ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଉପବାସରେ ବସିଲେ ଆନ୍ନା ହାଜାରେ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଦିନିକିଆ ଉପବାସରେ ସମାଜସେବୀ ତଥା ଗାନ୍ଧୀବାଦୀ ନେତା ଆନ୍ନା ହାଜାରେ। ମଙ୍ଗଳବାର ଦିନ ସେ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ଏହି ଆନ୍ଦୋଳନ ସମଗ୍ର ଦେଶରେ ବ୍ୟାପିବା ଉଚିତ। ଏମିତି ହେଲେ ସରକାର ଚାଷୀଙ୍କ ସ୍ୱାର୍ଥରେ ଆଇନ୍ ତିଆରି କରିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି। ସ୍ୱାମୀନାଥନ କମିଟିର ସୁପାରିଶ କ୍ରମେ ସେଣ୍ଟର ଫର ଆଗ୍ରିକଲଚୁରାଲ କଷ୍ଟ ଆଣ୍ଡ ପ୍ରାଇସେସ (ସିଏସିପି) କାର୍ଯ୍ୟକାରୀ କରିବାର ଆବଶ୍ୟକତା […]

ANNA-HAZARE

ANNA-HAZARE

Subhransu Sekhar
  • Published: Tuesday, 08 December 2020
  • Updated: 08 December 2020, 12:51 PM IST

Sports

Latest News

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଦିନିକିଆ ଉପବାସରେ ସମାଜସେବୀ ତଥା ଗାନ୍ଧୀବାଦୀ ନେତା ଆନ୍ନା ହାଜାରେ। ମଙ୍ଗଳବାର ଦିନ ସେ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ଏହି ଆନ୍ଦୋଳନ ସମଗ୍ର ଦେଶରେ ବ୍ୟାପିବା ଉଚିତ। ଏମିତି ହେଲେ ସରକାର ଚାଷୀଙ୍କ ସ୍ୱାର୍ଥରେ ଆଇନ୍ ତିଆରି କରିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି।

ସ୍ୱାମୀନାଥନ କମିଟିର ସୁପାରିଶ କ୍ରମେ ସେଣ୍ଟର ଫର ଆଗ୍ରିକଲଚୁରାଲ କଷ୍ଟ ଆଣ୍ଡ ପ୍ରାଇସେସ (ସିଏସିପି) କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ଆନ୍ନା କହିଛନ୍ତି। ପୂର୍ବରୁ ସରକାର ଏହି ଦାବି ପୂରଣ କରିବେ ବୋଲି କହିଥିଲେ। ହେଲେ ଏଯାଏ ନିଜ ପ୍ରତିଶ୍ରୁତି ପାଳନ କରୁନାହାନ୍ତି ବୋଲି ଆନ୍ନା କହିଛନ୍ତି।

ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ କାର୍ଯ୍ୟକୁ ମଧ୍ୟ ଆନ୍ନା ହାଜାରେ ପ୍ରଶଂସା କରିଛନ୍ତି। ଗତ ଦଶ ଦିନ ମଧ୍ୟରେ କୌଣସି ହିଂସା ହୋଇନାହିଁ। ସେଥିପାଇଁ ସେ ଚାଷୀଙ୍କୁ ପ୍ରଶଂସା କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେବାକୁ ସେ ଆହ୍ୱାନ କରିଛନ୍ତି।

ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ରାଲେଗାଓଁ ସିଦ୍ଧ ଗ୍ରାମରେ ଉପବାସ କରିଛନ୍ତି ଆନ୍ନା ହାଜାରେ। ସେ କହିଛନ୍ତି ଚାଷୀ ରାସ୍ତାରେ ବସିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଏହା ହେଉଛି ପ୍ରକୃଷ୍ଠ ସମୟ। ପୂର୍ବରୁ ମଧ୍ୟ ଏହି କାରଣକୁ ସମର୍ଥନ କରିଥିଲି ଏବଂ ଆଗକୁ ମଧ୍ୟ ଜାରି ରଖିବେ ବୋଲି ସେ ତାଙ୍କ ବାର୍ତ୍ତାରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos