କେଜ୍ରିଙ୍କ ମନ୍ତ୍ରିମଣ୍ଡଳରେ ପୁରୁଣା ମୁହଁ!

ନୂଆଦିଲ୍ଲୀ: ଆସନ୍ତା ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ତୃତୀୟ ଥର ପାଇଁ ଶପଥ ନେବେ ଅରବିନ୍ଦ କେଜ୍ରିଓ୍ୱାଲ୍। ଦିଲ୍ଲୀର ରାମଲୀଳା ମୈଦାନରେ ଏହି ଶପଥ ଗ୍ରହଣ ସମାରୋହ ହେବ। ବୁଧବାର ଉପରାଜ୍ୟପାଳଙ୍କୁ ଭେଟିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏବେ କିଏ ମନ୍ତ୍ରୀ ହେବେ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉପରାଜ୍ୟପାଳଙ୍କ ନିକଟକୁ ମନ୍ତ୍ରୀଙ୍କ ତାଲିକା ପଠାଯାଇଥିବା ଜଣାପଡ଼ିଛି। Sources: All Delhi ministers to again take oath as ministers in the […]

KEJRIWAL NEW

KEJRIWAL NEW

Subhransu Sekhar
  • Published: Wednesday, 12 February 2020
  • Updated: 12 February 2020, 07:08 PM IST

ନୂଆଦିଲ୍ଲୀ: ଆସନ୍ତା ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ତୃତୀୟ ଥର ପାଇଁ ଶପଥ ନେବେ ଅରବିନ୍ଦ କେଜ୍ରିଓ୍ୱାଲ୍। ଦିଲ୍ଲୀର ରାମଲୀଳା ମୈଦାନରେ ଏହି ଶପଥ ଗ୍ରହଣ ସମାରୋହ ହେବ। ବୁଧବାର ଉପରାଜ୍ୟପାଳଙ୍କୁ ଭେଟିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏବେ କିଏ ମନ୍ତ୍ରୀ ହେବେ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉପରାଜ୍ୟପାଳଙ୍କ ନିକଟକୁ ମନ୍ତ୍ରୀଙ୍କ ତାଲିକା ପଠାଯାଇଥିବା ଜଣାପଡ଼ିଛି।

କେଜ୍ରିଓ୍ୱାଲଙ୍କ ସାଙ୍ଗ ତଥା ସହଯୋଗୀ ମନୀଷ ସିସୋଦିଆ ପୁଣିଥରେ ଉପମୁଖ୍ୟମନ୍ତ୍ରୀ ହେବେ କି ବୋଲି ଗଣମାଧ୍ୟମ ପ୍ରତିନିଧି କେଜ୍ରିଓ୍ୱାଲଙ୍କୁ ପ୍ରଶ୍ନ କରିଥିଲେ। ହେଲେ ଏ ବାବଦରେ କୌଣସି ଉତ୍ତର ନଦେଇ ନିରବ ରହିଥିଲେ ଅରବିନ୍ଦ କେଜ୍ରିଓ୍ୱାଲ୍। ଏହାରି ଭିତରେ କେଜ୍ରିଓ୍ୱାଲଙ୍କ ମନ୍ତ୍ରୀ ତାଲିକାରେ ଆତୀଶୀ ଏବଂ ରାଘବ ଚଢ଼ା ଭଳି ନୂଆ ଚେହେରା ସାମିଲ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ହେଲେ କେଜ୍ରିଓ୍ୱାଲ ପୁଣିଥରେ ପୂର୍ବସରକାରର ମନ୍ତ୍ରୀମାନଙ୍କୁ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସାମିଲ୍ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ସୂଚନା ରହିଛି। କେଜ୍ରିଓ୍ୱାଲ, ସିସୋଦିଆ ଦୁଇଟି ବଡ଼ ପଦବୀରେ ରହିବା ଏକ ପ୍ରକାର ଥୟ। କ୍ୟାବିନେଟର କୋର ସଦସ୍ୟ ଭାବେ ଗୋପାଲ ରାୟ ଏବଂ ସତ୍ୟେନ୍ଦ୍ର ଜୈନ ରହିବେ ବୋଲି ସୂଚନା ରହିଛି। ହେଲେ ଏମାନଙ୍କ ମଧ୍ୟରେ ବିଭାଗ ଅଦଳବଦଳ ହୋଇପାରେ।

ଦିଲ୍ଲୀ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ। ବିଧାୟକ ସଂଖ୍ୟା ଦୃଷ୍ଟିକୋଣରୁ ମୋଟ୍ ୭ ଜଣ ମନ୍ତ୍ରୀ ରହିବାର ନିୟମ ରହିଛି। ତେଣୁ ନୂଆ ଚେହେରାଙ୍କୁ ଏବେ ସୁଯୋଗ ନଦେଇ ସେହି ପୁରୁଣା ଟିମକୁ ନେଇ ନୂଆ ସରକାର ଚଳାଇବା ପାଇଁ କେଜ୍ରିଓ୍ୱାଲ ନିଷ୍ପତ୍ତି ନେଇଥିବା ସୂଚନା ରହିଛି।

କେଜ୍ରିଓ୍ୱାଲଙ୍କ ଗତ ସରକାରରେ ସିସୋଦିଆ ଶିକ୍ଷା ସହିତ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ। ଏବେ ପତପରଗଞ୍ଜ ଆସନରୁ ପୁଣି ଥରେ ନିର୍ବାଚିତ ହୋଇଛନ୍ତି ସିସୋଦିଆ।

ସେହିପରି ସ୍ୱାସ୍ଥ୍ୟ ଏବଂ ଗୃହ ମନ୍ତ୍ରଣାଳୟ ବିଭାଗ ସତ୍ୟେନ୍ଦ୍ର ଜୈନଙ୍କ ପାଖରେ ଥିଲା। ସେ ଶକୁର ବସ୍ତି ବିଧାନସଭାରୁ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ଗୋପାଲ ରାୟ ଶ୍ରମ ଏବଂ ବିକାଶ ମନ୍ତ୍ରୀ ଥିଲେ। ବବରପୁର ଆସନରୁ ସେ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ଅନ୍ୟାନ୍ୟ ତିନି ମନ୍ତ୍ରୀ ହେଲେ ଏସସି/ଏସଟି ମନ୍ତ୍ରୀ ରାଜେନ୍ଦ୍ର ପଲ ଗୌତମ (ସୀମାପୁରୀ ଆସନରୁ ନିର୍ବାଚିତ), ଆଇନ ଏବଂ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ (ନଜଫଗଡ ଆସନରୁ ନିର୍ବାଚିତ), ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଇମ୍ରାନ୍ ହୁସେନ (ବଲ୍ଲିମରନ ଆସନରୁ ନିର୍ବାଚିତ)।

କେଜ୍ରିଓ୍ୱାଲଙ୍କୁ ମିଶାଇ ଏହି ୭ ଜଣ ମନ୍ତ୍ରୀ ଫେବୃଆରୀ ୧୬ରେ ଶପଥ ନେଇପାରନ୍ତି। ଏହି ଶପଥ ସମାରୋହରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସାମିଲ୍ ହୋଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story