ମହୀଶୂର: ବୟସ ଯେତେ ହେଉ ନା କାହିଁକି ନିର୍ବାଚନ ଲଢିବା ଓ ଜିତି ଦେଖାଇବା ପାଇଁ ଜୋସ୍ କିମ୍ୱା ଆତ୍ମବିଶ୍ୱାସ ରହିବା ନିହାତି ଜରୁରୀ। ଯାହା କର୍ଣ୍ଣାଟକର ଏକ ଗ୍ରାମରେ ରହୁଥିବା ୧୦୨ ବର୍ଷର ବୃଦ୍ଧା ଗୋଥାଆମ୍ମା କରି ଦେଖାଇଛନ୍ତି। ଡଡୋଲାଥୁର ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରି ସେ ବିଜୟୀ ହୋଇଛନ୍ତି। ଶୁକ୍ରବାର ପ୍ରକାଶିତ ପାଇଥିବା ନିର୍ବାଚନ ଫଳାଫଳରେ ଗୋଥାଆମ୍ମା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ତାଙ୍କ ସମ୍ପକୀୟ ଚେତ୍ରା ଜାମ୍ମାଙ୍କୁ ୧୩୬ ଭୋଟରେ ପରାସ୍ତ କରିଛନ୍ତି। ଗୋଥାଆମ୍ମା ମୋଟ ୩୫୪ ଭୋଟ ପାଇଥିବା ବେଳେ ଚେତ୍ରା ଜାମ୍ମାଙ୍କୁ ୨୧୮ ଭୋଟ ମିଳିଛି। ଗୋଥାଆମ୍ମାଙ୍କୁ ନିର୍ବାଚନ ଲଢେଇ କରିବା ପାଇଁ ତାଙ୍କ ସମ୍ପର୍କୀୟ ରବି କୁମାର ଉତ୍ସାହିତ କରିଥିଲେ।
ଗୋଥାଆମ୍ମା ପଞ୍ଚାୟତ ନିର୍ବାଚନରେ ଜୋରଦାର ପ୍ରଚାର କରିଥିଲେ। ତାଙ୍କ ଆଗ୍ରହକୁ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଗୋଥାଆମ୍ମା ନିର୍ବାଚନ ପ୍ରଚାରେ ଯାଇ ସେ ଜିତିଲେ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା ସହ ସଡକ ଉନ୍ନତୀକରଣ ପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।