ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ନୂଆଦିଲ୍ଲୀ: ୨ ବର୍ଷ ହେଲା ଧାରଣା ଜାରି ରଖିଛନ୍ତି କେରଳର ଜଣେ ଯୁବକ ଶ୍ରୀଜିତ୍ । ଥିରୁବନନ୍ତପୁରମ୍ ସେକ୍ରେଟାରିଏଟ୍ ଆଗରେ ସେ ଧାରଣା ଦେଇଛନ୍ତି । ୨୦୧୪ରେ ପୋଲିସ ହାଜତରେ ତାଙ୍କ ଭାଇଙ୍କ ମୃତ୍ୟୁ ଘଟିଥିଲା। ଚୋରି ଅଭିଯୋଗରେ ପୋଲିସ ଶ୍ରୀଜିତଙ୍କ ଭାଇଙ୍କୁ ବାନ୍ଧି ନେଇଥିଲେ। ହେଲେ ହାଜତ ଭିତରେ ସନ୍ଦେହ ଜନକ ଭାବେ ହୋଇଥିଲା ମୃତ୍ୟୁ। ଘଟଣାର ତଦନ୍ତ କରି ପ୍ରକୃତ ତଥ୍ୟ ଦାବିରେ ୨ ବର୍ଷ ହେଲା ଧାରଣା ଦେଇଛନ୍ତି ଶ୍ରୀଜିତ୍ ।</p> <p>ପୋଲିସ ନିର୍ଯାତନାରୁ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଶ୍ରୀଜିତ। ଯଦିଓ ସରକାର ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି, ତେବେ ନ୍ୟାୟ ଦାବିରେ ଧାରଣା ଜାରି ରଖିଛନ୍ତି ଶ୍ରୀଜିତ୍। ପ୍ରଥମେ ତାଙ୍କ ଧାରଣାକୁ କେହି ଏହାକୁ ଧ୍ୟାନ ଦେଇ ନ ଥିଲେ। ପୋଲିସ କି ସରକାର ମଧ୍ୟ ଆଦୌ ଧ୍ୟାନ ଦେଇ ନ ଥିଲେ । ହେଲେ ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ଶ୍ରୀଜିତଙ୍କ ପ୍ରତି ଲୋକଙ୍କ ସମର୍ଥନ ଓ ସମବେଦନା ବଢ଼ିଛି । ବହୁ ଲୋକ ତାଙ୍କୁ ସାକ୍ଷାତ କରି ସମର୍ଥନ ଜଣାଇଛନ୍ତି ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।