ପୌର ନିର୍ବାଚନରେ ପ୍ରଚାର କଲେ ଅମିତ ଶାହ, ମେୟର ଆସନ ଉପରେ ବିଜେପିର ନଜର

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନର ପୌର ନିର୍ବାଚନ ପାଇଁ ଡିସେମ୍ୱର ୧ରେ ଭୋଟ୍ ପଡ଼ିବ। ଆଜି ପ୍ରଚାରର ଅନ୍ତିମ ଦିନ। ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଅନ୍ତିମ ଦିନରେ ପ୍ରଚାର କରିଛନ୍ତି। ନିର୍ବାଚନ ପାଇଁ ଶାହା ଏଠାକୁ ଆସିଛନ୍ତି। ମୋଟ୍ ୧୫୦ଟି ଆସନରେ ମଙ୍ଗଳବାର ଭୋଟ୍ ପଡ଼ିବ। ଆଉ ଚାରି ତାରିଖରେ ଭୋଟ୍ ଗଣତି ହେବ। ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ​​କେସିଆର, ବିଜେପି, କଂଗ୍ରେସ ଏବଂ ଅସାଦୁଦ୍ଦିନ ଓବେସୀଙ୍କ ଦଳ ଏଆଇଏମଆଇଏମ୍ […]

AMIT-SHAH

AMIT-SHAH

Subhransu Sekhar
  • Published: Sunday, 29 November 2020
  • Updated: 29 November 2020, 04:03 PM IST

Sports

Latest News

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନର ପୌର ନିର୍ବାଚନ ପାଇଁ ଡିସେମ୍ୱର ୧ରେ ଭୋଟ୍ ପଡ଼ିବ। ଆଜି ପ୍ରଚାରର ଅନ୍ତିମ ଦିନ। ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଅନ୍ତିମ ଦିନରେ ପ୍ରଚାର କରିଛନ୍ତି। ନିର୍ବାଚନ ପାଇଁ ଶାହା ଏଠାକୁ ଆସିଛନ୍ତି। ମୋଟ୍ ୧୫୦ଟି ଆସନରେ ମଙ୍ଗଳବାର ଭୋଟ୍ ପଡ଼ିବ। ଆଉ ଚାରି ତାରିଖରେ ଭୋଟ୍ ଗଣତି ହେବ। ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ​​କେସିଆର, ବିଜେପି, କଂଗ୍ରେସ ଏବଂ ଅସାଦୁଦ୍ଦିନ ଓବେସୀଙ୍କ ଦଳ ଏଆଇଏମଆଇଏମ୍ ଶକ୍ତି ପ୍ରଦର୍ଶନ କରିଛନ୍ତି।

ବିଜେପି ସଭାପତି ଜେପି ନଡ୍ଡା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରେ ଅମିତ ଶାହା ଆଜି ପ୍ରଚାର କରିଛନ୍ତି। ଶାହା ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ସିକନ୍ଦରାବାଦରେ ରୋଡ୍ ଶୋ କରିଥିଲେ।

ଶାହ କହିଛନ୍ତି, ହାଇଦ୍ରାବାଦ ଭିତରେ ସାରା ବିଶ୍ୱରେ ଏକ ଆଇଟି ହବ୍ ହେବାର ଅନେକ ସମ୍ଭାବନା ରହିଛି। ଭିତ୍ତିଭୂମି ତିଆରି ହୋଇନଥିବାରୁ ହବ୍ ହୋଇପାରୁନି। ମ୍ୟୁନିସିପାଲିଟି କର୍ପୋରେସନ ହିଁ ସହରର ଭିତ୍ତିଭୂମି ତିଆରି କରିବାର ଦାୟିତ୍ୱରେ ରହିଛି।

ବିଜେପି ନିର୍ବାଚନରେ ବିଜୟ ହେଲେ ସମସ୍ତ ବେଆଇନ ନିର୍ମାଣକୁ ହଟାଇ ଡ୍ରେନେଜ ବ୍ୟବସ୍ଥାକୁ ଠିକ୍ ଭାବରେ ପରିଚାଳନା କରିବ। କେସିଆର ପାଣି ସମସ୍ୟା ନେଇ ଯାହା କରିଛନ୍ତି ତାର ହିସାବ ଦେବା ଦରକର ବୋଲି ଶାହ କହିଛନ୍ତି।

ସେ ଆହୁରି କହିଛନ୍ତି, ରୋଡ୍ ଶୋରେ ବିଜେପି ପ୍ରତି ଲୋକଙ୍କ ଭଲ ପାଇବା ଦେଖିବାକୁ ମିଳିଛି। ଏବେ ବିଜେପି ନିର୍ବାଚନରେ ଆସନ ବଞ୍ଚାଇବା ପାଇଁ ନୁହେଁ ବରଂ ହାଇଦ୍ରାବାଦର ମେୟର ଆସନ ଦଖଲ କରିବ।

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ୧୫୦ ଆସନରୁ ଟିଆରଏସ୍ ୯୯, ଏଆଇଏମଆଇଏମ  ୪୪, ବିଜେପି ୩, କଂଗ୍ରେସ ୨ଟି ଆସନରେ ଜିତିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos