Advertisment

ଡ୍ରାଗନକୁ ଘେରିବା ପାଇଁ ଭାରତ-ଅଷ୍ଟ୍ରେଲିଆର ମେଗା ପ୍ଲାନ୍

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଆଜି ଭିଡିଓ କନଫରେନସିଂ ଜରିଆରେ ବୈଠକ କରିଛନ୍ତି। ଏହି ଦୁଇ ପାକ୍ଷିକ ବୈଠକ ଜରିଆରେ ଚୀନକୁ ପରୋକ୍ଷରେ କଡ଼ା ସନ୍ଦେଶ ଦେଇଛନ୍ତି ଏହି ଦୁଇ ଦେଶ। ହୀନ୍ଦ ମହାସାଗରରେ ଚୀନ୍ ନିଜର ସ୍ଥିତି ଜାହିର କରିବାରେ ଲାଗିଛି। ଏହାକୁ ରୋକିବା ପାଇଁ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପର ମଧ୍ୟରେ ଏହି ବୈଠକ ଜରିଆରେ ଚୁକ୍ତି କରିଛନ୍ତି। ଏହି ବୈଠକ ଦ୍ୱାରା ଉଭୟ ଦେଶ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଡ୍ରାଗନକୁ ଘେରିବା ପାଇଁ ଭାରତ-ଅଷ୍ଟ୍ରେଲିଆର ମେଗା ପ୍ଲାନ୍

aus india pm

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଆଜି ଭିଡିଓ କନଫରେନସିଂ ଜରିଆରେ ବୈଠକ କରିଛନ୍ତି। ଏହି ଦୁଇ ପାକ୍ଷିକ ବୈଠକ ଜରିଆରେ ଚୀନକୁ ପରୋକ୍ଷରେ କଡ଼ା ସନ୍ଦେଶ ଦେଇଛନ୍ତି ଏହି ଦୁଇ ଦେଶ। ହୀନ୍ଦ ମହାସାଗରରେ ଚୀନ୍ ନିଜର ସ୍ଥିତି ଜାହିର କରିବାରେ ଲାଗିଛି। ଏହାକୁ ରୋକିବା ପାଇଁ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପର ମଧ୍ୟରେ ଏହି ବୈଠକ ଜରିଆରେ ଚୁକ୍ତି କରିଛନ୍ତି। ଏହି ବୈଠକ ଦ୍ୱାରା ଉଭୟ ଦେଶ ସମୁଦ୍ର ଭିତରେ ଥିବା ପରସ୍ପରର କ୍ୟାମ୍ପ ବ୍ୟବହାର କରିପାରିବେ।

Advertisment

ଏହି ଚୁକ୍ତି ପରେ ଭାରତ ଏବଂ ଅଷ୍ଟ୍ରେଲିଆର ବୁଡ଼ା ଜାହାଜ ଏବଂ ଫାଇଟର ଜେଟ୍ ପରସ୍ପରର ବ୍ୟବହାର ମଧ୍ୟ କରିପାରିବେ। ଏମିତିକି ଆବଶ୍ୟକ ପଡ଼ିଲେ ତେଲ ମଧ୍ୟ ବ୍ୟବହାର କରିପାରିବେ। ଦୁଇ ଦେଶ ଏକ ହେବା ପରେ ଚୀନ ହୀନ୍ଦ  ମହାସାଗରରେ ଯେଉଁଭଳି ଭାବରେ ନିଜର ସ୍ଥିତି ଜାହିର କରୁଛି ସେଥିରେ ରୋକ୍ ଲାଗିବ ବୋଲି ଆଶା କରାଯାଉଛି। ପୂର୍ବରୁ ଭାରତ ଆମେରିକା ସହିତ ମଧ୍ୟ ଏଭଳି ଏକ ଚୁକ୍ତି କରିଛି।

ଅଷ୍ଟ୍ରେଲିଆ ପାଖରୁ ଅନେକ ଜିନିଷ ଚୀନ୍ ଆମଦାନୀ କରିଥାଏ। ହେଲେ କରୋନା ମହାମାରୀ ଯୋଗୁଁ ଅଷ୍ଟ୍ରେଲିଆ ଏବେ ବିଭିନ୍ନ ମଞ୍ଚରେ ଚୀନ ବିରୋଧୀ ଗୋଷ୍ଠୀରେ ସାମିଲ୍ ହୋଇଛି। ଏମିତିକି କରୋନା ତଦନ୍ତ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଖରେ ଆମେରିକା ସହିତ ଅଷ୍ଟ୍ରେଲିଆ ତଦନ୍ତ କରିବାକୁ ଦାବି କରିଛି। ଚୀନ ବିରୋଧରେ ଅଷ୍ଟ୍ରେଲିଆର ଏଭଳି ଆକ୍ରମଣାତ୍ମକ ରଣନୀତି ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ାଇ ଦେଇଛି। ଚୀନ୍ ଅଷ୍ଟ୍ରେଲିଆକୁ ସମାଲୋଚନା କରିବାକୁ ଯାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୈଠକରେ ଅଷ୍ଟ୍ରେଲିଆକୁ ଆମେରିକାର ପୋଷା କୁକୁର ବୋଲି କହିଥିଲା।

Advertisment

ଆଜିର ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ସମ୍ପର୍କ ଖାଲି ଦୁଇ ଦେଶ ପାଇଁ ନୁହେଁ, ଇଣ୍ଡୋ ପାସିଫିକ୍ କ୍ଷେତ୍ର ଏବଂ ବିଶ୍ୱ ପାଇଁ ଆବଶ୍ୟକ। ଅଷ୍ଟ୍ରେଲିଆ ସହିତ ସମ୍ପର୍କ ବଢ଼ାଇବା ପାଇଁ ଏହା ଉପଯୁକ୍ତ ସମୟ ବୋଲି ପିଏମ୍ ମୋଦି କହିଛନ୍ତି।

ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଅଷ୍ଟ୍ରେଲିଆର ପଡ଼ୋଶୀ ପପୁଆ ନ୍ୟୁ ଗିନି ଏବଂ ସୋଲେମନ ଦ୍ୱୀପ ଆର୍ଥିକ ସ୍ଥିତି ଖରାପ ହୋଇଛି। ଏହାର ଫାଇଦା ନେବା ନେଇ ଚୀନ୍ ଏହି ଦୁଇ ଦେଶକୁ ଆର୍ଥିକ ସହଯୋଗ କରୁଛି। ଆଉ ଏହାର ପ୍ରତିବଦଳରେ ସୋଲେମନ ଦ୍ୱୀପ ନିକଟରେ ନୌସେନା କ୍ୟାମ୍ପ ତିଆରି କରିବାକୁ ଚୀନ୍ ଯୋଜନା କରିଛି। ଯଦି ନୌସେନା କ୍ୟାମ୍ପ ତିଆରି କରିବାରେ ଚୀନ୍ ସଫଳ ହେବ ତା’ହେଲେ ଅଷ୍ଟ୍ରେଲିଆ ଏବଂ ଆମେରିକା ଉପରେ ନଜର ରଖିବା ସହଜ ହୋଇଯିବ ବୋଲି ବିଶେଷଜ୍ଞ କହିଛନ୍ତି।