ଆସନ୍ତା ସପ୍ତାହରେ ମଇଦାନକୁ ଓହ୍ଲେଇବେ ଆନ୍ନା ଟିମ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦୁଇ ଥର ହୋଇଥିବା ଜମି ଅଧିଗ୍ରହଣ ବିଲ-୨୦୧୫ର ତୃତୀୟ ସଂଶୋଧନ ପାଇଁ ନବ ଗଠିତ ମିଳିତ ସାମ୍ବିଧାନିକ କମିଟିକୁ (ଜେପିଏସ) ଆନ୍ନା ଟିମ୍ ପକ୍ଷରୁ ଦାବିପତ୍ର ପଠାଯାଇଛି । ଏହି ବିଲରେ ବ୍ୟାପକ ଅବ୍ୟବସ୍ଥା ରହିଛି ଯାହାକୁ ସଂଶୋଧନ କରିବା ଦାବିରେ ଆସନ୍ତା ସପ୍ତାହରେ ମଇଦାନକୁ ଓହ୍ଲେଇବା‍କୁ ପ୍ରସ୍ତୁତ ହେଉଛି ଟିମ୍ ଆନ୍ନା । ଏଥିରେ ଆନ୍ନା ଟିମକୁ ନର୍ମଦା ବଚାଓ ଅନୁଷ୍ଠାନ ପ୍ରତିଷ୍ଠାତା ମେଧା ପାଟ୍ଟକର ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ […]

anna

anna

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 09:49 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦୁଇ ଥର ହୋଇଥିବା ଜମି ଅଧିଗ୍ରହଣ ବିଲ-୨୦୧୫ର ତୃତୀୟ ସଂଶୋଧନ ପାଇଁ ନବ ଗଠିତ ମିଳିତ ସାମ୍ବିଧାନିକ କମିଟିକୁ (ଜେପିଏସ) ଆନ୍ନା ଟିମ୍ ପକ୍ଷରୁ ଦାବିପତ୍ର ପଠାଯାଇଛି । ଏହି ବିଲରେ ବ୍ୟାପକ ଅବ୍ୟବସ୍ଥା ରହିଛି ଯାହାକୁ ସଂଶୋଧନ କରିବା ଦାବିରେ ଆସନ୍ତା ସପ୍ତାହରେ ମଇଦାନକୁ ଓହ୍ଲେଇବା‍କୁ ପ୍ରସ୍ତୁତ ହେଉଛି ଟିମ୍ ଆନ୍ନା । ଏଥିରେ ଆନ୍ନା ଟିମକୁ ନର୍ମଦା ବଚାଓ ଅନୁଷ୍ଠାନ ପ୍ରତିଷ୍ଠାତା ମେଧା ପାଟ୍ଟକର ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ସହ ଅନୁବନ୍ଧିତ ଥିବା ଭାରତୀୟ କିଶାନ ସଂଘ (ବିକେଏସ) ପରି ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ହେବେ ବୋଲି ଜଣାପଡିଛି । ଦ୍ୱିତୀୟଥର ସଂଶୋଧିତ ହୋଇଥିବା ଜମି ଅଧିଗ୍ରହଣ ବିଲ-୨୦୧୫ର ନବଗଠିତ ମଳିତ ସାମ୍ବିଧାନିକ କମିଟି ଏହାର ତନ ତନ କରି ଯାଞ୍ଚ କରିବ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏହି କମିଟି ଦେଶରୁ ୫୦୦ରୁ ଅଧିକ ପ୍ରତିନିଧିଙ୍କ ଲିଖିତ ଦାବି ଗ୍ରହଣ କରି ସାରିଛି। ଏହି ପ୍ରକ୍ରିୟା ଆସନ୍ତା ଜୁନ ୧୪ ତାରିଖ ଯାଏଁ ଚାଲିବ।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଆରମ୍ଭରେ ସାମାଜିକ ଓ ଗାନ୍ଧିବାଦୀ କର୍ମୀ ଆନ୍ନା ହଜାରେ ସତ୍ୟାଗ୍ରହ ପଦଯାତ୍ରା କରି ଏହି ବିଲକୁ ବିରୋଧ କରିଥିଲେ। ଆନ୍ନା କହିଛନ୍ତି ଯେ, ଏହି ବିଲରେ ବ୍ୟାପକ ସଂଶୋଧନ ହେବାର ଆବଶ୍ୟକତା ରହିଛି । ସରକାରଙ୍କ ଦ୍ୱାରା ଆଗତ ଏହି ବିଲ ଚାଷୀ ବିରୋଧୀ ବୋଲି ସେ ଦର୍ଶଇଥିଲେ । ଏହି ବିଲ ଚାଷୀ ବିରୋଧୀ ଏହାକୁ ସଂଶୋଧନ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବା ଦରକାର ବୋଲି ସେ କହିଛନ୍ତି ।  ଅନ୍ୟପକ୍ଷରେ ମଙ୍ଗଳବାରରେ ମିଳିତ ସାମ୍ବିଧାନିକ କମିଟି ଏହି ବିଲକୁ ବିରୋଧ କରୁଥିବା ବହୁ ଦଳ ଓ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ହରିୟାଣା ଓ ଉତ୍ତରପ୍ରଦେଶରୁ ଆସିଥିବା ଏକ କୃଷକ ପ୍ରତିନଧି ଦଳ ଏହି ବିଲକୁ ବିରୋଧ କରିଥିଲେ। ସେମାନେ କହିଥିଲେ ଯେ, କେନ୍ଦ୍ର ସରକାର ଏହି ବିଲ ମାଧ୍ୟମରେ ଗରିବ କୃଷକଙ୍କ ଠାରୁ ଜମି ନେଇ ପୁଞ୍ଜିପତିଙ୍କୁ ଦେବାକୁ ମନସ୍ଥ କରିଛି । ତେଣୁ ଏହି ବିଲକୁ କୌଣସି ମତେ କରାଇ ଦିଆଯିବ ନାହିଁ ‍ବୋଲି ଏହି କୃଷକମାନେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story