ଆରମ୍ଭ ହେଲା ପୁଲୱାମା ପ୍ରତିଶୋଧ; ମଲେ ଦୁଇ ମାଷ୍ଟରମାଇଣ୍ଡ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମାରେ ଗତ ଗୁରୁବାର ହୋଇଥିବା ଆତଙ୍କବାଦୀ ହମ୍‌ଲା ପରେ ରବିବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ଫିଙ୍ଗଲନରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳିବିନିମୟରେ ଜଣେ ମେଜରଙ୍କ ସମେତ ଚାରି ଜଣ ସହିଦ ହୋଇଛନ୍ତି। ତେବେ ଯବାନଙ୍କ ପ୍ରତିଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀ ବି ନିହତ ହୋଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଏ ଦୁଇ ଜଣ ହେଉଛନ୍ତି ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଦୁଇ ଜଣ ପ୍ରମୁଖ କମାଣ୍ଡର। ସେମାନଙ୍କ ମଧ୍ୟରେ ଜୈଶ ମୁଖ୍ୟ ମାସୁଦ […]

gaji

gaji

Jitendra Garnayak
  • Published: Monday, 18 February 2019
  • Updated: 18 February 2019, 03:31 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମାରେ ଗତ ଗୁରୁବାର ହୋଇଥିବା ଆତଙ୍କବାଦୀ ହମ୍‌ଲା ପରେ ରବିବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ଫିଙ୍ଗଲନରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳିବିନିମୟରେ ଜଣେ ମେଜରଙ୍କ ସମେତ ଚାରି ଜଣ ସହିଦ ହୋଇଛନ୍ତି। ତେବେ ଯବାନଙ୍କ ପ୍ରତିଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀ ବି ନିହତ ହୋଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଏ ଦୁଇ ଜଣ ହେଉଛନ୍ତି ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଦୁଇ ଜଣ ପ୍ରମୁଖ କମାଣ୍ଡର। ସେମାନଙ୍କ ମଧ୍ୟରେ ଜୈଶ ମୁଖ୍ୟ ମାସୁଦ ଅଝାରଙ୍କ ବିଶ୍ଵସ୍ତ ସହଯୋଗୀ ତଥା କମାଣ୍ଡର କାମ୍‌ରାନ୍‌ ଓରଫ ଗାଜୀ ରଶିଦ। ଏହି ଦୁଇ ଜଣ ହିଁ ଥିଲେ ପୁଲୱାମାରେ ସିଆର୍‌ପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ। ବିଶେଷ କରି ଗାଜୀକୁ ଭାରତୀୟ ସେନା ଖୋଜୁଥିଲା। କାରଣ ତା'ରି ନେତୃତ୍ୱରେ ହିଁ ପୁଲୱାମା ଆକ୍ରମଣ ହୋଇଥିଲା।

ଏହି ଦୁଇ ଆତଙ୍କବାଦୀ ପୁଲୱାମା ନିକଟସ୍ଥ ପିଙ୍ଗଲିନରେ ଏକ ଘରେ ଲୁଚି ରହିଥିଲେ। ସେଠାରେ ବହୁ ସମୟ ଧରି ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟ ପରେ ସେନା ପକ୍ଷରୁ ଆତଙ୍କବାଦୀମାନେ ଲୁଚି ରହିଥିବା ଘରକୁ ବିସ୍ଫୋରଣ କରି ଉଡ଼ାଇ ଦିଆଯାଇଥିଲା।

ପିଙ୍ଗଲନ ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ପାଇବା ପରେ ଗତକାଲି ରାତି ପ୍ରାୟ ୧୨ଟା ବେଳେ ସେନା, ସ୍ଥାନୀୟ ପୁଲିସ୍ ଓ ସିଆର୍‌ପିଏଫ୍ ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅପରେସନ୍ ବେଳେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୪ ଜଣ ଯବାନ ସହିଦ ହୋଇଛନ୍ତି।

ସହିଦ ହୋଇଥିବା ଯବାନମାନେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର। ସହିଦ ହୋଇଥିବା ମେଜରଙ୍କ ନାଁ ଡି.ଏସ୍ ଡୌଣ୍ଡିଆଲ୍‌। ଅନ୍ୟମାନେ ହେଲେ ହେଡ୍‌ କନଷ୍ଟେବଳ ସେବା ରାମ୍, ଅଜୟ କୁମାର ଓ ହରି ସିଂ।

ଆଉ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ଗୁଲଜାର ମହମ୍ମଦ। ତାଙ୍କୁ ଶ୍ରୀନଗରରେ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗତ ଗୁରୁବାର ଜମ୍ମୁ-ଶ୍ରୀନଗର ରାଜପଥରେ ଆତ୍ମଘାତୀ ଆତଙ୍କବାଦୀ ହମ୍‌ଲା ହୋଇଥିଲା। ଏଥିରେ ସିଆର୍‌ପିଏଫ୍ ଯବାନଙ୍କୁ ନେଇ ଯାଉଥିବା ବସ୍‌କୁ ଟାର୍ଗେଟ୍ କରାଯାଇଥିଲା। ଏଥିରେ ୪୦ ଜଣ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ନିଜକୁ ଦାୟୀ କରିଥିଲା। ଅପରପକ୍ଷରେ ଏ ଘଟଣା ପରେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ପୋଷଣ କରିଛି ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story