ନୂଆଦିଲ୍ଲୀ: ପୂର୍ବାଞ୍ଚଳ ସେନା ନାମକ ଏକ ସଙ୍ଗଠନର ମୁଖିଆ ଆଦର୍ଶ ଶର୍ମା ଜେଏନ୍ୟୁ ଛାତ୍ର ସଂଘ ସଭାପତି କହ୍ନେୟା କୁମାରଙ୍କୁ ଗୁଳି କରି ମାରିବା ବ୍ୟକ୍ତିଙ୍କୁ ନଗଦ ୧୧ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ। ହେଲେ ତାଙ୍କ ଆକାଉଣ୍ଟରେ ମାତ୍ର ୧୫୦ ଟଙ୍କା ଥିବା ଜଣାପଡ଼ିଛି।
ବେଗୁସରାୟ ଅଞ୍ଚଳର ଆଦର୍ଶ ଗତ କିଛିଦିନ ହେବ ଦିଲ୍ଲୀର ରୋହିଣୀରେ ଘର ଭଡ଼ା ନେଇ ରହୁଥିଲେ। ସେ କହ୍ନେୟାଙ୍କୁ ହତ୍ୟା କଲେ ଟଙ୍କା ଦେବେ ବୋଲି ଘୋଷଣା କରିବା ପରେ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମାମଲା ରୁଜୁ ହେବା କଥା ଜଣାପଡ଼ିବା ପରଠାରୁ ସେ ଫେରାର ହୋଇଯାଇଛନ୍ତି। ସେ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ କରି ଦେଇଛନ୍ତି। ଏପରି କି ସେ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ ରଖୁ ନ ଥିବା ପୋଲିସ୍ କହିଛି।
ଯେଉଁ ବ୍ୟକ୍ତି କହ୍ନେୟାକୁ ଗୁଳି କରି ହତ୍ୟା କରିବେ ତାଙ୍କୁ ନଗଦ ୧୧ ଲକ୍ଷ ଟଙ୍କା ଦିଆଯିବ ବୋଲି ପୂର୍ବାଞ୍ଚଳ ସେନା ନାମକ ଏକ ସଙ୍ଗଠନ ପକ୍ଷରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା। ଏହି ପୋଷ୍ଟରେ ଆଦର୍ଶ କୁମାରଙ୍କ ନାମ ଓ ମୋବାଇଲ୍ ନମ୍ୱର ମଧ୍ୟ ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।