ଭାରତ ବାୟୋଟେକ୍ ପହଞ୍ଚିଲେ ୬୪ଟି ଦେଶର ରାଷ୍ଟ୍ରଦୂତ
ହାଇଦ୍ରାବାଦ: ୬୪ଟି ଦେଶର ରାଷ୍ଟ୍ରଦୂତ ଭାରତ ବାୟୋଟେକ୍ କମ୍ପାନୀ ପହଞ୍ଚି ପରିଦର୍ଶନ କରିଛନ୍ତି। କରୋନା ଟିକା ‘କୋଭାକ୍ସିନ୍’ ପ୍ରସ୍ତୁତ କରୁଛି ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ। ନିକଟରେ ଭାରତ ବାୟୋଟେକ୍ ପ୍ରସ୍ତୁତ କରୁଥିବା ଟିକା ବିଷୟରେ ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ସୂଚନା ଦେଇଥିଲେ କେନ୍ଦ୍ର ସରକାର। ଏହାପରେ ବିଦେଶର ରାଷ୍ଟ୍ରଦୂତମାନେ ବାୟୋଟେକ କମ୍ପାନୀ ପରିଦର୍ଶନ କରିଛନ୍ତି।
ଅଷ୍ଟ୍ରେଲିଆ, ଡେନମାର୍କ, ଇରାନ, ଭୁଟାନ, ବ୍ରାଜିଲ, ମିଆଁମାର, ଦକ୍ଷିଣ କୋରିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା ଆଦି ଦେଶର ରାଷ୍ଟ୍ରଦୂତମାନେ ଆସିଛନ୍ତି କୋଭାକ୍ସିନର ତଥ୍ୟ ନେବାକୁ। ବିଦେଶୀ କୂଟନୀତିଜ୍ଞ ଏବଂ ରାଷ୍ଟ୍ରଦୂତଙ୍କ ଏହି ଟିମ୍ ବୁଧବାର ସକାଳେ ନୂଆଦିଲ୍ଲୀରୁ ବିମାନ ଯୋଗେ ଆଜି ସକାଳେ ହାଇଦ୍ରାବାଦରେ ପହଞ୍ଚିଥିଲେ।
Delhi: 64 Heads of Missions in India leave for Hyderabad, where they are scheduled to visit Bharat Biotech and Biological E. Ltd, in continuation of the briefing by Ministry of External Affairs (MEA). The facilities are developing #COVID19 vaccine. pic.twitter.com/LqlZtsT5Cr
— ANI (@ANI) December 9, 2020
ଜଣେ ଅଧିକାରୀ କହିଛନ୍ତି ଯେ କୋଭିଡକୁ ରୋକିବା ପାଇଁ ଭାରତର ଅବଦାନ ରହିଛି। ଟିକା ତିଆରି କରିବାରେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଦେଶ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ପୂର୍ବରୁ ହାଇଦ୍ରାବାଦର ଭାରତ ବାୟୋଟେକ କେନ୍ଦ୍ର ପରିଦର୍ଶନ କରି କରୋନା ଟିକା କୋଭାକ୍ସିନ ପ୍ରସ୍ତୁତିର ସମୀକ୍ଷା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।