ଛତିଶଗଡ଼ରେ ନକ୍ସଲଙ୍କ ଆଇଡି ବିସ୍ଫୋରଣ, ଜଣେ ଯବାନ ସହିଦ୍

ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲାରେ ସିଆରପିଏଫ୍ କୋବ୍ରା ଉପରକୁ ନକ୍ସଲ ଆଇଡି ବିସ୍ଫୋରଣ କରିଛନ୍ତି। ଯେଉଁଥିରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ୍ ହୋଇଥିବା ବେଳେ ୧୦ଜଣ ସିଆରପିଏଫ୍ ଯବାନ୍ ଆହତ ହୋଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଶନିବାର ରାତି ୧୦ଟାରେ ସିଆରପିଏଫ୍ ଯବାନ୍ ଅପରେସନରୁ ଫେରୁଥିଲେ। ସେହି ସମୟରେ ତାଦମେତଲା ଅଞ୍ଚଳରୁ ପ୍ରାୟ ୬ କିଲୋମିଟର ଦୂରରେ ଏକ ସ୍ଥାନରେ ଯବାନମାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ ନକ୍ସଲ। ସମସ୍ତ ଆହତ ଯବାନ୍ କୋବ୍ରା ୨୦୬ […]

CRPF

CRPF

Ranjit Kumar Jena
  • Published: Sunday, 29 November 2020
  • Updated: 29 November 2020, 09:34 AM IST

Sports

Latest News

ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲାରେ ସିଆରପିଏଫ୍ କୋବ୍ରା ଉପରକୁ ନକ୍ସଲ ଆଇଡି ବିସ୍ଫୋରଣ କରିଛନ୍ତି। ଯେଉଁଥିରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ୍ ହୋଇଥିବା ବେଳେ ୧୦ଜଣ ସିଆରପିଏଫ୍ ଯବାନ୍ ଆହତ ହୋଇଛନ୍ତି।

ମିଳିଥିବା ରିପୋର୍ଟ ମୁତାବକ, ଶନିବାର ରାତି ୧୦ଟାରେ ସିଆରପିଏଫ୍ ଯବାନ୍ ଅପରେସନରୁ ଫେରୁଥିଲେ। ସେହି ସମୟରେ ତାଦମେତଲା ଅଞ୍ଚଳରୁ ପ୍ରାୟ ୬ କିଲୋମିଟର ଦୂରରେ ଏକ ସ୍ଥାନରେ ଯବାନମାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ ନକ୍ସଲ।

ସମସ୍ତ ଆହତ ଯବାନ୍ କୋବ୍ରା ୨୦୬ ବାଟାଲିୟନର ହୋଇଥିବା ଜଣାପଡ଼ିଛି। ସୁକମା ଏସପି କେଏଲ୍ ଧ୍ରୁବ ଏହି ହମଲାକୁ ନେଇ କହିଛନ୍ତି, ସମସ୍ତ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ନିଆଯାଇଥିଲା। ତେବେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତୀନଙ୍କର ଅଧାବାଟରେ ହିଁ ମୃତ୍ୟୁ ହୋଇଥିଲା। ହସ୍ପିଟାଲରେ ଆହତ ଯବାନଙ୍କ ଚିକିତ୍ସା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos