋ କଥା ପଚାରୁଥିଲେ ନା ବିଶୁଆ ଭାଇଙ୍କୁ ? ମୁଁ ଏତିକି ବେଳେ ଡରକି ଛାନିଆ । ମୁହଁ ପୂରା କଳା ପଡ଼ିଗଲା। ଇଚ୍ଛା ହେଉଥାଏ, ବିଶୁଆର ତଣ୍ଟି ଚିପିଦେବାକୁ। ପୁଣି ସଙ୍ଗେସଙ୍ଗେ ସେ କହିଲା, କ’ଣ ଡରିଗଲି କି ? ଆରେ ବାବା ମଜାରେ କହିଲି। ଘରକୁ କେହି ଆସିଲେ ଯେ କେହି ବି ପଚାରିବ, ଏଥିରେ ଅସୁବିଧା କ’ଣ ? ହେଲେ ଆପଣ ଡରୁଛନ୍ତି କାହିଁକି ? କ’ଣ ଆଉ କିଛି ଭାବୁଥିଲେ କି ? ମଜାରେ ମଜାରେ ଅନେକ କଥା ଗପିଗଲା । ହେଲେ ତା’ପରେ ମୁଁ ଆଉ କିଛି ବି ଶୁଣିନି। କେବଳ ତା ମୁହଁକୁ ଦେଖୁଥାଏ।

ଆରେ ଆଲିସା ତୁ ଏଠି କେତେବେଳେ ? ବିଶୁଆ ପାହାଚ ଦେଇ ଉପର ରୁମରୁ ତଳକୁ ଆସିବା ବେଳେ ପ୍ରଶ୍ନ କଲା । ଏଇ ୧୫ ମିନିଟ ଆଗରୁ ଆସିଲି । ଆଉ ତୁମ ଡରୁଆ ସାଙ୍ଗ ସହ ଗପୁଛି । ଦିଲ୍ଲୀରେ ଏସବୁ ଯଦିଓ କିଛି ନୁହେଁ କିନ୍ତୁ ମୋ ପାଇଁ ସବୁ କିଛି ନୂଆ । ମୁଁ ସଙ୍ଗେସଙ୍ଗେ ଉତ୍ତର ଦେଲି ନା କଥା ହେଉନଥିଲୁ । ଏମିତି ବାସ୍‌ । କ’ଣ ଏମିତି ବାସ । କଥା ହୋଇ କାହିଁକି ମନା କରୁଛ ? ଆଲିସା ଉତ୍ତର ଦେଲା । ମୋର ଅବସ୍ଥା ସେତେବେଳକୁ ବାର ବାଜିଲାଣି । ତା ମଜା ପାଇଁ ମୋର ସଜା ହୋଇ ବଢ଼ିବାରେ ଲାଗିଛି ବୋଲି ମୁଁ ସେତେବେଳେ ଅନୁଭବ କରୁଥାଏ । ହେଲେ ବିଶୁଆ ସବୁ ଶୁଣି ସାରି ଉପର ରୁମ୍‌କୁ ଚାଲିଗଲା । ତୁମେ ଦୁଇ ଜଣ ଗପୁଥାଅ ମୁଁ ଆସୁଛି ।

ଯାହା ହେଉ ବିଶୁଆଟା ଗଲାନି ଯେ ମୁଁ ଟିକେ ହାଲକା ହୋଇଗଲି । ତା’ପରେ ଆରମ୍ଭ ହୋଇଗଲା ଗପ । ଦିଲ୍ଲୀରେ କେଉଁଠି ରହୁଛ, କ’ଣ କରୁଛ ସବୁକିଛି । ଫୋନ ନମ୍ବର ମଧ୍ୟ ଏକ୍ସଚେଞ୍ଜ ହୋଇସାରିଥାଏ । କିଛି ଦିନ ଭିତରେ ଦିଲ୍ଲୀ ଚାଲିଗଲା ଆଲିସା । କିନ୍ତୁ ଫୋନରେ ବହୁତ ଗପିଛୁ । ଏମିତି କି ଅନେକ ରାତି ଫୋନ୍‌ରେ ସକାଳ ପାଇଯାଇଛି। କେମିତି ହେବିନି ? ଯାହାକୁ ଦେଖି ଫୁଲରୁ ଫୁଲ ଡେଇଁ ବୁଲୁଥିବା ଏ ପ୍ରେମିକ ଭଅଁର ଗୋଟିଏ ଫୁଲର ବାସ୍ନାରେ ପାଗଳ ହୋଇଯାଇଥିଲା । ଆଉ ଅଦୃଶ୍ୟ ବାସ୍ନା ଖୋଜୁଥିବା ମୃଗ ଭଳି ଖୋଜି ବୁଲୁଥିଲା କସ୍ତୁରୀକୁ ।

ସମୟ ସେଇଠି ଅଟକି ଯାଇଛି, ଯେଉଁ ଦିନଠାରୁ ଆଲିସା ସହ ମୋର ଦେଖା ହୋଇଛି। ଦେଖା ହେବାର ପ୍ରାୟ ୬ ମାସ ଗଡିଗଲାଣି । ହେଲେ ଏତେ ଦିନ ବିତିଯାଇଥିଲେ ମଧ୍ୟ ଆଲିସା ଯେମିତିକୁ ସେମିତି ନୂଆ । ପ୍ରତିଦିନ ଗୋଟିଏ ଗୋଟିଏ ନୂଆ ଆଲିସା ସହ କଥା ହେଲା ଭଳି ଲାଗେ । ପୋଟଳଚିରା ଆଖିର କଳା କଜଳ, ଟିକି କାନରେ ସୁନା ରିଙ୍ଗ୍‌ ଆଉ ସରୁ ମୁହଁର ହସ। ସବୁବେଳେ ମୋ ଆଖିରେ ଭାସି ବୁଲୁଥାଏ ।

କହିବି କହିବି ଭାବି, କେତେ ଦିନରୁ ଆଲିସାକୁ ମୋ ମନର କଥା କହିପାରିନି । ହେଲେ ନିଷ୍ପତ୍ତି ନେଇଛି କହିବି । ସେ ଯାହା ହେଉ ପଛେ ଆଜି କହିବି। ହୃଦୟରେ ଲାଗିଥିବା ନିଆଁକୁ ବହୁ ଦିନ ପରେ ପାଣି ଢାଳି ଲିଭାଇବାର ପ୍ରୟାସ ନିଶ୍ଚିତ କରିବ । ଏତିକି ଭାବିଛି କି ନାହିଁ ଆଲିସାର କଲ୍ ଆସିଲା । ମୁଁ କଲ୍ ରିସିଭ୍ କଲି, କିନ୍ତୁ ନିଷ୍ପତ୍ତି ନେଇଥିବା କଥା କହିପାରୁ ନ ଥାଏ । ଡର ଲାଗୁଥାଏ, କହିଲେ କ’ଣ ସେ ଭାବିବ ? ଏମିତି ହଜାର ହଜାର ପ୍ରଶ୍ନ ମନରେ ଚାଲିଆସୁଥାଏ । କିନ୍ତୁ ସେପଟେ ଯେତିକି ଅଧିକ କଥା ବଢୁଛି ସେତିକି ମନର ଉତ୍କଣ୍ଠା ବି । କହିବି ନା କହିବିନି । ଏମିତି ବୁଢ଼ିଆଣୀର ଜାଲ ଭଳି ଦ୍ୱନ୍ଦ୍ୱ ମନରେ ବାରମ୍ବାର ଗାର ଟାଣିଛୁ ।

ହେଲେ ଅଧଘଣ୍ଟା କଥା କଥା ହେଲା ପରେ କହିଲି ଆଲିସା ଜାଣିଛ ଗୋଟେ କଥା...
- କ’ଣ ହେଲା କହୁନ ?
- ମୁଁ କ’ଣ କହୁଥିଲି କି ?
- କ’ଣ ଆଉ କହିବ ? ଅଫିସ୍‌ କଥା, ବିଶୁଆ ଭାଇଙ୍କୁ କେମିତି ଭାଉଜ ଡରାନ୍ତି ଏସବୁ ତ?
- ଆରେ ନାଇଁ
- ତା’ହେଲେ କ’ଣ କହୁନ...
- ମୁଁ.....
- କ’ଣ ମୁଁ ?? ବାପା ହେବାକୁ ଯାଉଛ କି ???
- ପ୍ଲିଜ୍ ଜମା ଦାନ୍ତ ଦେଖାଅନି। ଗୋଟେ ସିରିଅସ୍‌ ଟପିକ୍‌ରେ କଥା ହେବାର ଅଛି ।
- ଟୋକାର ବାହାଘର ଠିକ୍ ହୋଇଯାଇଛି ବୋଧେ ?
- ଆରେ ନାଇଁ ବାବା ନାଇଁ... ମୁଁ ଆଉ କିଛି କହୁଥିଲି
- କିଛି କୁହନି। ଯାଅ ଶୋଇବ। କଣ କହିବି ! କହିବ ଯଦି ଏତେ ରଙ୍ଗ କ’ଣ ?
- କାହକୁ ଭୃକ୍ଷୋପ ନକରି ମନର କଥା ଓଗାଳି ଦେଲି । ମୁଁ ତୁମକୁ କେବେଠୁ ହୃଦୟ ଦେଇସାରିଛି ଆଲିସା ।

ମୋ କଥା ଶୁଣିବା ପରେ ଆଲିସା ଠୋ ଠୋ ହୋଇ ହସିଲା । କହିଲା, ମତେ ତୁମେ ଯଦି ହୃଦୟ ଦେଇ ସାରିଛ, ତେବେ ଶୀଘ୍ର ଦିଲ୍ଲୀ ପଳେଇ ଆସ । ଏମ୍ସରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବା । ମୁଁ ଆଲିସାର କଥା ଶୁଣି ଫୋନ କାଟିଦେଲି... ଆଉ ତା’ ପରେ ବଡ ଗ୍ୟାପ୍‌.. ନା ତାର କଲ୍ ଆସିଛି ନା ମୋର ତା ପାଖକୁ ଯାଇଛି । ସେ କ’ଣ ପାଇଁ ମତେ କଲ୍ କରିନି କେବେ ବି ପଚାରିନି । କେବେ ତାକୁ ଫୋନ୍‌ କରି ଡିଷ୍ଟର୍ବ କରିବା ପାଇଁ ବି ଚେଷ୍ଟା କରିନି । ମୋ ମନର ଭଲ ପାଇବାକୁ ସେଇଠି କବର ଦେଇଦେଲି ସିନା, ହେଲେ ଆଜି ଯାଏଁ ମୋନାଲିସାକୁ ଭୁଲି ପାରିନି।... ଅପେକ୍ଷା କରିଛି କେବେ ଇନ୍ଦ୍ରଧନୁ ଆସି ପୁଣି ଥରେ ଆକଶକୁ ରଙ୍ଗିନ୍‌ କରିବ।

ଯଜ୍ଞଦତ୍ତ ଜ୍ୟୋତିଷ
ଟିଙ୍କବୀର
ଦେବଗଡ଼
ଫୋନ୍‌:୯୯୩୭୩୯୧୮୩୯
ଇମେଲ୍‌:titukumar337@gmail.com

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story