ହାଇଦ୍ରାବାଦ: ବେଙ୍ଗାଲୁରୁରୁ ପାଟନା ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ଗତକାଲି ଜଣେ ୪ ମାସ ଶିଶୁର ମୃତ୍ୟୁ ଘଟିଛି। ଶ୍ୱାସରୁଦ୍ଧ ହୋଇ ଶିଶୁଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶୁଶୁଟିକୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ପରେ ହାଇଦ୍ରାବାଦ ବିମାନବନ୍ଦରରେ ତା'ର ମୃତ୍ୟୁ ଘଟିଥିଲା। ପୋଲିସ କହିବା ଅନୁଯାୟୀ ୬-ଇ ୮୯୭ ଇଣ୍ଡିଗୋ ବିମାନରେ ଶିଶୁପୁତ୍ରଟି ନିଜ ବାପା ମା’ଙ୍କ ସହ ବେଙ୍ଗାଲୁରୁରୁ ଯାତ୍ରା କରୁଥିଲା। ତେବେ ବିମାନ ଉଡ଼ାଣ ଆରମ୍ଭ ହେବା ମାତ୍ରେ ଶିଶୁଟି ଅସୁସ୍ଥ ହୋଇ ପଡ଼ିଥିଲା।
ଶିଶୁଟିକୁ ହାଇଦ୍ରାବାଦ ନେଇଯିବାକୁ ନିଷ୍ପତ୍ତି ହୋଇଥିଲା। ହାଇଦ୍ରାବାଦରେ ବିମାନରୁ ଓହ୍ଲାଇବା ମାତ୍ରେ ତାକୁ ସଙ୍ଗେସଙ୍ଗେ ଘରୋଇ ହସପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଶିଶୁଟିର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଉକ୍ତ ଘଟଣାରେ ଇଣ୍ଡିଗୋ ଏୟାରଲାଇନ୍ସ ଦୁଃଖ ପ୍ରକାଶ କରିଛି। ପୁଲିସ୍ ସିଆର୍ପିସି ଧାରା ୧୭୪ ଅନୁଯାୟୀ ଏକ ମାମଲା ରୁଜୁ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେ. ସଞ୍ଜୟ ମୂର୍ତ୍ତୀ ନୂଆ ସିଏଜି ନିଯୁକ୍ତ
କେ. ସଞ୍ଜୟ ମୂର୍ତ୍ତୀଙ୍କୁ ନୂଆ କମ୍ପଟ୍ରୋଲର୍ ଏବଂ ଅଡିଟର ଜେନେରାଲ୍ (CAG) ଭାବରେ ନିଯୁକ୍ତ କରିଛନ୍ତି ଭାରତ ସରକାର। ଅଗଷ୍ଟ ୨୦୨୦ରୁ ସିଏଜି ଭାବେ କାର୍ଯ୍ୟ କରୁଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହେଉଛି।
National
କାରରେ ଯାଉଥିବା ବେଳେ ଅନୀଲ ଦେଶମୁଖଙ୍କୁ ପଥର ମାଡ଼, ମୁଣ୍ଡ ଫାଟିଲା
ପଥର ମାଡ଼ରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ଏଥିପାଇଁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
National
ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇ ପଳାଉଥିଲା ପାକିସ୍ତାନ
ନୋ-ଫିଶିଂ ଜୋନରେ ମାଛ ଧରୁଥିବାବେଳେ ଧରିନେଉଥିଲା ପାକିସ୍ତାନ। ସମୁଦ୍ରରେ ପାକିସ୍ତାନୀ ଜାହାଜକୁ ଦୀର୍ଘ ଦୁଇ ଘଣ୍ଟା ପିଛା କରି ମତ୍ସ୍ୟଜୀବୀଙ୍କୁ ମୁକୁଳାଇଲା ଭାରତୀୟ କୋଷ୍ଟଗାର୍ଡ।
Politics
କ୍ଷମତାରେ ଥିବା ବେଳେ ୟୁପିଏ ଭୁଲ କରିଥିବା କଥା ସ୍ୱୀକାର କଲେ ରାହୁଲ ଗାନ୍ଧି
କ୍ଷମତାରେ ଥିବା ବେଳେ ୟୁପିଏ ଜାତିଗତ ଜନଗଣନା କରି ନଥିଲା। ୟୁପିଏ ପ୍ରଥମେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ ନ କରିବା ଭୁଲ ଥିଲା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।
National
ପ୍ରବେଶ ନିଷେଧ: ମୁସଲିମ ବ୍ୟବସାୟୀମାନଙ୍କୁ ମେଳାରୁ ତଡ଼ି ଦେଲେ
ସ୍ୱଦେଶୀ ମେଳାକୁ ମୁସଲିମଙ୍କ ପ୍ରବେଶ ନିଷେଦ୍ଧ ବୋଲି ମଧ୍ୟ ଆୟୋଜନକମାନେ କହିଥିବା ଅଭିଯୋଗ ହୋଇଛି। ମୁସଲିମ ବ୍ୟବସାୟୀମାନେ ଷ୍ଟଲ ବୁକ କରିବା ସହ ଆବଶ୍ୟକ ଫି’ ଦେଇଥିଲେ।