ଦିଦିଙ୍କ ଗଡ଼ରେ ଏଣ୍ଟ୍ରି କରିବେ ଓଓ୍ୱେସୀ, ପ୍ରସ୍ତୁତ କଲେ ମାଷ୍ଟର ପ୍ଲାନ୍
କୋଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ବିଜେପି-ଟିଏମସି ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଏବେ ଅସଦୁଦ୍ଦିନ ଓଓ୍ୱେସୀଙ୍କ ଦଳ ଏଆଇଏମଆଇଏମ୍ ମଧ୍ୟ ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି।
ଟିଏମସି ଯେଉଁ ମୁସଲିମ କାର୍ଡ ଖେଳି ରାଜନୀତି କରୁଥିଲେ ସେଥିରେ ଏବେ ଭାଗ ବସାଇବେ ଓଓ୍ୱେସୀ। ସେଥିପାଇଁ ଦଳୀୟ କର୍ମୀଙ୍କ ସହ ମିଶି ଏକ ମାଷ୍ଟର ପ୍ଲାନ୍ ତିଆରି କରିଛନ୍ତି। ଖାଲି ଦିଦିଙ୍କ ଟିଏମସି ନୁହଁ, ବିଜେପିକୁ ମଧ୍ୟ ଘେରି ମିଶନ ୨୦୦କୁ ଚେକ୍ ଦେବା ପାଇଁ ଓଓ୍ୱେସୀ ଆଣ୍ଡ କୋ ଏବେ ପ୍ରସ୍ତୁତ।
Held a very fruitful meeting today with @aimim_national West Bengal party functionaries. I've taken their detailed views with regards to upcoming polls & the political situation in the state. Thankful to all of them for participating in the meeting pic.twitter.com/Lf5t64Mkyw
— Asaduddin Owaisi (@asadowaisi) December 12, 2020
ଶନିବାର ଅସଦୁଦ୍ଦିନ ଓଓ୍ୱେସୀ ଟୁଇଟ୍ କରି କହିଛନ୍ତି ଯେ ପଶ୍ଚିମବଙ୍ଗର ଦଳୀୟ କର୍ମୀଙ୍କ ସହ ଏଆଇଏମଆଇଏମ ଏକ ବୈଠକ କରିଛି। ଆଗାମୀ ନିର୍ବାଚନ ନେଇ ବିସ୍ତୃତ ଭାବରେ ଆଲୋଚନା ହୋଇଛି।
ସୂଚନାଯୋଗ୍ୟ, ବିହାର ନିର୍ବାଚନର ଫଳାଫଳ ଆସିବା ପରେ ଓଓ୍ୱେସୀ ଘୋଷଣା କରିଥିଲେ ଆଗାମୀ ଟାର୍ଗେଟ୍ ପଶ୍ଚିମବଙ୍ଗ। ପଶ୍ଚିମବଙ୍ଗରେ ମୁସଲମାନ ଭୋଟରଙ୍କ ସଂଖ୍ୟା ପ୍ରାୟ ୨୭ ପ୍ରତିଶତ ରହିଛି।
ପଶ୍ଚିମବଙ୍ଗରେ ତିନୋଟି ଜିଲ୍ଲା ଅଛି ଯେଉଁଠାରେ ମୁସଲମାନ ଭୋଟରଙ୍କ ସଂଖ୍ୟା 50 ପ୍ରତିଶତରୁ ଅଧିକ ହୋଇଥିବାବେଳେ ଅନେକ ଜିଲ୍ଲାରେ ୨୫ ପ୍ରତିଶତରୁ ଅଧିକ ଅଂଶ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।