ବର୍ଷା ଯୋଗୁ ମହାରାଷ୍ଟ୍ରରେ ୨୭ ମୃତ, କର୍ଣ୍ଣାଟକା ସ୍ଥିତି ମଧ୍ୟ ଗମ୍ଭୀର

ମୁମ୍ବାଇ: ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ଲଗାଣ ବର୍ଷା ତାଣ୍ଡବ ରଚିଛି। ଦୁଇ ଦିନ ହେଲା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଅବିଶ୍ରାନ୍ତ ବର୍ଷା ଯୋଗୁ ୨୭ ଜଣଙ୍କ ଜୀବନ ଗଲାଣି। ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବା ବେଳେ ଲକ୍ଷାଧିକ ଲୋକ ପାଣି ଘେରରେ ରହିଛନ୍ତି। ବିଶେଷ କରି ପୁଣେ, ସୋଲାପୁର, ସଙ୍ଗଲି, ସତାରା ଓ କୋହ୍ଲାପୁରରେ ଦୁଇ ଦିନ ହେଲା ଲାଗି ରହିଥିବା ବର୍ଷା ସାଧାରଣ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ […]

dd

dd

Hemant Lenka
  • Published: Friday, 16 October 2020
  • Updated: 16 October 2020, 12:52 PM IST

Sports

Latest News

ମୁମ୍ବାଇ: ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ଲଗାଣ ବର୍ଷା ତାଣ୍ଡବ ରଚିଛି। ଦୁଇ ଦିନ ହେଲା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଅବିଶ୍ରାନ୍ତ ବର୍ଷା ଯୋଗୁ ୨୭ ଜଣଙ୍କ ଜୀବନ ଗଲାଣି। ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବା ବେଳେ ଲକ୍ଷାଧିକ ଲୋକ ପାଣି ଘେରରେ ରହିଛନ୍ତି।

ବିଶେଷ କରି ପୁଣେ, ସୋଲାପୁର, ସଙ୍ଗଲି, ସତାରା ଓ କୋହ୍ଲାପୁରରେ ଦୁଇ ଦିନ ହେଲା ଲାଗି ରହିଥିବା ବର୍ଷା ସାଧାରଣ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ଅଧିକାରୀଙ୍କ କହିବା କଥା, ବର୍ତ୍ତମାନ ସୁଦ୍ଧ ବର୍ଷା ଜନିତ ଅଘଟଣରେ ପୁଣେ,ସୋଲାପୁର ଓ ସଙ୍ଗଲିରେ ୨୭ ଜଣଙ୍କ ଜୀବନ ଯାଇଛି। ଏହି ୩ଟି ଜିଲ୍ଲାର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ମୁମ୍ବାଇ ସହରରେ ମଧ୍ୟ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ସୋଲାପୁରରେ ବନ୍ୟା ସ୍ଥିତି ଗମ୍ଭୀର ହେଉଥିବାରୁ ବର୍ତ୍ତମାନ ସୁଦ୍ଧା ୧୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। କେବଳ ପାନ୍ଧରପୁର ତହସିଲର ୪୬ଟି ଗାଁରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆହୁରି ୨ ଦିନ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି।

ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁ କର୍ଣ୍ଣାଟକା ସ୍ଥିତି ମଧ୍ୟ ସଂଗୀନ ହୋଇଛି। ରାଜ୍ୟର ନର୍ଦନ ପାର୍ଟର ଏକାଧିକ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଲଗାଣ ବର୍ଷା ସାଙ୍ଗକୁ ଏକାଧିକ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ କର୍ଣ୍ଣାଟକାବାସୀଙ୍କ ଚିନ୍ତା ବଢ଼ିଛି। କାଲୁବର୍ଗି ଜିଲ୍ଲା ଅଫଜଲପୁରରେ ଥିବା ସୋନା ବ୍ୟାରେଜରୁ ଭୀମା ନଦୀକୁ ୫,୧୧,୦୦୦ କ୍ୟୁସେକ ଜଳ ଛଡ଼ା ଯାଉଥିବାରୁ ବନ୍ୟା ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ବର୍ତ୍ତମାନ ସୁଦ୍ଧା ୟାଦଗିର, ରାଇଚୁର, ବଲ୍ଲାରୀ, ବିଦାର, ବିଜୟାପୁରା, ବାଗାଲକୋଟ, ବେଲାଗାଭି, ଦକ୍ଷିଣ କନ୍ନଡ, ଉଡୁପି, ଉତ୍ତର କନ୍ନଡ, ଗାଡଗ, କୋପାଲ, ହାଭେରି ଓ ଧରୱାଡ ବନ୍ୟା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବନ୍ୟାରେ ୫୧୫ଟି ପଶୁଜନ୍ତୁ ପ୍ରାଣ ହରାଇଥିବା ବେଳେ ୪,୭୮୨ ଜଣ ଲୋକଙ୍କୁ ୩୬ଟି ରିଲିଫ କ୍ୟାମ୍ପକୁ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story