ଭୋପାଲ: ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ରାୟ ଶୁଣାଇବା ପରେ କଂଗ୍ରେସ ନେତା ଦିଗବିଜୟ ସିଂହ ଏହାକୁ ସ୍ୱାଗତ କରିଥିଲେ। ହେଲେ ଏହି ଆଳରେ ବାବ୍ରି ମସଜିଦ ହିଂସା ଘଟଣାର ଅପରାଧୀ କେବେ ଦଣ୍ଡ ପାଇବେ ସେ ନେଇ ପ୍ରଶ୍ନ କରିଥିଲେ। ଯାହାର ଜବାବ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ବିକୃତ ମାନସିକ ବ୍ୟକ୍ତିଙ୍କୁ ସମାଜ ଠିକ୍ ଜବାବ ଦେବ ବୋଲି ସେ କହିଛନ୍ତି।
ଆଜି ଟୁଇଟ୍ କରି ଦିଗବିଜୟଙ୍କୁ ଟ୍ୟାଗ କରି ଶିବରାଜ ଲେଖିଛନ୍ତି, ଅଯୋଧ୍ୟା ରାୟ ପରେ ସାରା ଦେଶ ଏକ ହୋଇଛି। ଦୀର୍ଘ ବର୍ଷର ମାମଲାର ରାୟ ଆସିଥିବାରୁ ସମସ୍ତେ ଖୁସି ଅଛନ୍ତି। ଏଭଳି ସ୍ଥିତିରେ ସମାଜରେ ବିଭେଦ ସୃଷ୍ଚି କରିବାକୁ ଚେଷ୍ଟା କରୁଥିବା ବିକୃତ ମାନସିକ ବ୍ୟକ୍ତିଙ୍କୁ ସମାଜ ଦେବ ବୋଲି ଶିବରାଜ କହିଛନ୍ତି।
मन आनंद और प्रसन्नता से भरा हुआ है, अयोध्या मामले का निर्णय आने के बाद सारा देश एकसाथ खड़ा है। प्रत्येक समाज के नागरिकों ने सामाजिक सौहार्द्र की मिसाल पेश की है। ऐसे में समाज में खाई पैदा करने का प्रयास करने वाले तथा समाज को बांटने वाली इस विकृत मानसिकता का जवाब समाज स्वयं देगा! https://t.co/TlqufuXxmi
— Shivraj Singh Chouhan (@ChouhanShivraj) November 11, 2019
ସୂଚନାଯୋଗ୍ୟ, ଗତକାଲି ଦିଗବିଜୟ ସିଂହ ଟୁଇଟ୍ କରି କହିଥିଲେ ବାବ୍ରି ମସଜିଦ ହିଂସା ଘଟଣାକୁ ଅପରାଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାରି ଭିତରେ ୨୭ ବର୍ଷି ବିତିଛି। କେବେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଆଗକୁ ଦେଖିବାକୁ ବାକି ରହିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।