କିମ୍ ଜଙ୍ଗ୍ ଉନ୍ ଓ ଅମିତାଭ ବଚ୍ଚନଙ୍କୁ ପଛରେ ପକାଇଲେ ଅର୍ଣ୍ଣବ ଗୋସ୍ୱାମୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ହୋଇ ଆସୁଛି। ଏହାରି ଭିତରେ ଗୁଗୁଲ, ୟାହୁ ଭଳି ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍ ବିଭିନ୍ନ ରିପୋର୍ଟ ପ୍ରକାଶ କରୁଛନ୍ତି। ବୁଧବାର ଗୁଗୁଲ ଜାରି କରିଛି ଗୁଗୁଲରେ କାହାକୁ ଅଧିକ ଖୋଜିଛନ୍ତି ଲୋକମାନେ। ଯେଉଁଥିରୁ ରିପବ୍ଲିକ୍ ଟିଭିର ସମ୍ପାଦକ ତଥା ଲୋକପ୍ରିୟ ନ୍ୟୁଜ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀ ଭାରତରେ ସବୁଠାରୁ ଆଗରେ ରହିଛନ୍ତି। ତେବେ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛନ୍ତି ଆମେରିକାର ଆଗାମୀ ରାଷ୍ଟ୍ରପତି ଜୋ ବିଡେନ୍। ନିକଟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ […]

google most search

google most search

Subhransu Sekhar
  • Published: Wednesday, 09 December 2020
  • Updated: 09 December 2020, 09:43 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ହୋଇ ଆସୁଛି। ଏହାରି ଭିତରେ ଗୁଗୁଲ, ୟାହୁ ଭଳି ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍ ବିଭିନ୍ନ ରିପୋର୍ଟ ପ୍ରକାଶ କରୁଛନ୍ତି। ବୁଧବାର ଗୁଗୁଲ ଜାରି କରିଛି ଗୁଗୁଲରେ କାହାକୁ ଅଧିକ ଖୋଜିଛନ୍ତି ଲୋକମାନେ। ଯେଉଁଥିରୁ ରିପବ୍ଲିକ୍ ଟିଭିର ସମ୍ପାଦକ ତଥା ଲୋକପ୍ରିୟ ନ୍ୟୁଜ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀ ଭାରତରେ ସବୁଠାରୁ ଆଗରେ ରହିଛନ୍ତି।

ତେବେ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛନ୍ତି ଆମେରିକାର ଆଗାମୀ ରାଷ୍ଟ୍ରପତି ଜୋ ବିଡେନ୍। ନିକଟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ହେଲେ ଚଳିତ ବର୍ଷ ମାର୍ଚ୍ଚ ପାଖରୁ ଆରମ୍ଭ ହୋଇଥିବା ଏହି ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର ଥିଲା। ଗୁଗୁଲରେ ବିଡେନ ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ବ୍ୟକ୍ତି ରହିଛନ୍ତି।

ସେହିପରି ଦ୍ୱିତୀୟରେ ଅର୍ଣ୍ଣବ ଗୋସ୍ୱାମୀ ରହିଛନ୍ତି। ତୃତୀୟରେ ବଲିଉଡ ଅଭିନେତ୍ରୀ କନିକା କପୁର, ଚତୁର୍ଥରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ଥିବା ବେଳେ ପଞ୍ଚମରେ ରହିଛନ୍ତି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ।

ଗୁଗୁଲ ରିପୋର୍ଟ ଅନୁଯାୟୀ ନଭେମ୍ୱର ଚାରିରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମହାରାଷ୍ଟ୍ର ପୁଲିସ ବେଆଇନ୍ ଭାବରେ ସକାଳୁ ସକାଳୁ ଗିରଫ କରିଥିଲା। ଏହାପରେ ତାଙ୍କୁ ତଲୋଜା ଜେଲରେ ରଖିଥିଲା ମୁମ୍ୱାଇ ପୁଲିସ। ଯାହାକି ଗ୍ଲୋବାଲ୍ ଟ୍ରେଣ୍ଡ ପାଲଟିଥିଲା। ଆଉ ସୁପ୍ରିମକୋର୍ଟ ମଧ୍ୟ ମହାରାଷ୍ଟ୍ର ସରକାରର ଏଭଳି ପଦକ୍ଷେପକୁ ନେଇ ବର୍ଷିଥିଲେ। ‘ଅର୍ଣ୍ଣବ ଗୋସ୍ୱାମୀ’, ‘ଅର୍ଣ୍ଣବ ଗୋସ୍ୱାମୀ ଆରେଷ୍ଟେଡ୍’ ‘ଅର୍ଣ୍ଣବ ଗୋସ୍ୱାମୀ ବେଲ୍’, ‘ହ୍ୱାଏ ଅର୍ଣ୍ଣବ ଗୋସ୍ୱାମୀ ଆରେଷ୍ଟେଡ୍’ ଭଳି ଶବ୍ଦ ବ୍ୟବହାର କରି ଲୋକମାନେ ଗୁଗୁଲରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସର୍ଚ୍ଚ କରିଥିଲେ ବୋଲି ଗୁଗୁଲ୍ କହିଛି।

ଗୋଆ, ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ୍ ନିକୋବର ଦ୍ୱୀପପୁଞ୍ଜ, ଡାମନ ଡିଓ, ଆସାମ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଅଧିକାଂଶ ଲୋକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସର୍ଚ୍ଚ କରିଥିବା ଜଣାପଡ଼ିଛି।

ଏହାପରେ କନିକା କପରୁ ଗୋଟିଏ ବଡ଼ ଭୋଜିରେ ଯୋଗ ଦେବା ପରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଉ ଏହାପରେ ସେ ଇଣ୍ଟରନେଟରେ ଚହଳ ପକାଇଥିଲେ। କରୋନା ମାର୍ଚ୍ଚରେ ଭାରତ ଛୁଇଁବା ବେଳେ କନିକା କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ସେ ଆରୋଗ୍ୟ ହୋଇଛନ୍ତି।

ସେହିପରି କିମ୍ ଜଙ୍ଗ୍ ଉନ୍ ତାଙ୍କର ମୃତ୍ୟୁ ଖବରକୁ ନେଇ ଅଧିକ ଲୋକ ଗୁଗୁଲରେ ସର୍ଚ୍ଚ କରିଥିଲେ। ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହେବା ପରେ ଅଧିକ ଲୋକ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଗୁଗୁଲରେ ସର୍ଚ୍ଚ କରିଥିଲେ।

ଏହାପରେ ଷଷ୍ଠରେ ରସିଦ ଖାନ୍, ସପ୍ତମରେ ରିଆ ଚକ୍ରବର୍ତ୍ତୀ, ଅଷ୍ଟମରେ ଆମେରିକାର ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍, ନବମରେ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲଖେଣ୍ଡଓ୍ୱାଲା ଏବଂ ଦଶମରେ କଙ୍ଗନା ରଣାଓ୍ୱତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos