ବ୍ରେନ୍ ଷ୍ଟ୍ରୋକର ଶିକାର ହେଲେ ଅଭିନେତା ରାହୁଲ୍ ରୟ

ମୁମ୍ୱାଇ: ବଲିଉଡ ଅଭିନେତା ରାହୁଲ ରୟ ବ୍ରେନ ଷ୍ଟ୍ରୋକର ଶିକାର ହୋଇଛନ୍ତି। ‘ଏଲଏସି’ ନାମକ ଫିଲ୍ମ ସୁଟିଂ ବେଳେ ସେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଛନ୍ତି। ଏବେ ସେ ମୁମ୍ୱାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୯୯୦ ମସିହାର ‘ଆଶିକି’ ସିନେମା ଜରିଆରେ ରାତି ରାତି ସୁପରଷ୍ଟାର ପାଲଟିଥିଲେ ରାହୁଲ୍। ଏହି ୫୪ ବର୍ଷୀୟ ଅଭିନେତା ରାହୁଲ ୭ ଦିନ ପୂର୍ବରୁ କାରଗିଲରେ ସୁଟିଂ ଚାଲିଥିବା ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଶ୍ରୀନଗରର […]

rahul-roy

rahul-roy

Subhransu Sekhar
  • Published: Sunday, 29 November 2020
  • Updated: 29 November 2020, 09:02 PM IST

Sports

Latest News

ମୁମ୍ୱାଇ: ବଲିଉଡ ଅଭିନେତା ରାହୁଲ ରୟ ବ୍ରେନ ଷ୍ଟ୍ରୋକର ଶିକାର ହୋଇଛନ୍ତି। 'ଏଲଏସି' ନାମକ ଫିଲ୍ମ ସୁଟିଂ ବେଳେ ସେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଛନ୍ତି। ଏବେ ସେ ମୁମ୍ୱାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୯୯୦ ମସିହାର ‘ଆଶିକି’ ସିନେମା ଜରିଆରେ ରାତି ରାତି ସୁପରଷ୍ଟାର ପାଲଟିଥିଲେ ରାହୁଲ୍।

ଏହି ୫୪ ବର୍ଷୀୟ ଅଭିନେତା ରାହୁଲ ୭ ଦିନ ପୂର୍ବରୁ କାରଗିଲରେ ସୁଟିଂ ଚାଲିଥିବା ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଶ୍ରୀନଗରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ନଭେମ୍ବର ୨୮-୨୯ ରାତି ୧.୨୫ ରେ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ରାହୁଲ ଏବେ ଆଇସିୟୁରେ ରହିଛନ୍ତି। ହେଲେ ଏବେ ସେ ସୁରକ୍ଷିତ ଏବଂ ବିପଦ ବାହାରେ ରହିଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ସମୟ ଲାଗିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos