ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାର ମେଗି ନୁଡୁଲସ୍ ପ୍ରସ୍ତୁତି କରୁଥିବା ନେସଲେ କମ୍ପାନୀ ବିରୋଧରେ ମକଦ୍ଦମା କରିବାକୁ ଅନୁମତି ଦେଇଛନ୍ତି। ଏନେଇ ଉତ୍ତରପ୍ରଦେଶର ବାରାକଙ୍କୀ ଜିଲ୍ଲା ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟେଟଙ୍କ ଅଦାଲତରେ କମ୍ପାନୀ ବିରୋଧରେ ମାମଲା ଦାୟର କରାଯିବ। କମ୍ପାନୀ ଉପରେ ଫୁଟ୍ ଏଣ୍ଡ ସେଫଟି ଆକ୍ଟ ୨୦୦୬ ଅନୁଯାୟୀ ମକଦ୍ଦମା ଜାରି କରାଯାଇପାରେ । ଏହି ଆକ୍ଟ ଅନୁସାରେ ଏକ ଲକ୍ଷ ଟଙ୍କାର ଜୋରିମାନା ଓ ଜେଲ୍ ଦଣ୍ଡ ହୋଇପାରେ ।
ଗତ ମାସରେ ୟୁପିର ଖାଦ୍ୟ ଓ ମେଡିସିନ୍ ବିଭାଗ ନେସଲେ କମ୍ପାନୀକୁ ଫେବୃଆରୀ ୨୦୧୪ରେ ତିଆରି ହୋଇଥିବା ମେଗି ନୁଡୁଲକୁ ବଜାରରୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଯାଞ୍ଚ ଦ୍ୱାରା ଜଣାପଡିଥିଲା ଯେ, ସ୍ୱାଦ ବଢାଇବା ପାଇଁ ମିଶାଯାଇଥିବା ରାସାୟନିକ ପଦାର୍ଥ ନିର୍ଦ୍ଦାରିତ ସୀମା ଠାରୁ ଅଧିକ । କେନ୍ଦ୍ର ସରକାର ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରହି ଭାରତୀୟ ଖାଦ୍ୟ ସୁରକ୍ଷା ଦ୍ୱାରା ଯାଞ୍ଚ କରାଯିବ ବୋଲି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।