ଲକଡାଉନ୍ ୪.୦ରେ ଆରମ୍ଭ ହେବ ଏହି ସବୁ ସେବା !

ନୂଆଦିଲ୍ଲୀ: ରବିବାର ଶେଷ ହେଉଛି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି। ସୋମବାର ପାଖରୁ ଏହି ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଅର୍ଥାତ୍ ୪.୦ ଆରମ୍ଭ ହେବ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବାବଦରେ କହି ସାରିଛନ୍ତି। ହେଲେ ଏହି ପର୍ଯ୍ୟାୟରେ ବିଭିନ୍ନ ସେବା ଖୋଲିବ କିଛି ସର୍ତ୍ତ ସହିତ। ଯାହାକି ତିନୋଟି ପର୍ଯ୍ୟାୟରେ ବନ୍ଦ ଥିଲା। ଯଦିଓ ସରକାର ଲକଡ଼ାଉନ୍ ୪.୦ ବାବଦରେ କିଛି ଘୋଷଣା କରି ନାହାନ୍ତି ହେଲେ ଅଟୋ, ସପିଂ ମଲ୍, ଘରୋଇ ବିମାନ, […]

auto

auto

Subhransu Sekhar
  • Published: Saturday, 16 May 2020
  • Updated: 16 May 2020, 07:14 PM IST

Sports

Latest News

ନୂଆଦିଲ୍ଲୀ: ରବିବାର ଶେଷ ହେଉଛି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି। ସୋମବାର ପାଖରୁ ଏହି ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଅର୍ଥାତ୍ ୪.୦ ଆରମ୍ଭ ହେବ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବାବଦରେ କହି ସାରିଛନ୍ତି। ହେଲେ ଏହି ପର୍ଯ୍ୟାୟରେ ବିଭିନ୍ନ ସେବା ଖୋଲିବ କିଛି ସର୍ତ୍ତ ସହିତ। ଯାହାକି ତିନୋଟି ପର୍ଯ୍ୟାୟରେ ବନ୍ଦ ଥିଲା।

ଯଦିଓ ସରକାର ଲକଡ଼ାଉନ୍ ୪.୦ ବାବଦରେ କିଛି ଘୋଷଣା କରି ନାହାନ୍ତି ହେଲେ ଅଟୋ, ସପିଂ ମଲ୍, ଘରୋଇ ବିମାନ, ମେଟ୍ରୋ, ବସ୍, ସେଲୁନ୍, ଘରେଇ ଉପକରଣ ମରମତି ଦୋକାନ ଆଦିକୁ ଖୋଲିବା ପାଇଁ ଅନୁମତି ଦେଇପାରନ୍ତି। ତେବେ ଏହି ସବୁ ସେବା ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ଖୋଲିପାରେ। ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନର ଅବଧି ୧୪ ଦିନ ରହିବ ବୋଲି ଆକଳନ କରାଯାଉଛି।

ଲକଡାଉନ୍ ୪.୦ ନେଇ ଏବେ ପ୍ରଧାନମନ୍ତ୍ରୀ ଆଲୋଚନା କରୁଛନ୍ତି। ଖୁବଶୀଘ୍ର ଘୋଷଣା ହୋଇପାରେ। ଏହାପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କର ବ୍ୟକ୍ତିଗତ ସଚିବ ପି.କେ ମିଶ୍ର, କ୍ୟାବିନେଟ ସଚିବ ରାଜୀବ ଗୌବା, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ଶୁକ୍ରବାର ଏ ବାବଦରେ ଆଲୋଚନା କରିଥିଲେ। ଶନିବାର ସକାଳେ ମଧ୍ୟ ପୁଣିଥରେ ଆଲୋଚନା କରିଥିବା ସୂଚନା ରହିଛି।

ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ବେଲେ ଆଉ ୧୪ ଦିନ ଲକଡାଉନ୍ ବଢ଼ାଇବାକୁ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ତେଣୁ ସମସ୍ତ ଦିଗକୁ ନଜରରେ ରଖି ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ୧୪ ଦିନ ପାଇଁ ବଢ଼ାଇପାରନ୍ତି କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ।

ଅନ୍ୟପଟେ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ବଢ଼ିଚାଲିଛି। ପ୍ରତିଦିନ ଦେଶରେ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ କମ୍ୟୁନିଟିକୁ ସଂକ୍ରମିତ ହୋଇଛି ବୋଲି କିଛି ବିଶେଷଜ୍ଞ ମତ ରଖିଛନ୍ତି।

ସୂଚନାଯୋଗ୍ୟ, ମେ’ ୨୪ ରାତିରୁ ଦେଶ ଲକଡାଉନ୍ ରହିଛି। ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ଏପ୍ରିଲ ୧୪ରେ ଶେଷ ହୋଇଥିଲା। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ ବାତିଲ୍ ରହିଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟଲେ ଚାଷୀ ମାନଙ୍କ କ୍ଷେତ୍ରରେ କୋହଳ କରାଯାଇଥିଲା। ଏମିତିକି ଗାଁ ଗୁଡ଼ିକରେ ଛୋଟ ଶିଳ୍ପ ଖୋଲିବାକୁ ସରକାର ଅନୁମତି ଦେଇଥିଲେ। ଏହାପରେ ତୃତୀୟ ପର୍ଯ୍ୟାୟରେ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ଘୋଷଣା କରିଛନ୍ତି ସରକାର। ରେଡ୍ ଜୋନରେ ସବୁ ବନ୍ଦ ରହିଛି। ଆଉ ଦୁଇଟି ଜୋନରେ କିଛି ନିର୍ଦ୍ଦଷ୍ଟ ସର୍ତ୍ତ ସହିତ ସରକାର ଦୋକାନ, ବଜାର ଖୋଲିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos