ଓଡ଼ିଆ ସାହିତ୍ୟ ଆଜି ଅସୁସ୍ଥ!

ମାୟାଧର ନାୟକ ବୈଦିକ ସମାଜରୁ ବୈଧସମାଜର ସୀମାରେଖା ସ୍ପର୍ଶ କରି ବହି ଆସୁଛି ସାରସ୍ୱତ ସୃଜନ ଧାରାର ଶାଶ୍ୱତୀ ସରସ୍ୱତୀ। କେବେ ହୋଇଛି କୂଳଲଂଘିନୀ ତ କେବେ ପୁଣି ଅନ୍ତଃସଲିଳା। ଆଉ କେବେ ସାରସ୍ୱତ ସର୍ଜନାର ଏ ସରସ୍ୱତୀ ସମାଜର ଅନ୍ଧକାର ଯୁଗ ପରିକ୍ରମା କରୁକରୁ ବାଛି ନେଇଛି ମରୁପଥ। ଯୁଗରୁ ଯୁଗାନ୍ତର – କାଳରୁ କାଳାନ୍ତର – ସମୟରୁ ସମୟାନ୍ତରକୁ ମୁହାଁଉ ମୁହାଁଉ ସାହିତ୍ୟ କେବେକେବେ ସାମ୍ନା କରିଛି ଏକ ସନ୍ଧିକ୍ଷଣ। ଆମର ଆଜିର ସାହିତ୍ୟ […]

Books

Books

Debendra Prusty
  • Published: Saturday, 04 December 2021
  • Updated: 04 December 2021, 06:06 PM IST

Sports

Latest News

  • ମାୟାଧର ନାୟକ

ବୈଦିକ ସମାଜରୁ ବୈଧସମାଜର ସୀମାରେଖା ସ୍ପର୍ଶ କରି ବହି ଆସୁଛି ସାରସ୍ୱତ ସୃଜନ ଧାରାର ଶାଶ୍ୱତୀ ସରସ୍ୱତୀ। କେବେ ହୋଇଛି କୂଳଲଂଘିନୀ ତ କେବେ ପୁଣି ଅନ୍ତଃସଲିଳା। ଆଉ କେବେ ସାରସ୍ୱତ ସର୍ଜନାର ଏ ସରସ୍ୱତୀ ସମାଜର ଅନ୍ଧକାର ଯୁଗ ପରିକ୍ରମା କରୁକରୁ ବାଛି ନେଇଛି ମରୁପଥ। ଯୁଗରୁ ଯୁଗାନ୍ତର – କାଳରୁ କାଳାନ୍ତର – ସମୟରୁ ସମୟାନ୍ତରକୁ ମୁହାଁଉ ମୁହାଁଉ ସାହିତ୍ୟ କେବେକେବେ ସାମ୍ନା କରିଛି ଏକ ସନ୍ଧିକ୍ଷଣ।

ଆମର ଆଜିର ସାହିତ୍ୟ ତଥା ସାଂପ୍ରତିକ ସାହିତ୍ୟ ହେଉଛି ପ୍ରକାରାନ୍ତରେ ଏକ ସନ୍ଧିକ୍ଷଣର ସାହିତ୍ୟ। ବିଗତ ବିଂଶ ଶତାଦ୍ଦୀ ଏବଂ ସମାଗତ ଏକବିଂଶ ଶତାଦ୍ଦୀର ମଧ୍ୟବର୍ତ୍ତୀ ସ୍ଥିତିରେ ସାହିତ୍ୟ କେବଳ ଏକ ଉର୍ଦ୍ଧ୍ୱଶ୍ୱାସ ତ୍ରିଶଙ୍କୁ – ତା’ ପାଦ ତଳେ ମାଟି ନାହିଁ, ମଥା ଉପରେ ନାହିଁ ଆକାଶ। ଶୂନ୍ୟ – ଶୂନ୍ୟତା – ଶୂନ୍ୟଚାରିତାକୁ ନେଇ ଶଦ୍ଦର ଶାମୁକା ସାଉଁଟୁଛି ସେ - ଅର୍ଥହୀନତାର ଉପକଣ୍ଠରେ। ଏଭଳି ଏକ ଅବସ୍ଥା ଏଠି ଉପୁଜିଛି ଯେ ଯେଉଁଠି ଓଡିଆ ସାହିତ୍ୟ ଆଜି ପାଠକହୀନ ସାହିତ୍ୟରେ ପରିଣତ ହେବାକୁ ଯାଉଛି। ବର୍ତ୍ତମାନ ଓଡ଼ିଆ ପୁସ୍ତକ କହିଲେ ଆମେ ଦେଖୁଛୁ ଗଦାଗଦା ଅନାବଶ୍ୟକ ଉତ୍ପାଦିତ ସାମଗ୍ରୀ। ରଙ୍ଗ ଅଛି, ରସ ନାହିଁ – ରୂପ ଅଛି, ଋଦ୍ଧି ନାହିଁ – ରଚନା ଅଛି, ରୁଚି ନାହିଁ। ମନସ୍ତତ୍ତ୍ୱ ଛାଡ଼ି ଶରୀରତତ୍ତ୍ୱରେ ଆତ୍ମସ୍ଥ ଆମର ଆଭିମୁଖ୍ୟ।

ଓଡ଼ିଆ ଭାଷା ୨ ହଜାରେ ବର୍ଷରୁ ବେଶି ଏବଂ ଓଡ଼ିଆ ସାହିତ୍ୟ ପାଂଚଶହ ବର୍ଷରୁ ଅଧିକ ଅବଧି ଅତିକ୍ରମ କରିସାରିଛି। ଏହାର ଅର୍ଥ ସାମୂହିକ ଭାବରେ ଆମ ଭାଷାର ସାହିତ୍ୟ କେବଠୁ ପ୍ରାପ୍ତ ହୋଇସାରିଛି ତା’ର ପୌଗଣ୍ଡ, ତା’ର ପୌରୁଷ, ତା’ର ଐତିହ୍ୟର ଐଶ୍ୱର୍ଯ୍ୟ। ଅଥଚ ତା’ର ଏହି ବିଶାଳ ବୁନିଆଦିର ବର୍ତ୍ତମାନ ଅବସ୍ଥା ଏକ ଦୟନୀୟ ଦୁରବସ୍ଥାରେ ପରିଣତ ହେଲା କିପରି? ଏହାର ମୁଖ୍ୟ କାରଣ ହେଉଛି ସାହିତ୍ୟ ଆଉ ସମଷ୍ଟିର ସାମଗ୍ରୀ ନହୋଇ, ହୋଇପଡ଼ିଛି ବ୍ୟଷ୍ଟିର ବିଜ୍ଞପ୍ତି। ଆଗେ ଗାଦୀ ଥିଲା, ରାମାୟଣ-ମହାଭାରତ ପଢ଼ାଯାଉଥିଲା – ଟୁଙ୍ଗି ଥିଲା, ଭାଗବତ ବୋଲା ଯାଉଥିଲା – ସଭା ଥିଲା ପୁରାଣ-ପୋଥିପତ୍ରାଦି ସଦଗ୍ରନ୍ଥାଦିର ସୁସମାଚାର ଶ୍ରୁତିଗୋଚର ହେଉଥିଲା। ଜଣେ ପଢୁଥିଲେ, ଦଶଜଣ ଶୁଣୁଥିଲେ - ଦଶଜଣ ଶୁଣାଉଥିଲେ ଶହେଜଣ ଜାଣୁଥିଲେ – ଶହେଜଣ ଜଣାଉଥିଲେ ତୁଣ୍ଡବାଇଦ ସହସ୍ରକୋଶ ପରି ହଜାରେ ଜଣ ବଖାଣୁଥିଲେ। ଏ ବଖାଣିବାଟା ବଖରା ଭିତରର ବକ୍ତବ୍ୟ ନହୋଇ ବ୍ୟାପିଯାଉଥିଲା ଏ ଗାଆଁରୁ ସେ ଗଡ଼ଜାତ – ଏ ମାଟିରୁ ସେ ମୁଲକ। ଏପରିକି ମଜାକଥା ପରି ମନେ ହେଉଥିଲେ ହେଁ ଏଠାରେ ଉଲ୍ଲେଖ କରିବା ଏକାନ୍ତ ଜରୁରୀ ଯେ ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ଯେତେବେଳେ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ ପାଉଥାଏ, ସେତେବେଳେ ଏହି ଉପନ୍ୟାସର ଚରିତ୍ର ରାମଚନ୍ଦ୍ର ମଙ୍ଗରାଜଙ୍କୁ ନେଇ ମାନ୍ୟବର ଅଦାଲତ ରାୟ ଶୁଣାଇବେ ବୋଲି ଅଧ୍ୟାୟଟିଏ ଛାପା ହେଲା ପରେ କାହିଁ କୁଆଡୁ ଶଗଡ଼ରେ ଆସି ଲୋକେ ଜମା ହୋଇଯାଇଥିଲେ କଟକର କିଲଟରୀ ହତାରେ! କ’ଣ ନା ଆଜି ମଙ୍ଗରାଜଙ୍କ ମାମଲାର ଫଇସଲା! ଫକୀରମୋହନଙ୍କ ଉପନ୍ୟାସକୁ ଲୋକେ କଳ୍ପନା ବୋଲି ନଭାବି କିପରି ସତ୍ୟ ବୋଲି ଆଦରି ନେଇଥିଲେ, ଏ କଥା ତା’ର ପ୍ରମାଣ। ବେଳେବେଳେ ସାହିତ୍ୟ ଏହି ଭଳି ସତ୍ୟ ପାଲଟିଯାଇଥାଏ।

ସାଂପ୍ରତିକ ସାହିତ୍ୟ କିନ୍ତୁ ସତ୍ୟ ପାଲଟିବ କ’ଣ,  ଓଲଟି ମିଥ୍ୟାକୁ ମୁଖବନ୍ଧ କଲାଣି। ସେଥିପାଇଁ ସାହିତ୍ୟ କ୍ଷେତ୍ରରେ ଆଜି ଲେଖକ-ବହୁଳତା ସତ୍ତ୍ୱେ ପାଠକ-ବିରଳତା ଏକ ଘୋର ଦୃଷ୍ଟିକଟୁ ବ୍ୟାପାର। ଯେତେଯେତେ ବହି ଛାପାଯାଉଛି, ସେତେସେତେ ପାଠକ ଛପିଯାଉଛନ୍ତି ଆଖି ଆଗରୁ। ଯେତେଯେତେ ଲେଖକ ଉତୁରୁଛନ୍ତି, ସେତେସେତେ ଉଭେଇଯାଉଛି ଲେଖାର ଗୁଣାତ୍ମକ ମାନ। ସାହିତ୍ୟ ଆଳରେ ଚାଲିଛି କେବଳ ଫାର୍ସର ଫେସନ୍ ଶୋ – ଚରିତ୍ରସଂହାରୀ ଚର୍ଚ୍ଚା – ବିବାଦୀୟ ବିତର୍କ – ମାରପେଂଚର ମଂଚନିର୍ମାଣ। ଜଣେ ଲେଖକ ସହୁନି ଆଉ ଜଣେ ଲେଖକକୁ – ବାରଜଣ ଲେଖକଙ୍କୁ ନେଇ ଗଢ଼ାଯାଉଥିବା ଗୋଷ୍ଠୀ ଗଣମାଧ୍ୟମକୁ ବ୍ୟବହାର କରିବା ନିମନ୍ତେ ଆଗେଇଗଲା ବେଳକୁ କୌଣସି ପ୍ରକାଶକ ଆତ୍ମସଂଗଠନ ତିଆରି କରି ମୁହାଁଇଗଲେଣି ମାମଲାବାଜି ପର୍ଯ୍ୟନ୍ତ। ପରିସ୍ଥିତି ପୁଣି ଏପରି ଉତ୍ପୀଡ଼କ ଯେ କତିପୟ ଲେଖକ-ପ୍ରକାଶକ ବି ଓକିଲ ଆଉ ସାମ୍ବାଦିକମାନଙ୍କ ଦ୍ୱାରସ୍ଥ ହୋଇ ସାହିତ୍ୟକୁ ନାଲିକୋଠା ଆଡ଼କୁ ନେଇଯିବାକୁ ଯୋଜନାବଦ୍ଧ! ଯଦି କେଉଁ ପୁସ୍ତକ ପୁରସ୍କୃତ ହେଲା, ତେବେ ପୁରସ୍କୃତ ପୁସ୍ତକକାରଙ୍କ ପାଇଁ ମାମଲା ଦାଏର୍ କରି ମାନ୍ୟବର ଅଦାଲତଙ୍କ ଆଗରେ ପ୍ରାର୍ଥନା କରାଗଲା ସ୍ଥଗିତାଦେଶ! ଇଏ କି କୂଟ? ସାହିତ୍ୟକୁ ବ୍ରତ ଓ ବୃତ୍ତି କରୁଥିବା ଚରିତ୍ରମାନେ କ’ଣ କସ୍ମିନକାଳେ ହୋଇପାରନ୍ତି ଏହିଭଳି ବିବ୍ରତ ଓ ଦୁର୍ବୃତ୍ତ?

ସାହିତ୍ୟର ସତ୍ୟଭଙ୍ଗ। ସାହିତ୍ୟରେ ସ୍ୱପ୍ନଭଙ୍ଗ। ସାହିତ୍ୟରେ ଶାନ୍ତିଭଙ୍ଗ। ଏହି ପର୍ଯ୍ୟାୟରେ ଆମର ଦାୟିତ୍ୱ ହେଉଛି, ଓଡ଼ିଆ ଭାଷାର ଭବିଷ୍ୟତ ଓ ଓଡ଼ିଆ ସାହିତ୍ୟର ସମ୍ଭାବନା ପ୍ରତି ଦେଖାଦେଉଥିବା ବାଧାବିଘ୍ନଗୁଡ଼ିକୁ ବିଚାର କରି ଏକ ପରିମଳ ପରିମଣ୍ଡଳ ପ୍ରସ୍ତୁତି ପାଇଁ ସଜାଗତା ସୃଷ୍ଟି। ବିତର୍କ ଓ ବିବାଦର ବୂହ୍ୟରେ ସାହିତ୍ୟକୁ ଟାଣିନେଇଯାଇ ଯେଉଁମାନେ ମଂଚରେ ମୁରବିଗିରି ପ୍ରଦର୍ଶନ କରୁଛନ୍ତି, ସେମାନଙ୍କ ପ୍ରତି ସଚ୍ଚା ଲେଖକମାନଙ୍କର ଶୀତଳ ବୈରାଗ୍ୟ ଥାଇପାରେ – ମାତ୍ର ସଚ୍ଚୋଟ ପାଠକମାନଙ୍କର ଉଷ୍ଣ ବିଦ୍ରୋହବହ୍ନି ଦିନେ ନା ଦିନେ ପ୍ରଜ୍ୱଳିତ ହୋଇପାରେ, ଏହା ଅବଶ୍ୟମ୍ଭାବୀ।

ଓଡ଼ିଆ ସାହିତ୍ୟ ଆଜି ଅସୁସ୍ଥ। କନିଷ୍ଠମାନଙ୍କର ବରିଷ୍ଠମାନଙ୍କ ପ୍ରତି ନାହିଁ ସଂଭ୍ରମ। କତିପୟ ବୟୋଜ୍ୟେଷ୍ଠ ଲେଖକ ବୟୋକନିଷ୍ଠ ନବ୍ୟଲେଖକମାନଙ୍କୁ ନିଜନିଜ ଆଖଡ଼ାଘରେ ତାଲିମ୍ ଦେବାକୁ ବି ତୟାର୍! ବିଭିନ୍ନ ଚକ୍ର ଓ ଗୋଷ୍ଠୀରେ ବିଭାଜିତ ଆମ ସାହିତ୍ୟଖଣ୍ଡ।

ସାହିତ୍ୟରେ ଅଙ୍ଗୀକାର ନୁହିଁ - ଅନୁରାଗ ନାହିଁ – ସାମ୍ନା କରିବାର ସାହସିକ ସ୍ୱର ନାହିଁ – ଏଭଳି ସାହିତ୍ୟ କେବଳ ସଂଭୋଗଧର୍ମୀ ସହଜସାଧନା ଛଡ଼ା ଆଉ କ’ଣ ହୋଇପାରେ? ସେଇ କାମଜ୍ୱାଳାର କାରୁକାର୍ଯ୍ୟ କେବଳ!

କାମୁକମାନଙ୍କ ପ୍ରେମିକ କହିବସିଲେ କଥାଟା ଯେମିତି ହାସ୍ୟକର, ଏଭଳି ଲେଖକମାନଙ୍କୁ ଆମ ସାହିତ୍ୟର ପ୍ରକୃତ ପ୍ରତିନିଧି ମଣିଲେ ସେମିତି ହାନିକାରକ। ଏ ହାନି ସାହିତ୍ୟର, ସଭ୍ୟତାର ଆଉ ସଂସ୍କୃତିର। ମୁଁ କହୁନାହିଁ ଯେ ଲେଖକଟିଏ କୌପୀନ ପିନ୍ଧୁ, ରୁଦ୍ରାକ୍ଷମାଳ ଧାରଣ କରୁ କି କମଣ୍ଡଳୁ। ମାତ୍ର ଜନଗଣଙ୍କର ରୁଚି ଓ ଶୂଚିର ସମୁନ୍ନତିକୁ ଛାଡ଼ି ସାହିତ୍ୟ ଯଦି କେବଳ କେତେକ ସିରସ୍ତାଦାର୍ ବ୍ୟକ୍ତିବିଶେଷଙ୍କ ବିକଳ ବାସନାର ଅଭିବ୍ୟକ୍ତି ହୋଇପଡ଼େ, ତା’ହେଲେ ଦୁର୍ନୀତି ନିବାରଣରେ ଲେଖକର ଭୂମିକା କଥାଟି ଏକ ଅବାନ୍ତର ଉଲ୍ଲେଖ ଛଡ଼ା ଆଉ କ’ଣ ହୋଇପାରେ?

ସାହିତ୍ୟ ଧର୍ମଶାସ୍ତ୍ର ନୁହେଁ, ଲୋକସମାଜକୁ ପ୍ରବଚନ ଦେଇ ନୈତିକ ମୂଲ୍ୟବୋଧରେ ପ୍ରଣୋଦିତ କରିଚାଲିବା ଲେଖକର ଧର୍ମ ନହୋଇପାରେ। ମାତ୍ର ଯେଉଁ ଅନୁପ୍ରେରଣା ଓ ଆତ୍ମପ୍ରେରଣା ମଣିଷର ଅନ୍ତଃସତ୍ତାରେ ତାକୁ ବଦଳାଇବାର ଆହ୍ୱାନରେ ଉଦବୁଦ୍ଧ କରିଥାଏ, ତାହା ନିଶ୍ଚିତ ଭାବରେ ସାହିତ୍ୟର ଦାୟିତ୍ୱ। ଧର୍ମ ହୁଏତ ଈଶ୍ୱରଙ୍କ ଆଡ଼କୁ ମଣିଷକୁ ମୁହାଁଇନେଇ ପାରେ, ମାତ୍ର ସାହିତ୍ୟ ମାମୁଲିମଣିଷକୁ ଈଶ୍ୱରରେ ପରିଣତ କରିବାର ସତ୍ୟ ସହିତ ଶପଥବଦ୍ଧ। ନହେଲେ ଦସ୍ୟୁ ରତ୍ନାକର କ’ଣ ରାମାୟଣ ରଚନାକାର ବାଲ୍ମୀକି ହେବାକୁ ଚାହିଁଥାନ୍ତା? ଏହି ‘ଚାହିଁବା’ର ଚାରା ହିଁ ସାହିତ୍ୟ- ଯାହା ଦିନେ ପୁଷ୍ପଫଳଶୋଭିତ ମହାଦ୍ରୁମ ହୋଇ ଅସନ୍ତୁଳିତ ସମାଜ ପାଇଁ ଛାୟାପ୍ରଦାନର ପ୍ରତିଶ୍ରୁତି ବହନ କରିଥାଏ।

ସବୁ ଯୁଗରେ, ସାହିତ୍ୟର ଭିଡ଼ ଭିତରେ ‘ପ୍ରତିବାଦ’ର ବିରଳସ୍ୱର ଯେତେ କ୍ଷୀଣ ଭାବରେ ହେଉ ସୁଦ୍ଧା – ଉଚ୍ଚାରିତ ହୋଇ ଆସିଛି, ନିର୍ଭୀକ ଭାବରେ। ଏ ସ୍ୱର ଦାୟିତ୍ୱର ସ୍ୱର, ଦାୟବଦ୍ଧତାର ସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଦଶ ଇସ୍ତାହାର। ମେଣ୍ଢାମାନଙ୍କ ମେଳରେ ଭେଣ୍ଡାପରି ପ୍ରତ୍ୟେକ ଯୁଗର ସୁବିଧାବାଦୀ, ନିରାପତ୍ତାପ୍ରେମୀ ଚାରଣ, ଚାଟୁକାର ଲେଖକମାନଙ୍କର ଭିଡ଼ ଭିତରେ ବି ଆମେ ଲକ୍ଷ୍ୟ କରିଛୁ ଜଣେ ଜଣେ ସଂକଳ୍ପବଦ୍ଧ, ଶଙ୍କାହୀନ ସାହିତ୍ୟକାରକୁ – ଯେଉଁମାନଙ୍କ ଲେଖାସବୁ ସାହିତ୍ୟର ଦାୟିତ୍ୱ ତୁଲାଇ ଆସିଛି ପ୍ରାଣପଣେ। ସେମାନେ ମୃତ୍ୟୁକୁ ଭୟ କରିନାହାନ୍ତି, ଯନ୍ତ୍ରଣାର ଯୂପକାଠକୁ ଡରିନାହାନ୍ତି, ରାଜଦଣ୍ଡ ଓ ଫାଶୀମଂଚକୁ ଖାତିରକରି ନାହାନ୍ତି ମୋଟେ। ଆମ ଲେଖକମାନଙ୍କର ଆଦର୍ଶ ହେବା ଉଚିତ୍ – ସନ୍ତୁଷ୍ଟ ଶୂକର ନୁହେଁ, ଅସନ୍ତୁଷ୍ଟ ସକ୍ରେଟିସ୍! ଏ କଥା ଭୁଲିଗଲେ ଚଳିବ ନାହିଁ ।

ଏ ଅସୁସ୍ଥ ଓଡ଼ିଆ ସାହିତ୍ୟର ଅପରିଚ୍ଛନ୍ନ ରୋଗଶଯ୍ୟା ହେଉଛି ଆମ ଓଡ଼ିଶାର ନିଅଂଟିଆ ସମାଜ। କପିଳେନ୍ଦ୍ର ଦେବଙ୍କ ସମୟର ସାରଳା ଦାସଙ୍କଠାରୁ ଆରମ୍ଭ କରି ଗୋରା ସାହେବ ଅମଳର ଫକୀରମୋହନ ସେନାପତିଙ୍କ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ଥିଲା ଅଭ୍ୟୁଦୟରୁ ଅଗ୍ରଧାବନ - ଏକ ଉତ୍ତରଣକାମୀ ଅଭିଯାନ। ସ୍ୱାଧୀନତାପ୍ରାପ୍ତି ପରେ ପରାଧୀନତା କିନ୍ତୁ ବଜାୟ ରହିଗଲା ମାନଚିତ୍ରରେ ନୁହେଁ – ମାନସିକତାରେ। ସେଇ ପରାଧୀନ ମାନସିକତାକୁ ନେଇ ସ୍ୱାଧୀନ ଦେଶରେ ଆଜି ବି ରଚନା କରାଯାଉଛି ସାହିତ୍ୟ ନାଆଁରେ ସ୍ତୂପୀକୃତ ଆବର୍ଜନା। ଘୋର ବିଡ଼ମ୍ବନାର ବଷୟ ହେଉଛି – ଏହି ଆବର୍ଜନାକୁ ପୁଣି ସର୍ଜନା ରୂପେ ବୈଧ ଘୋଷଣା କରାଯାଇ, ଜନସମାଜକୁ ବୁଝାଦିଆଯାଉଛି : ଏହା ହିଁ ସାହିତ୍ୟ!

ଯାଜପୁର ରୋଡ଼, ଯାଜପୁର

ମୋ : ୯୮୬୧୦୩୪୧୬୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story