୧୫ ଦିନ ‘ବ୍ଲାକଆଉଟ’ ପର୍ଯ୍ୟାୟରେ ରହିବ ମଙ୍ଗଳଯାନ

ବେଙ୍ଗାଲୁରୁ: ମଙ୍ଗଳ ଗ୍ରହକୁ ପ୍ରେରିତ ଭାରତୀୟ ଉପଗ୍ରହ ‘ମଙ୍ଗଳଯାନ’ ସୋମବାରଠାରୁ ୧୫ଦିନ ପାଇଁ ‘ବ୍ଲାକଆଉଟ’ ପର୍ଯ୍ୟାୟରେ ରହିବ। ବ୍ଲାକଆଉଟ ପର୍ଯ୍ୟାୟରେ ରହିବା ଅର୍ଥ ‘ମଙ୍ଗଳଯାନ’ ସହ ଯୋଗାଯୋଗ ସମ୍ଭବ ହୋଇପାରିବ ନାହିଁ। ପୃଥିବୀ ଓ ମଙ୍ଗଳ ଗ୍ରହ ମଧ୍ୟରେ ସୂର୍ଯ୍ୟଙ୍କ ଅବସ୍ଥାନ ଯୋଗୁଁ ଏହି ଉପଗ୍ରହ ସହ ଇସ୍ରୋ ବୈଜ୍ଞାନିକମାନେ କୌଣସି ପ୍ରକାର ଯୋଗାଯୋଗ କରିପାରିବେ ନାହିଁ। ସୌରଜଗତରେ ଗ୍ରହମାନଙ୍କ ନିୟମିତ ଚଳନ ଯୋଗୁଁ ଏପରି ବିରଳ ମିଳନ ହୋଇଥାଏ। ଏହି ବ୍ଲାକଆଉଟ ପର୍ଯ୍ୟାୟରେ ମଙ୍ଗଳଯାନ ସ୍ୱୟଂକ୍ରିୟ […]

mangalyaan-probe

mangalyaan-probe

Rakesh Mallick
  • Published: Monday, 08 June 2015
  • Updated: 08 June 2015, 03:02 AM IST

Sports

Latest News

ବେଙ୍ଗାଲୁରୁ: ମଙ୍ଗଳ ଗ୍ରହକୁ ପ୍ରେରିତ ଭାରତୀୟ ଉପଗ୍ରହ ‘ମଙ୍ଗଳଯାନ’ ସୋମବାରଠାରୁ ୧୫ଦିନ ପାଇଁ ‘ବ୍ଲାକଆଉଟ’ ପର୍ଯ୍ୟାୟରେ ରହିବ। ବ୍ଲାକଆଉଟ ପର୍ଯ୍ୟାୟରେ ରହିବା ଅର୍ଥ ‘ମଙ୍ଗଳଯାନ’ ସହ ଯୋଗାଯୋଗ ସମ୍ଭବ ହୋଇପାରିବ ନାହିଁ। ପୃଥିବୀ ଓ ମଙ୍ଗଳ ଗ୍ରହ ମଧ୍ୟରେ ସୂର୍ଯ୍ୟଙ୍କ ଅବସ୍ଥାନ ଯୋଗୁଁ ଏହି ଉପଗ୍ରହ ସହ ଇସ୍ରୋ ବୈଜ୍ଞାନିକମାନେ କୌଣସି ପ୍ରକାର ଯୋଗାଯୋଗ କରିପାରିବେ ନାହିଁ। ସୌରଜଗତରେ ଗ୍ରହମାନଙ୍କ ନିୟମିତ ଚଳନ ଯୋଗୁଁ ଏପରି ବିରଳ ମିଳନ ହୋଇଥାଏ। ଏହି ବ୍ଲାକଆଉଟ ପର୍ଯ୍ୟାୟରେ ମଙ୍ଗଳଯାନ ସ୍ୱୟଂକ୍ରିୟ ପ୍ରକ୍ରିୟାରେ ରହିବ। ଜୁନ‍୍‌ ୮ରୁ ୨୨ ବ୍ଲାକଆଉଟ ପର୍ଯ୍ୟାୟ ପରେ ମଙ୍ଗଳଯାନ ସହ ପୂର୍ବପରି ଯୋଗାଯୋଗ ସମ୍ଭବ ହୋଇପାରିବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି। ଗତବର୍ଷ ସେପ୍ଟେମ୍ୱର ୨୪ରେ ମଙ୍ଗଳଯାନ ସଫଳତାର ସହ ମଙ୍ଗଳଗ୍ରହର କକ୍ଷପଥରେ ପ୍ରବେଶ କରିଥିଲା। ସେବେଠାରୁ ଏହି ଉପଗ୍ରହ ସହ ଇସ୍ରୋର ଯୋଗାଯୋଗ ଜାରି ରହିଛି। ପ୍ରଥମ ଥର ପାଇଁ ଏହା ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାକୁ ଯାଉଛି। ଆସନ୍ତା ବର୍ଷ ମେ ମାସରେ ମଙ୍ଗଳଯାନ ଅନୁରୂପ ଭାବେ ବ୍ଲାକଆଉଟ ପର୍ଯ୍ୟାୟରେ ରହିବ। ୨୦୧୩ ନଭେମ୍ୱର ୫ରେ ମଙ୍ଗଳଯାନକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍କ୍ଷେପଣ କେନ୍ଦ୍ରରୁ ପିଏସଏଲଭି ରକେଟ ମାଧ୍ୟମରେ ମଙ୍ଗଳ ଗ୍ରହ ଅଭିମୁଖେ ପ୍ରେରଣ କରାଯାଇଥିଲା। ବିଶ୍ୱର ତୃତୀୟ ଦେଶ ଭାବେ ଭାରତ ମଙ୍ଗଳ ଗ୍ରହକୁ ଉପଗ୍ରହ ପ୍ରେରଣ କରିବାରେ ସଫଳ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos