କାବୁଲ: ଆଫଗାନିସ୍ତାନର ନୂତନ ସଂସଦ ଭବନ ଉପରେ ସୋମବାର ରକେଟ୍ ମାଡ଼ ହୋଇଛି। ଆକ୍ରମଣ ସମୟରେ ସଂସଦ ଭବନରେ ସାସଂଦମାନେ ଉପସ୍ଥିତ ଥିଲେ। ଆତତାୟୀମାନେ ସଂସଦ ଭବନକୁ ଟାର୍ଗେଟ୍ କରି ଚାରୋଟି ରକେଟ୍ ମାଡ଼ କରିଥିଲେ। କିନ୍ତୁ ରକେଟ୍ ଗୁଡ଼ିକ ସଂସଦ ଭବନଠାରୁ ଦୂରରେ ପଡ଼ିଥିଲା।
ଏହି ଆକ୍ରମଣରେ ସଂସଦ ଭବନର କୌଣସି କ୍ଷତି ଘଟି ନାହିଁ। ସୁରକ୍ଷା ଅଧିକାରୀମାନେ ସଂସଦ ଭବନ ଭିତରକୁ ପ୍ରବେଶ କରିବା ସମୟରେ ଆତତାୟୀମାନେ ରକେଟ୍ ମାଡ଼ କରିଥିଲେ।
ଏହି ଆକ୍ରମଣରେ କୌଣସି ଭାରତୀୟ ଆହତ ହୋଇ ନ ଥିବା ସୂଚନା ଦେଇଛନ୍ତି ଆଫଗାନିସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମନପ୍ରୀତ ବୋହରା।
ଭାରତର ସହଯୋଗରେ ଆଫଗାନିସ୍ତାନର ଏହି ନୂଆ ସଂସଦ ଭବନ ନିର୍ମାଣ ହୋଇଥିଲା। ଗତ ବର୍ଷ ଡିସେମ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନ ଗସ୍ତରେ ଯାଇଥିବା ବେଳେ ଏହି ନୂଆ ସଂସଦ ଭବନକୁ ଉଦ୍ଘାଟନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଟ୍ରକ୍କୁ ଧକ୍କା ଦେଲା କାର୍, ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଏହି ଦୁର୍ଘଟଣାରେ ୫ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।