ନୂଆଦିଲ୍ଲୀ: ପୁଣି ଥରେ ଜମି ଅଧିଗ୍ରହଣ ସମ୍ପର୍କିତ ଅଧ୍ୟାଦେଶ ଆଣିବେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଜମି ଅଧିଗ୍ରହଣ ବିଲ୍ ସମ୍ପର୍କରେ ବିସ୍ତୃତ ଭାବେ ଚର୍ଚ୍ଚା ହୋଇଥିଲା। ପୂର୍ବରୁ ଅଣାଯାଇଥିବା ଅଧ୍ୟାଦେଶର ଅବଧି ଆସନ୍ତା ଜୁନ ୪ ତାରିଖରେ ଶେଷ ହେଉଛି। ତେଣୁ ତାପୂର୍ବରୁ ସରକାର ପୁଣି ଅଧ୍ୟାଦେଶ ଆଣିବାକୁ ସ୍ଥିର ହୋଇଛି। ଏହି ଅଧ୍ୟାଦେଶ ତୃତୀୟ ଥର ପାଇଁ ମୋଦି ସରକାର ଆଣୁଛନ୍ତି। କେନ୍ଦ୍ରର ଏହି ଜମି ଅଧିଗ୍ରହଣ ବିଲକୁ କୃଷକ ସଂପ୍ରଦାୟ ସମେତ ବିଭିନ୍ନ ବିରୋଧୀ ଦଳ ଏପରିକି ଏନଡିଏର ଅଂଶୀଦାର ଦଳ ଶିବସେନା ମଧ୍ୟ ବିରୋଧ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।