ରିବନ

ସେଦିନ ଖୁବ୍ ବର୍ଷା ହେଉଥିଲା। ବର୍ଷାଋତୁ ଥିଲା ତ ବର୍ଷାହେବା କଥା । ବୈତରଣୀ ନଈ ଫୁଲୁଥିଲା । ଗାଁରେ ସଭିଏଁ କହନ୍ତିକି ବୈତରଣୀ ନଈ ଭାରି ଫୁଲେଇ । ଉପର ମୁଣ୍ଡକୁ ଟିକେ ବର୍ଷାହେବକି ନା,ନଈରେ ପାଣି ଆସିଯିବ । ଆଉ ନଈରେ ପାଣି ଆସିଲେ ଆମକୁ ତ ମଜାହିଁ ମଜା । ଯେ ଗଲୁ ଯେ ଗାଧୋଇବା ପାଇଁ ନଈକୁ ଆଉ ଫେରିବାର ନା ନାହିଁ । ଠିଆ ପହଁରା, ଚିତି ପହଁରା,ଶୁଆ ପହଁରା […]

Rakesh Mallick
  • Published: Wednesday, 30 August 2017
  • Updated: 13 September 2017, 01:25 PM IST

ସେଦିନ ଖୁବ୍ ବର୍ଷା ହେଉଥିଲା। ବର୍ଷାଋତୁ ଥିଲା ତ ବର୍ଷାହେବା କଥା । ବୈତରଣୀ ନଈ ଫୁଲୁଥିଲା । ଗାଁରେ ସଭିଏଁ କହନ୍ତିକି ବୈତରଣୀ ନଈ ଭାରି ଫୁଲେଇ । ଉପର ମୁଣ୍ଡକୁ ଟିକେ ବର୍ଷାହେବକି ନା,ନଈରେ ପାଣି ଆସିଯିବ । ଆଉ ନଈରେ ପାଣି ଆସିଲେ ଆମକୁ ତ ମଜାହିଁ ମଜା । ଯେ ଗଲୁ ଯେ ଗାଧୋଇବା ପାଇଁ ନଈକୁ ଆଉ ଫେରିବାର ନା ନାହିଁ । ଠିଆ ପହଁରା, ଚିତି ପହଁରା,ଶୁଆ ପହଁରା ଏମିତି କେତେ ଯେ ପହଁରା ଆମକୁ ଜଣା ତାକେହି ଜଣେ ଆଜିକାଲିକା ପହଁରା ବିଶେଷଜ୍ଞ ଜାଣି ଥିବେକି ନା ସନ୍ଦେହ ।

ସେତେବେଳେ ନୂଆନୂଆ ଟିଭି ଆଶିଥିଲା ଗାଁରେ । ଆମ ଘରେ ଯଦିଓ ଟିଭି ନଥିଲା, ତଥାପି ପଡ଼ୋଶୀ ଘରେ ଯାଇ ବେଳେବେଳେ ଦେଖୁ । ରାମାୟଣ ଆଉ ମହାଭାରତ,ଚିତ୍ରହାର,ତଥା ଶନିବାର ସଂଧ୍ୟାରେ ସିନେମା । ସିରିଏଲ ଆରମ୍ଭ ହୋଇନଥିଲାକି କଣ ବୋଧେ। ତ ଏମିତି ଗୋଟେକ ଉଠି ଦେଖିଥିଲୁ ପହଁରା ଶିଖା ଯାଉଥିବା ଦୃଶ୍ୟ । ଆମେଭାବୁ ଆରେ ଏଗୁଡ଼ାକ କି ପହଁରିବା, ଆମଠୁ କଣ ଅଧିକ । ଆସିଲ ଦେଖି ଆମ ବୈତରଣୀ ନଈ ରେ ପହଁରିକି ଦେଖେଇଲ?

ସେଦିନ ଖୁବ୍ ବର୍ଷା ହେଉ ଥିଲା ଆଉ ଆମର ପହଁରା ସରୁନଥିଲା। ଇସ୍କୁଲ ବେଳ ଗଡ଼ି ଯାଉ ଥିଲା । ମୁଁ ଭାବୁଥିଲିକି ଆଜି ଆଉ ଇସ୍କୁଲ ଯିବିନି । ମାତ୍ର ଦେଖେତ ନଈ କୂଳରେ ମୋ ବୁଢୀମା’ ଠିଆ ହୋଇ ରଡ଼ି ପକାଉଛି । ଆରେ ଅଳପେଇଶା ,ଏଟା ଏ ଛତରା ଟୋକାଙ୍କ ସାଙ୍ଗରେ ପଡ଼ି ନଷ୍ଟ ହୋଇଗଲା । ସ୍କୁଲ ଯିବାର ସମୟ ହେଲାଣି ଏଟା ନଈ ଅଧାଅଧି ପର୍ଯ୍ୟନ୍ତ ଯାଇ ପହଁରୁଛି । ଆରେ ସେଠି ଗଣ୍ଡ ଅଛି ସେଠିକୁ ଯାଆନା ରେ ଅଳପେଇଶା । ମୁଁ ବୁଢୀମା’କୁ ଦେଖି ଆରମ୍ଭ କରିଦେଲି ବୁଡ଼ା ପହଁରା । ବୁଢୀମା’କୁ ଆଉ ସମ୍ଭାଳେ କିଏ । ଆରମ୍ଭ ହୋଇଗଲା ଯେତେ ଗାଳି ଆଉ ପାଞ୍ଚଣଟିଏ ଭାଙ୍ଗି ଆଣି ହଲାଉ ଥାଏ- ଆ ଆ ତତେ ଦେଖୁଚି ।

ପାଞ୍ଚଣ ପାଣିକୁ ନ ଫୋପାଡ଼ିଲେ ମୁଁ ପାଣିରୁ ଉଠିବିନି ଲୋ ମା’ ଏମିତି ବଡ଼ ରଙ୍ଗେଇକି କହେ ବୁଢୀମା’କୁ । ବୁଢୀମା’ ମନକୁ ମନ କ’ଣ ଗାଳି ଦେଇ ପାଞ୍ଚଣ ଫୋପାଡ଼ିଲା ପରେ ଯାଇ ମୁଁ ଆସେ । ତାପରେ ବୁଢୀମା’ ମନରେ ଆଉରାଗ ନଥାଏ । ପୋଛି ପୁଛା ଦେଇ ନେଇଯାଏ ଘରକୁ । ବଢା ଭାତ ଲୁଣ ତିଅଣ, ଆଳୁ ସିଝାକୁ ଜହ୍ନିପୋଡ଼ା । ଓଃ ଯୋଉ ମଜା, ପେଟେ ପଖାଳ ଖାଇ ଚାଲିଲି ସ୍କୁଲକୁ । ଗଲା ବାଟରେ ଇଆଡେ଼ ସିଆଡେ଼ ଅନାଉଥାଏ। ଅନାଉଥାଏ କ’ଣ? ବରଂ କୁହ ଖୋଜୁଥାଏ । କାହିଁ ମନୋରମା ବିଶ୍ୱାଳ ଆଗେଇ ସ୍କୁଲରେ ପହଞ୍ଚି ଯାଇନିତ।

ଭାରି ଫୁଲେଇ ସିଏ । ଠିକ୍ ବୈତରଣୀ ନଈ ପରି । ମୋ ସାଙ୍ଗରେ ଯେମିତି ହେଲେ ଲାଗିବ ଖାତା ଦେଖା,ପେନସିଲ ଦେ,ମୋ ପାଇଁ ଟିକେ ଗଣିତ କଷି ଦେ,କଣ ଆଣିଚୁ ଖାଇବାକୁ ଦେ, ଯେମିତି ମୋଛଡ଼ା ଆଉ କାହାରିକୁ ସେ ଜାଣେନା । ମୁଁ ବି କୋଉ ଛାଡେକି ତାକୁ । ତା ରିବନ ଲଗା ବେଣୀକୁ ଥରେ ଅଧେ ନ ଭିଡ଼ିଲେ ମୋତେ କୋଉ ପାଠରେ ମନ ଲାଗେ । ହେଲେ ମତେ ସିଏ ସେତେବେଳେ ବହୁତ ଭଲ ଲାଗେ ଯେତେବେଳେ ସିଏ ତା ବ୍ୟାଗରୁ ବାହାର କରି ଆଣି ଥିବା ପିଜୁଳିକି କଇଁଆ କିଛି ଦିଏ । ମୁଁବି ତାକୁ କରମଙ୍ଗା ଆଉ ଚୋରିକରି ଆଣିଥିବା ଆମ୍ୱ ଦିଏ । ସିଏ କୋଉ ଛାଡ଼ିଲା ପିଲାକି ଜାମୁ କୋଳି ଗଛରେ ଚଢାଇ ଦେଇକି ତଳେ ଠିଆ ହୋଇଥିବ । ମୁଁ ଦୁଇ-ଚାରିଟା କୋଳି ଖାଇଥିବିକି ନା ମୋ ଉପରେ ଗରଗର ହେବ । ମୋତେ ଦେ ମୋତେ ଦେ ହବ ।ବହୁତ କୋଳିଖାଏ ସିଏ।

ସେଦିନ କାହିଁକି କେଜାଣି ଶୀଘ୍ର ଇସ୍କୁଲ ଛୁଟି ହେଇଗଲା । ଘିର ଘିର ଘିର ଚାକର ଚାନ୍ଦିନି ଗୀତ ଗାଈଗାଈ ରିବନ ବନ୍ଧା ବେଣିକୁ ପୂରୁବ ପଶ୍ଚିମ କୁ ହଲାଇ ହଲାଇ ମନୋରମା ବିଶ୍ୱାଳ ବାହାରି ଆସିଲା । ମୁଁତା ପଛେ ପଛେ ।ପରେ ଆମେଜାଣିଲୁ ଯେ ସେଦିନ ଆମର ପ୍ରଧାନମନ୍ତ୍ରୀଙ୍କୁ କିଏ ଗୁଳିକରି ମାରି ଦେଇଛି । ଏ କଥା ଶୁଣିଲା ମାତ୍ରେ ମନୋରମା ବିଶ୍ୱାଳ ମତେ ପଚାରିଲାକି- ଯଦି ମତେ କିଏ ଗୁଳିକରି ମାରେ, ତାହେଲେ ତୁ କ’ଣ କରିବୁ ? ମୁଁ କହିଲି ତତେ କିଏ ଗୁଳି ମାରିବ? ଏ ଗାଁରେ ତ କାହା ପାଖରେ ବନ୍ଧୁକ ନାହିଁ ତ ଗୁଳିମାରିବ କେମିତି ?  ହଁ ଯଦି କିଏ ଟେକାଫେକା ଫୋପାଡେ଼ ତ ମୁଁ ଯେମିତି କୁଆକାଠି ଖେଳିଲା ବେଳେ ସଟାଙ୍ଗକିନା ଧରି ପକାଉଛି ସେମିତି ଧରି ଦେବିନି କି ସେ ଟେକାକୁ । କଣ ବୁଝିଲା କେଜାଣି ଚୁପ ହୋଇଗଲା।

ମୋର ଆଇ.ଏ. ର ଶେଷବର୍ଷ କଣ ଗୋଟେ ପରୀକ୍ଷା ଦେବା ପାଇଁ ଚାଲିଲି କଲିକତା । ସେତେବେଳେ କଲିକତା ନା ଶୁଣିଲେବି ବୈତରଣି ନଈ କୂଳେ ଥିବା ସେଇ ଗାଁର ଲୋକେ ଟିକେ ଡ଼ରୁଥିଲେ । ବଡ଼ବଡ଼ିଆ ତ ତଥାପି କହୁଥିଲେ ସେଟା କଲିକତା ନୁହେଁରେ କଲିଜାକଟା । ହୁସିଆର ଥିବୁରେ ଧନ ନ ହେଲେ ପକେଟ ଥିବହେଲେ ପଇସା ନଥିବ । ଆଖି ପିଛୁଳାକେ ଗାୟବ । ବୈତରଣୀ କୂଳେ ଥିବା ଆମଗାଁ ପାଖାପାଖି ବଡ଼ବଜାର ହେଲା ମଂଜୁରୀ ରୋଡ଼ । ବେଶି ଦରକାର ହେଲେ ଆମେ ରେଳ ଯୋଗେ ଯାଉ ଯାଜପୁର ରୋଡ଼ ଅବା ବସ ଯୋଗେ ଭଦ୍ରକ । ସରୁ ରାସ୍ତାଟିଏ ଗାଁରୁ ବାହାରି ମଞ୍ଜୁରୀ ରୋଡକୁ ଯାଇଛି । ଲୋକମାନେ ଚାଲିଚାଲି ଯାଆନ୍ତି ବଜାରକୁ ଅବା ସାଇକେଲରେ ଆବଶ୍ୟକ ଜିନିଷ ପତ୍ର ପାଇଁ । ନହେଲେ ଗାଁରେ ଅନୁଆ କକା ଅବା ଜଗବନ୍ଧୁ ଗୋସାପଙ୍କ ଦୋକାନରୁ ଆବଶ୍ୟକ ଜିନିଷ ପତ୍ର କିଣନ୍ତି ।

ମଞ୍ଜୁରୀ ରୋଡ଼ ଷ୍ଟେସନରୁ ମୁଁ ରାତିଗାଡ଼ି ଧରିବି କଲିକତା ପାଇଁ । ଟ୍ରେନନ୍‌ ଛାଡ଼ିବ ସନ୍ଧ୍ୟା ୭ଟାରେ ।କଲିକତାରେ ପହଞ୍ଚିବ ତା ଆରଦିନ ସକାଳ ୭ ଟାରେ । କ଼ାଳେ ମୋତେ ରାତିରେ ଭୋକ ହେବ ସେଥିପାଇଁ ମୋ ବୁଢୀମା ଚୁଡ଼ା ଭାଜିକି ମୋବ୍ୟାଗ୍‌ରେ ରଖି ଦେଇଛି । ଭୋକ ହେଲେ ଖାଇବା ପାଇଁ । ସଞ୍ଜ ହୋଇ ଆସିଲାଣି, ମଞ୍ଜୁରୀ ରୋଡ଼ ଷ୍ଟେସନ ଯଦିଓ ଡ଼ାକେ ବାଟ ତଥାପି ସଅଳ ସଅଳ ବାହାରି ପଡ଼ିଲେ ଯାଏ ।ମୁଁ ବାହାରିବି, ବାପା ସାଇକେଲ ବାହାର କରୁଛନ୍ତି ଛାଡ଼ିବା ପାଇଁ । ମନୋରମା ବିଶ୍ୱାଳ ଦୌଡ଼ି ଦୌଡ଼ି ଆସିଲା। ମୋ ହାତରେ ୫’ଟଙ୍କା ଆଉ ଗୋଟେ କାଗଜ ଆଉ ଦିଇଟା ପିଜୁଳି ଦେଇ କହିଲା ଚାକିରୀ ହଉବା ନ ହଉ ତୁ କଲିକତା ବୁଲିକି ଆସିବୁ ମସ୍ତରେ।ମୋ ହାତକୁ ଟିକେ ଧରିକି ଚିପି ଦେଲା । ପ୍ରଥମ ଥର ପାଇଁ ମୋତେ ଲାଗିଲା କି ସିଏ ମୋହାତ ଛାଡ଼ିବାକୁ ଚାହୁଁ ନଥିଲା । ବାପା ଡ଼ାକିଲେ,ମୁଁ ଚାଲିଲି ତାଙ୍କ ସହିତ। ପଛରେ ରହିଲା ମନୋରମା ଆଉ ତା ବଙ୍କା ତେଢା ମୁହଁ । ମୁଁ ଟ୍ରେନରେ ବସିଲା ପରେ ସେ କାଗଜ ପଢିଲି, ଲେଖିଥିଲା ମୋ ପାଇଁ ୧୦ଟା ରିବନ ଆଣିବୁ ।ମରୁନୁ ତୁ ଯାହା ରହ ଆସିଲେ ତତେ ମୁଁ ନଇରେ ବୁଡ଼ାଇବି।

ମୁଁ ତିନି ଦିନ ପରେ ପରୀକ୍ଷା ଦେଇକି ଫେରିଲି । ତା ପାଇଁ ନ ଖାଇକି ୨୦ଟା ରିବନ ଆଣିଥିଲି । ମାତ୍ର ଫେରିବା ବେଳକୁ ମନୋରମା ବିଶ୍ୱାଳ ନଥିଲା ଆମ ଗାଁରେ । ନଥିଲାବି ଏଇ ସୁନ୍ଦର ପୃଥିବୀରେ । ଗାଁର ଜଣେ ପାଞ୍ଚ ବର୍ଷର ଛୁଆକୁ ବଞ୍ଚାଉ ବଞ୍ଚାଉ ମନୋରମା ବିଶ୍ୱାଳ ଭାସି ଯାଇଥିଲା ଫୁଲେଇ ବୈତରଣୀର ବନ୍ୟା ସୁଅରେ । ମୁଁ ସବୁ ରିବନ ଗୁଡ଼ାକ ମୁଣ୍ଡରେ ବାନ୍ଧି ଡେଇଁ ପଡ଼ିଲି ନଈ ଭିତରକୁ ଖୋଜିବାକୁ କାଳେ କେଉଁଠି ଥିବ ସେପୋଡ଼ାମୁହିଁ । ତା ପାଇଁ ମୁଁ କଲିକତାରେ ମାଛଭାତ ଖାଇ ପାରିନି ଯେ ? ମାତ୍ର ମୋ ଶୂନ୍ୟ ହାତ ମୁଠାରେ ଉଠି ଆସିଲା ବୈତରଣୀର ମୁଠାମୁଠା ବାଲି । ମୋ ମୁଣ୍ଡରୁ ଖୋଲି ଯାଇ ନଈ ସୁଅରେ ଭାସି ଯାଉଥିଲା ରିବନ ।

ବନ୍ଦାଳୋ , ମଂଜୁରୀ ରୋଡ, ଭଦ୍ରକ

ଫୋନ-୯୭୭୬୮୭୬୩୩୮

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story