ଗୃହମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ଅସାଦୁଦ୍ଦିନ ଓୱେସୀ
ନୂଆଦିଲ୍ଲୀ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନର ପ୍ରଚାରର ଅନ୍ତିମ ଦିନରେ ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କୁ କହିଥିଲେ ବାଂଲାଦେଶୀ ଏବଂ ରୋହିଙ୍ଗିୟାଙ୍କ ତାଲିକା ଦେବାକୁ। ଏହାର ଜବାବ ଦେଇଛନ୍ତି ହାଇଦ୍ରାବାଦ ସାଂସଦ।
ସେ ଟ୍ୱିଟ୍ କରି କହିଛନ୍ତି, ବିଜେପି ହେଉଛି ପ୍ରଥମ ଦଳ ଯିଏକି କହିଛି ଯେ ୩୦,୦୦୦ ରୋହିଙ୍ଗିୟା ହାଇଦ୍ରାବାଦ ନିର୍ବାଚନରେ ସାମିଲ୍ ହୋଇଛନ୍ତି। ଯଦି ସାହସ ଅଛି ତାହେଲେ ୧୦୦୦ ଜଣଙ୍କୁ ଭାରତ ସରକାର ଚିହ୍ନଟ କରିବା ଦରକାର। ଦିଲ୍ଲୀରେ ଗୃହମନ୍ତ୍ରୀ କଣ କରୁଛନ୍ତି? କିଏ ଶୋଇଛି ବୋଲି ଅସାଦୁଦ୍ଦିନ ଓୱେସୀ ପ୍ରଶ୍ନ କରିଛନ୍ତି। ଶାହ ହେଉଛନ୍ତି ପ୍ରଥମ ମନ୍ତ୍ରୀ ଯିଏ କି ପ୍ରଥମ ଥର ପାଇଁ ଜଣେ ସାଂସଦଙ୍କ ପାଖରୁ ତାଲିକା ମାଗୁଛନ୍ତି ବୋଲି ଅସାଦୁଦ୍ଦିନ ଓୱେସୀ କହିଛନ୍ତି।
It was BJP that claimed there're 30,000 illegal Rohingya refugees who're enrolled in voters' list here. I said that they should identify 1,000 such names and asked if Amit Shah was sleeping in Delhi? Why doesn't he remove them? Who's stopping him?: Asaduddin Owaisi, AIMIM Chief https://t.co/g9Vy4qpnDU pic.twitter.com/S8UInEqKN4
— ANI (@ANI) November 29, 2020
ସୂଚନାଯୋଗ୍ୟ, ଆଜି ନିର୍ବାଚନ ପ୍ରଚାରର ଅନ୍ତିମ ଦିନ ଅବସରରେ ଶାହ ପ୍ରେସ କନଫରେନସ କରି କହିଥିଲେ, ମୁଁ ଯେତେବେଳେ କାର୍ଯ୍ୟାନୁଷ୍ଠାନ ନିଏ ସେତେବେଳେ ବିରୋଧୀ ହତବାକ ହୋଇଯାଆନ୍ତି। ତେଣୁ ବିରୋଧୀ ଏବେ ରୋହିଙ୍ଗିଆଙ୍କ ତାଲିକା ଦେବା ଦରକାର।
ଖାଲି ନିର୍ବାଚନ ପ୍ରଚାର ବେଳେ ନୁହେଁ ବରଂ ସଂସଦରେ ବିତର୍କ ବେଳେ ମଧ୍ୟ କହିବା ଦରକାର। ହେଲେ ବିତର୍କ ବେଳେ ବିରୋଧୀ ସାଂସଦ କଣ କରନ୍ତି ସାରା ଦେଶ ଦେଖିଛି ବୋଲି ଶାହ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।