ପିଏମ୍‌ ଆବାସ: ପୁଳାପୁଳା କେଳେଙ୍କାରୀ ଧରିଲେ ସିଏଜି, ୫.୨୭ଲକ୍ଷ ଘର ଫେରିଗଲା, ଘର ପାଇବାରୁ ୧୨.୨୫ଲକ୍ଷ ଯୋଗ୍ୟ ହିତାଧିକାରୀ ବଞ୍ଚିତ

ଆଜି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସାଧାରଣ ଓ ସାମାଜିକ କ୍ଷେତ୍ର ଉପରେ ୩ଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି ।

CAG Report PhotoOR

ସିଏଜି ତାଙ୍କ ଅଡିଟ୍ ରିପୋର୍ଟରେ ସବୁ ଗୁମର ଖୋଲିଛନ୍ତି।

Ordigital Desk
  • Published: Tuesday, 03 October 2023
  • Updated: 03 October 2023, 07:46 PM IST

Sports

Latest News

କିଏ ଦୋକାନ ଘର ତିଆରି କରିଛି ତ କିଏ ରାଜପ୍ରସାଦ ଭଳି ଘର ଆଉ କିଏ ବିଲକୁଲ୍ ଘର ନକରି ବି ଘରବାବଦ ସମ୍ପୂର୍ଣ୍ଣ ଟଙ୍କା ନେଇଛି । କେଉଁଠି ଗ୍ରାମସଭାରେ ଅନୁମୋଦନ ହୋଇଥିବା ଯୋଗ୍ୟ ହିତାଧିକାରୀ ତାଲିକାକୁ ବ୍ଲକ କର୍ତ୍ତୃପକ୍ଷ ନମାନି ଅଯୋଗ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ଅପେକ୍ଷାରତ ତାଲିକାରେ ସାମିଲ କରିଛନ୍ତି ତ କେଉଁଠି ବିଲକୁଲ୍ ପ୍ରାଥମିକ ତାଲିକାରେ ନଥାଇ ବି ଘର ଆବଂଟନ ହୋଇଛି । ଆଉ କେଉଁଠି ରାଜ୍ୟ ସରକାର ନିଜ ହାତପାଣ୍ଠି ଖର୍ଚ୍ଚ ପାଇଁ ଏହି ଘରବାବଦରେ ଆସୁଥିବା ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖି ନିଜ ଖର୍ଚ୍ଚପାଣି ଉଠାଇଛନ୍ତି ତ କେଉଁଠି ନିଜର ରାଜନୀତିକ ବ୍ରାଣ୍ଡିଂ ପାଇଁ ଗୋଟିଏ ଲେଖାଏଁ ଲୋଗୋ ତିଆରି କରିବାକୁ ୫୮୪ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନାହାନ୍ତି । ଆଉ ରାଜ୍ୟ ସରକାରଙ୍କ ଏଭଳି ଦୁର୍ନୀତି ଓ ଅନିୟମିତତା ସହ ବ୍ୟାପକ କେଳେଙ୍କାରୀ ଯୋଗୁ ବାରମ୍ବାର ସମୟସୀମା ବୃଦ୍ଧି ସତ୍ତ୍ୱେ ୧୨.୨୫ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କଲେନି । ଏପରିକି ମଞ୍ଜୁର ହୋଇଥିବା ୫.୨୭ଲକ୍ଷ ଘର ବି ଫେରସ୍ତ ଚାଲିଗଲା । ଗରିବ ଲୋକଙ୍କ ମୁଣ୍ଡରେ ଛାତଟିଏ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମଆବାସ)ର ଏ ହେଉଛି ବିକଟାଳ ଚିତ୍ର । ପିଏଆବାସ ଯୋଜନାରେ ରାଜ୍ୟ ସରକାର କିଛି ବି ନିୟମକାନୁନ ମାନିନାହାନ୍ତି । ମନଇଚ୍ଛା ପାଣ୍ଠି ଖର୍ଚ୍ଚଠୁ ଆରମ୍ଭ କରି ଘର ଆବଂଟନ ସବୁଥିରେ ଅନିୟମିତତା ହୋଇଥିବା ଜଣାପଡ଼ିଛି । ଆଜି ସିଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଏସବୁର ଗୁମର ଖୋଲିଛନ୍ତି ।

ଆଜି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସାଧାରଣ ଓ ସାମାଜିକ କ୍ଷେତ୍ର ଉପରେ ୩ଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ୨୦୨୧ ମାର୍ଚ୍ଚ ଶେଷସୁଦ୍ଧା ସ୍ୱାୟତ୍ତ ସଂସ୍ଥାଗୁଡ଼ିକ (ପଂଚାୟତିରାଜ ଓ ସହରାଂଚଳ ସ୍ଥାନୀୟ ସଂସ୍ଥା)ଗୁଡ଼ିକ ଉପରେ ଆଧାରିତ ସିଏଜି ରିପୋର୍ଟରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପିଏମଆବାସ ଯୋଜନାର ବ୍ୟାପକ ଅନିୟମିତତା ଓ ଦୁର୍ନୀତିକୁ ଦର୍ଶାଇଛନ୍ତି । ସିଏଜି କହିଛନ୍ତି ଯେ, ଯେଉଁମାନେ ଜରାଜୀର୍ଣ୍ଣ ଓ କଚ୍ଚା ଘରେ ରହୁଛନ୍ତି ସେମାନଙ୍କୁ ୨୦୨୨ ମସିହା ସୁଦ୍ଧା ମୌଳିକ ସୁବିଧା ସହ ବାସଘର ଦେବା ଉଦ୍ଦେଶ୍ୟରେ ୨୦୧୬ ଏପ୍ରିଲ ପହିଲାରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) କାର୍ଯ୍ୟକାରୀ ହେଉଛି । ୨୦୧୬-୧୭ରୁ ୨୦୨୦-୨୧ ମସିହା ମଧ୍ୟରେ ଏହି ପିଏମଆବାସ ଯୋଜନାର କାର୍ଯ୍ୟକାରିତାର ଅଡିଟ୍ ୮ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ା ଓ ସୋନପୁରରେ ସିଏଜି କରିଥିଲେ । ପ୍ରତି ଜିଲ୍ଲା ଓ ପଂଚାୟତ ସମିତି(ବ୍ଲକ)ରୁ ୩ଟି ଲେଖାଏଁ ଗ୍ରାମପଂଚାୟତରେ ଏହି ଅଡିଟ୍ ହୋଇଥିଲା । ଅଡଟ୍ରୁ ଜଣାପଡ଼ିଲା ଯେ, ଏହି ପିଏମଆବାସ ଯୋଜନାର ହିତାଧିକାରୀ ଚୟନ ନିମନ୍ତେ କେନ୍ଦ୍ର ସରକାର ସାମାଜିକ ଆର୍ଥିକ ଓ ଜାତି ଜନଗଣନା(ଏସଇସିସି-୨୦୧୧ ତାଲିକା)ର ତଥ୍ୟ ଓ ଗ୍ରାମସଭାରେ ସ୍ଥାୟୀ ୱେଟିଂ ଲିଷ୍ଟର ଚୂଡ଼ାନ୍ତ ସହିତ ଯୋଗ୍ୟ ହିତାଧିକାରୀମାନଙ୍କ ଚିହ୍ନଟ  କରିବାକୁ ରାଜ୍ୟ ସରକାରଙ୍କୁ କହିଥିଲେ । ତେବେ ଗ୍ରାମସଭା ଦ୍ୱାରା ଚିହ୍ନଟ ହୋଇଥିବା ୮.୫୯ଲକ୍ଷ ହିତାଧିକାରୀଙ୍କୁ ଅନିୟମିତ ଭାବେ ରାଜ୍ୟ ସରକାର ସ୍ଥାୟୀ ୱେଟିଂ ଲିଷ୍ଟରୁ ବାଦ୍ ଦେଲେ ଓ ସେମାନେ ଯୋଜନାରୁ ବଂଚିତ ହେଲେ । ସେହିପରି ସ୍ଥାୟୀ ୱେଟିଂ ଲିଷ୍ଟକୁ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟ ସରକାର ଚୂଡ଼ାନ୍ତ ନକରିବାରୁ ମଞ୍ଜୁରୀପ୍ରାପ୍ତ ୫.୨୭ଲକ୍ଷ ଘରକୁ ରାଜ୍ୟ ସରକାର ବାଧ୍ୟ ହୋଇ ଫେରସ୍ତ କରିଥିଲେ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ସ୍ଥରୀକୃତ ସମୟସୀମା ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ରାଜ୍ୟ ବିଫଳ ହେବାରୁ ୧୨.୨୫ଲକ୍ଷ ହିତାଧିକାରୀ ସ୍ଥାୟୀ ୱେଟିଂ ଲିଷ୍ଟରେ ସାମିଲ ହୋଇପାରିଲେ ନାହିଁ ଓ ଯୋଜନାରୁ ବଂଚିତ ହେଲେ । ପିଏମଆବାସ ଯୋଜନା ପାଇଁ ଉଦ୍ଦିଷ୍ଟ ମାନଦଣ୍ଡକୁ ଉଲ୍ଲଘଂନ କରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଆବଂଟନ ହୋଇଛି । ଯଦିଓ ଗ୍ରାମସଭା ୨୭.୪୫ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଥିଲା କିନ୍ତୁ ରାଜ୍ୟ ସ୍ଥାୟୀ ୱେଟିଂ ଲିଷ୍ଟରେ ୨୦୨୧ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୧୮.୮୬ଲକ୍ଷ ହିତାଧିକାରୀ ଥିଲେ, ତେଣୁ ୮.୫୯ଲକ୍ଷ ହିତାଧିକାରୀ ବାଦ୍ ପଡ଼ିଲେ । ଏହି ହିତାଧିକାରୀଙ୍କୁ ସାମିଲ ପାଇଁ କେନ୍ଦ୍ର ସରକାର ୪ଥର ଆବାସ ଯୋଜନାର ୱିଣ୍ଡୋ ଖୋଲିବା ସତ୍ତ୍ୱେ ରାଜ୍ୟ ସରକାର ଏହି ହିତାଧିକାରୀମାନଙ୍କୁ ସେଥିରେ ସାମିଲ କରିବାରେ ବିଫଳ ହୋଇଥିଲେ । ଅଡିଟରୁ ଜଣାପଡ଼ିଲା ଯେ ପଂଚାୟତସ୍ତରରେ ଅନୁସୂଚିତ ଜାତି,ଜନଜାତି ଓ ଅନ୍ୟାନ୍ୟ ସଂଖ୍ୟାଲଘୁ ବର୍ଗଙ୍କୁ ଗୁରୁତ୍ୱ ଦେଇ ପ୍ରାଥମିକତା ତାଲିକା ପ୍ରସ୍ତୁତ ହୋଇନଥିଲା ।

Also Read

୨୦୧୬-୨୧ ମସିହା ମଧ୍ୟରେ ୧୮.୩୮ଲକ୍ଷ ଘର ମଞ୍ଜୁରୀ ହୋଇଥିଲାବେଳେ ସେଥିରୁ ୧୫.୮୦ଲକ୍ଷ ଘର ସମ୍ପୂର୍ଣ୍ଣ ଓ ୨.୫୮ଲକ୍ଷ ଘର ଅସମ୍ପୂର୍ଣ୍ଣ ହୋଇ ରହିଛି । କିନ୍ତୁ ସରକାର ଏହି ତଥ୍ୟରେ ବି ଘୋଟାଲ କରିଛନ୍ତି । ଅଡିଟରୁ ଜଣାପଡ଼ିଲା ଯେ, ୮ଟି ଜିଲ୍ଲାରେ ୭.୩୧ଲକ୍ଷ ମଞ୍ଜୁରୀ ହୋଇଛି ଓ ସେଥିରୁ ୧.୦୪ଲକ୍ଷ ଘର ଅସମ୍ପୂର୍ଣ୍ଣ ହୋଇ ରହିଛି । କେତେକ ଘର ପାଇଁ ଆର୍ଥିକ କିସ୍ତି ପ୍ରଦାନ ଅବଧି ସର୍ବାଧିକ ୪ବର୍ଷରୁ ଅଧିକ ସମୟ ଅର୍ଥାତ୍ ୧୫୭୬ଦିନ ଲାଗିଛି ।

ବିଜୁ ପକ୍କାଘର ଓ ପିଏମଆବାସ ଯୋଜନାର ମିଳିତ ବ୍ରାଣ୍ଡିଂ କରିବା ପାଇଁ ଲୋଗୋ କିଣା ବାବଦରେ ୮.୭୪କୋଟି ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି । ୬୨ଟଙ୍କାରୁ ୫୮୪ଟଙ୍କା ମଧ୍ୟରେ ଏହି ଲୋଗୋ କିଣା ହୋଇଛି । ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ପିଏମଆବାସ ଯୋଜନାର ସୋସିଆଲ ଅଡିଟ୍ ହୋଇନଥିବାରୁ ଲୋକେ ଏହି ଯୋଜନାରେ କାହାରି ଉତ୍ତରଦାୟିତ୍ୱ ରହିନଥିଲା ବୋଲି ସିଏଜି କହିଛନ୍ତି । ସେହିପରି ୨୦୧୬-୧୭ରୁ ୨୦୨୦-୨୧ ଅବଧି ମଧ୍ୟରେ ପଞ୍ଜିକରଣ ଓ ମଞ୍ଜୁର ହୋଇଥିବା ଘରର ତଥ୍ୟ ୨୦୨୧ ଜୁଲାଇ ୩୧ ସୁଦ୍ଧା ଦେବାରେ ପଂଚାୟତିରାଜ ବିଭାଗ ସକ୍ଷମ ହୋଇପାରିଲା ନାହିଁ ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

କୋଷାଗୁମୁଡ଼ା ବ୍ଲକ ଓ ନନ୍ଦାହାଣ୍ଡି ବ୍ଲକରେ ଘର ନିର୍ମାଣ ନକରି ବି ୪ଟି ମାମଲାରେ ମିଛ ଫଟୋ ଅପଲୋଡ୍ କରି ଗୃହନିର୍ମାଣ ବାବଦ ଟଙ୍କା ନିଆଯାଇଛି । ସେହିପରି ମାନଗୋବିନ୍ଦପୁର ପଂଚାୟତରେ ହରେକୃଷ୍ଣ ପ୍ରଧାନ ନାମକ ହିତାଧିକାରୀ ପିଏମଆବାସ ଯୋଜନାରେ ଘର ନେଇ ଦୋକାନଘର ତିଆରି କରିଛନ୍ତି । ସେହିପରି ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ପଂଚାୟତର ସୋମନାଥ ପୂଜାରୀ ପିଏମଆବାସ ଘର ନେଇ ୬ଟି ଘର ଥିବା ବିଶାଳ ଘର ତିଆରି କରିଛନ୍ତି ।

ଗରିବ ଯୋଗ୍ୟ ହିତାଧିକାରୀଙ୍କ ପେଟରେ ଲାତ ମାରି ସେମାନଙ୍କୁ ସେଭଳି ଦୟନୀୟ ଅବସ୍ଥାରେ ରହିବାକୁ ଛାଡ଼ି ଦେଇ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜ ରାଜନୀତିକ କର୍ମୀ ଓ ନେତାମାନଙ୍କୁ ସୁହାଇବା ଭଳି ନିଷ୍ପତ୍ତି ନେଇଛି, ଯେଉଁଥିପାଇଁ ଏବେବି ଲକ୍ଷଲକ୍ଷ ଯୋଗ୍ୟ ହିତାଧିକାରୀ ଘରଟିଏ ପାଇବାକୁ ସକ୍ଷମ ହୋଇନଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story