ୱାସିଂଟନ: ବାଙ୍ଗଲାଦେଶରେ ଇସଲାମ ବିରୁଦ୍ଧି ଲେଖା ଲାଗି ବାରମ୍ବାର ମରଣାନ୍ତକ ଆକ୍ରମଣର ସମ୍ମୁଖୀନ ହେଉଥିବା ଲେଖିକା ତସଲିମା ନସରିନ ଆମରିକାରେ ଶରଣ ନେଇଛନ୍ତି । ଆମେରିକାର ଏକ ଏନଜିଓ ‘ସେଣ୍ଟର ଫର ଇନୱାରୀ’ର ସହାୟତାରେ ତସଲିମା ଗତ ମେ ୨୭ରେ ନ୍ୟୁର୍ୟକରେ ପହଞ୍ଚି ଥିଲେ । ତାଙ୍କ ସହାୟତା ଲାଗି ଗୋଟିଏ ଜରୁରୀକାଳିନ ପାଣ୍ଠି କରାଯାଇଛି । ଏହି ପାଣ୍ଠିରୁ ସେ ରହିବା, ଖାଇବା ଓ ସୁରକ୍ଷା ବ୍ୟବସ୍ଥା କରିପାରିବେ । ଏହାବାଦ ସମ୍ପୃକ୍ତ ଏନଜିଓ ଲୋକଙ୍କୁ ଏହି ପାଣ୍ଠିରେ ଦାନ କରିବାକୁ ଅପିଲ କରିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ବାଙ୍ଗଲାଦେଶରେ ୨୦୧୫ ଫେବୃୟାରିରୁ ଏପର୍ଯ୍ୟନ୍ତ ୩ଜଣ ଧର୍ମନିରପେକ୍ଷ ଲୋକଙ୍କୁ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଅଭିଜିତ କୌର, ବଶିକୁର ରହମାନ ଏବଂ ଅନନ୍ତ ବିଜୟ ଦାସଙ୍କ ହତ୍ୟା ପଛେର ଅଲକାଏଦାର ହାତ ଥିଲା । ସଂଗଠନ ଭିଡିଓ ଜାରି କରି ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।