ଟିଏମସି କର୍ମୀଙ୍କ ଆକ୍ରମଣରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ, ଛଅ ଜଣ ଆହତ ଅଭିଯୋଗ
କୋଲକାତା: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ବିଜେପି ଏବଂ ଟିଏମସି ମଧ୍ୟରେ ବିବାଦ ତେଜିଛି। ବିଜେପି ଏବେ କହିଛି ଯେ ଉତ୍ତର 24 ପରଗାନର ହଲିଶାହାରରେ ଶନିବାର ଟିଏମସି କର୍ମୀଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଛଅ ଜଣ କର୍ମୀ ଗୁରୁତର ଆହତ ହୋଇଛନ୍ତି।
ବିଜେପି ବେଙ୍ଗଲ ଟ୍ୱିଟ କରି ଏହି ଦାବି କରିଛି। ଟିଏମସି କର୍ମୀଙ୍କ ଆକ୍ରମଣରେ ଜଣେ କର୍ମୀ ହତ୍ୟାର ଶିକାର ହୋଇଥିବା ବେଳେ ଅନ୍ୟ ଛଅ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଜେଏନ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ସାଇକତ ଭବାଲଙ୍କୁ ଆକ୍ରମଣ କରାଯାଇଥିଲା।
Another day, another murder! Saikat Bhawal, BJP worker from Halisahar was brutally murdered by TMC goons while 6 others are critically injured and fighting for their lives. He was targeted during BJP’s door to door outreach “Aar Noi Annay”.
Pishi can’t retain power like this! pic.twitter.com/zA7BeDm7aC
— BJP Bengal (@BJP4Bengal) December 12, 2020
ଅନ୍ୟପଟେ ଟିଏମସି ଅଭିଯୋଗକୁ ଖଣ୍ଡନ କରିଛି। ବ୍ୟକ୍ତିଗତ ଶତ୍ରୁତା ପାଇଁ ଏହି ଘଟଣା ଘଟିଥିବା ଟିଏମସି ଅଭିଯୋଗ କରିଛି। ବିଜେପି ନେତା ମୁକୁଲ ରୟ କହିଛନ୍ତି ଯେ ଆରଏସଏସ କର୍ମୀ ତଥା ଦଳୀୟ କର୍ମୀ ସାଇକତ ଭବାଲଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ଗୁରୁବାର ବିଜେପି ସଭାପତି ଜେପି ନଡ୍ଡା ଡାଇମଣ୍ଡ ହାରବୋର ଯାଉଥିବାବେଳେ ତାଙ୍କ କାରକେଡ୍ ଆକ୍ରମଣର ଶିକାର ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।