ସ୍କୁଲରେ ହେବ ସିବିଏସଇ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସଇର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୧ରେ ହେବ। ଏହି ପରୀକ୍ଷା ହଲରେ ଲିଖିତ ଆକାରରେ ହେବ। ଅନ୍ ଲାଇନ୍ ହେବ ନାହିଁ। ପ୍ରାକ୍ଟିକାଲ ପରୀକ୍ଷାର ବିକଳ୍ପ ବାବଦରେ ଆଲୋଚନା ହେଉଛି। ହେଲେ ଦୁଇଟି ଯାକ ପରୀକ୍ଷାର ତାରିଖ ବାବଦରେ ନିଷ୍ପତ୍ତି ନିଆଯାଇନାହିଁ। ଏ ନେଇ ବୋର୍ଡ ସଦସ୍ୟଙ୍କ ସହିତ ଆଲୋଚନା ଚାଲିଛି। ବୁଧବାର ସିବିଏସଇ ଏହି ସୂଚନା ଦେଇଛି। ସମସ୍ତ ପରୀକ୍ଷା କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ହେବ। ପରୀକ୍ଷା […]

Cbse

Cbse

Subhransu Sekhar
  • Published: Thursday, 03 December 2020
  • Updated: 03 December 2020, 08:27 AM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସଇର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୧ରେ ହେବ। ଏହି ପରୀକ୍ଷା ହଲରେ ଲିଖିତ ଆକାରରେ ହେବ। ଅନ୍ ଲାଇନ୍ ହେବ ନାହିଁ। ପ୍ରାକ୍ଟିକାଲ ପରୀକ୍ଷାର ବିକଳ୍ପ ବାବଦରେ ଆଲୋଚନା ହେଉଛି। ହେଲେ ଦୁଇଟି ଯାକ ପରୀକ୍ଷାର ତାରିଖ ବାବଦରେ ନିଷ୍ପତ୍ତି ନିଆଯାଇନାହିଁ। ଏ ନେଇ ବୋର୍ଡ ସଦସ୍ୟଙ୍କ ସହିତ ଆଲୋଚନା ଚାଲିଛି। ବୁଧବାର ସିବିଏସଇ ଏହି ସୂଚନା ଦେଇଛି।

ସମସ୍ତ ପରୀକ୍ଷା କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ହେବ। ପରୀକ୍ଷା ତାରିଖ ନେଇ କୌଣସି ତାରିଖ ବାବଦରେ ଆଲୋଚନା ହୋଇନଥିବାରୁ ଗୁଜବ ଖବରରୁ ନିବୃତ୍ତ ରହିବାକୁ ସିବିଏସଇ ନିର୍ଦ୍ଦେଶକ ଡକ୍ଟର ଜୋଶେଫ୍ ଏମାନୁଏଲ ଏକ ଅନଲାଇନ୍ ମିଡିଆକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି।

ଏହାରି ଭିତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଅଭିଭାବକଙ୍କ ସହିତ ଅନ୍ ଲାଇନ୍ ବୈଠକ କରିବେ ବୋଲି ଜଣାପଡ଼ିଛି। ପରୀକ୍ଷା ବାବଦରେ ମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos