ଜଳୁଛି ସିଏଏ ନିଆଁ, ୨ ଦିନରେ ଗଲାଣି ୮ ଜୀବନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ମଧ୍ୟ ଆନ୍ଦୋଳନ ଜାରି ରହିଛି। ଶୁକ୍ରବାର କେବଳ ଉତ୍ତରପ୍ରଦେଶରେ ୫ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ୩ ଜଣଙ୍କ ଜୀବନ ଯାଇସାରିଛି। ଶୁକ୍ରବାର ଗୁଜରାଟର ରାଜକୋଟ୍‌ରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିବାରୁ ସେଠାରେ ୧୪୪ ଜାରି କରାଯାଇଛି। ଏହା ଜାନୁଆରୀ ୧ ଯାଏ ଜାରି ରହିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀରେ ଆଜି ମଧ୍ୟ ସିଏଏ […]

delhi

delhi

Subrat Kumar Nayak
  • Published: Friday, 20 December 2019
  • Updated: 20 December 2019, 10:26 PM IST

Sports

Latest News

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ମଧ୍ୟ ଆନ୍ଦୋଳନ ଜାରି ରହିଛି। ଶୁକ୍ରବାର କେବଳ ଉତ୍ତରପ୍ରଦେଶରେ ୫ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ୩ ଜଣଙ୍କ ଜୀବନ ଯାଇସାରିଛି। ଶୁକ୍ରବାର ଗୁଜରାଟର ରାଜକୋଟ୍‌ରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିବାରୁ ସେଠାରେ ୧୪୪ ଜାରି କରାଯାଇଛି। ଏହା ଜାନୁଆରୀ ୧ ଯାଏ ଜାରି ରହିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀରେ ଆଜି ମଧ୍ୟ ସିଏଏ ବିରୋଧୀ ଆନ୍ଦୋଳନ ଜୋର ଧରିଥିଲା। ଆଜି ଜାମା ମସଜିଦ୍‌ଠାରେ ଭୀମ୍‌ ଆର୍ମି ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା। ଆନ୍ଦୋଳନକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଉତ୍ତର ପୂର୍ବ ଦିଲ୍ଲୀର ୧୨ଟି ଥାନା ଅଧୀନରେ ଥିବା ଅଞ୍ଚଳରେ କଟକଣା ଜାରି କରାଯାଇଥିଲା।

ଆଜି ମଧ୍ୟାହ୍ଣରୁ ହିଁ ଜାମା ମସଜିଦ୍‌ ଦିଲ୍ଲୀରେ ଆନ୍ଦୋଳନର କେନ୍ଦ୍ର ବିନ୍ଦୁ ସାଜିଥିଲା। ପ୍ରାର୍ଥନ ପରେ ଆନ୍ଦୋଳନକାରୀମାନେ ଜନ୍ତରମନ୍ତର ଆଡ଼କୁ ମୁହାଁଇବାକୁ ପ୍ରୟାସ କରୁଥିବାବେଳେ ପୁଲିସ୍‌ ପକ୍ଷରୁ ସେମାନଙ୍କୁ ଅଟକା ଯାଇଥିଲା। ଜନ୍ତରମନ୍ତରର କ୍ଷମତା ମାତ୍ର ୧୦୦୦ ଜଣ ଏବଂ ସେଠାରେ ବିରୋଧ ପ୍ରଦର୍ଶନ ପାଇଁ ଆନ୍ଦୋଳନକାରୀଙ୍କ ପାଖରେ ଅନୁମତି ନଥିବାରୁ ପୁଲିସ ପକ୍ଷରୁ ବାରଣ କରାଯାଇଥିଲା। ଏହାପରେ ସେମାନେ ଜାମ ମସଜିଦ୍‌ଠାରୁ ଚାଲିଯାଇ ଦିଲ୍ଲୀ ଗେଟ୍‌ ସାମ୍ନାରେ ଏକାଠି ହୋଇଥିଲେ। ସବୁକିଛି କିଛି ସମୟ ସ୍ୱାଭାବିକ ଥିଲା, କିନ୍ତୁ ସନ୍ଧ୍ୟାରେ କିଛି ଜଣ ହଠାତ ହିଂସ୍ର ରୂପ ନେଇ ବ୍ୟାରିକେଡ୍‌ ଭାଙ୍ଗିବା ସହ ଢେଲା ମାଡ଼ କରିଥିଲେ। ଏପରିକି ପୁଲିସ୍‌ ବାରଣ ସତ୍ତ୍ୱେ ସେମାନେ ଜନ୍ତରମନ୍ତର ଆଡ଼କୁ ମୁହାଁଇଥିଲେ। ସେମାନଙ୍କୁ ଦମନ କରିବାକୁ ଯାଇ ପୁଲିସ୍‌ ପକ୍ଷରୁ ପାଣି ମାଡ଼ କରାଯାଇଥିଲା।

ଆନ୍ଦୋଳନକାରୀମାନେ ଏକ ଘରୋଇ ଗାଡ଼ିରେ ନିଆଁ ମଧ୍ୟ ଲଗାଇଦେଇଥିବା ସୂଚନା ମିଳିଛି। ଏହି ଆନ୍ଦୋଳନ ପରେ ପୁଲିସ୍‌ ପ୍ରାୟ ୪୦ ଜଣଙ୍କୁ ଅଟକ ରଖିଥିଲା। ଆଜି ସ୍ଥାନୀୟ ପୁଲିସ୍‌ ବ୍ୟତୀତ ଅତିରିକ୍ତ ପୁଲିସ୍‌ ବାହିନୀ ମଧ୍ୟ ନିୟୋଜିତ ହୋଇଥିଲେ। ଆନ୍ଦୋଳନ ଦମନ କରିବାକୁ ଯାଇ କିଛି ପୁଲିସ୍‌ ଆହତ ହୋଇଥିବା ସୂଚନା ମିଳିଛି। ବେଶ୍‌ କିଛି ସମୟ ପାଇଁ ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ୍‌କୁ କର୍ତ୍ତୃପକ୍ଷ ବନ୍ଦ ରଖିଥିଲେ। ସେଣ୍ଟ୍ରାଲ ସେକ୍ରେଟେରିଏଟ୍‌, ଚନ୍ଦନୀ ଚୌକ, ରାଜୀବ ଚୌକ, ଜାମିଆ ଏବଂ ଦିଲ୍ଲୀ ଗେଟ୍‌ ଆଦି ଗରୁତ୍ୱପୂର୍ଣ୍ଣ ସ୍ଥାନରେ ଗେଟ୍‌ ବନ୍ଦ ରହିଥିଲା।

ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ମାତ୍ରାରେ ହିଂସା ଦେଖିବାକୁ ମିଳିଥିଲା। ରାଜ୍ୟରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଥିବା ୫ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ବିଜନୋରଠାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ କାନପୁର, ସମ୍ଭଲ ଏବଂ ଫିରୋଜାବାଦରେ ଜଣେ ଲେଖାଏ ଆନ୍ଦୋଳନକାରୀଙ୍କର ମୃତ୍ୟୁ ହୋଇଛି। କାନପୁରଠାରେ ୬ ଜଣ ପୁଲିସ୍‌ଙ୍କ ସମେତ ମୋଟ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପୁଲିସ୍‌ ଆନ୍ଦୋଳନ କରୁଥିବା ୨୫ ଜଣଙ୍କୁ ଅଟକ ରଖିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ ରଖି ବୁଲନ୍ଦସହରରେ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି। କୌଣସି ଗୁଜବ ଏବଂ ଭୁଲ୍‌ ତଥ୍ୟର ପ୍ରସାର ଆଶଙ୍କାରେ ଏଭଳି କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ବିହାରରେ ଆରଜେଡି ଶନିବାର ବିହାର ବନ୍ଦ ଡାକରା ଦେଇଛି। ସିଏଏ ବିରୋଧରେ ଏହି ଆନ୍ଦୋଳନ ଡାକରା ଦେଇ ଆରଜେଡିର ତେଜସ୍ୱୀ ଯାଦବ କହିଥିଲେ, ଆନ୍ତାକାଲି ବିହାର ବନ୍ଦ ରହିବ। ମୁଁ ଲୋକଙ୍କୁ ଆହ୍ୱାନ କରୁଛି ସେମାନେ ଏଥିରେ ସହଯୋଗ କରିବେ। ମୁସଲିମ୍‌ କେବଳ ଗୋଟିଏ କାରଣ, ପଛୁଆ ବର୍ଗ ମୁଖ୍ୟ ଟାର୍ଗେଟ୍‌ ବୋଲି ସେ କହିଥିଲେ। ବିହାରରେ ଲୋକଙ୍କର ଡକ୍ୟୁମେଣ୍ଟ ବନ୍ୟା ପାଣିରେ ଭାସିଯାଇଥିବାରୁ ସେମାନେ ଏହା ଦେଖାଇପାରିବେନି ବୋଲି ତେଜସ୍ୱୀ ଯୁକ୍ତି ଦର୍ଶାଇଥିଲେ। ଆଜି ମଧ୍ୟପ୍ରଦେଶର ଭୋପାଲ ଏବଂ ମହାରାଷ୍ଟ୍ରର ନାଗପୁରଠାରେ ମଧ୍ୟ ସିଏଏ ଏବଂ ଏନ୍‌ଆରସି ବିରୋଧରେ ଆନ୍ଦୋଳନ ଦେଖିବାକୁ ମିଳିଥିଲା।

ଆଜି ସରକାରଙ୍କ ପକ୍ଷରୁ ସିଏଏ ଆନ୍ଦୋଳନକାରୀଙ୍କଠାରୁ ପରାମର୍ଶ ମଗାଯାଇଥିଲା। ସରକାରଙ୍କ ପକ୍ଷରୁ ଜଣେ ଅଧିକାରୀ କହିଥିଲେ, “ଆମେ ପରାମର୍ଶକୁ ସ୍ୱାଗତ କରିବୁ। ଯଦି କେହି ପରାମର୍ଶ ଦେବାକୁ ଚାହୁଁଥିବେ ଯୋଗାଯୋଗ କରିପାରିବେ। ଆମେ ଲୋକଙ୍କ ସନ୍ଦେହ ଦୂର କରିବାକୁ ପ୍ରସ୍ତୁତ ଅଛୁ ଏବଂ ଏଥିପାଇଁ ପ୍ରୟାସ ଜାରି ରଖିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story