ନର୍ଥଇଷ୍ଟରେ ହିଂସା, ଭାରତ ଗସ୍ତ ବାତିଲ କଲେ ବାଂଲା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଉତ୍ତର ପୂର୍ବ ଭାରତରେ ହିଂସା ଦେଖାଯାଇଥିବାବେଳେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବ୍ଦୁଲ ମୋମେନ୍ ଭାରତ ଗସ୍ତ ବାତିଲ କରିଛନ୍ତି। ଯଦିଓ ଅଫିସିଆଲ ସୂତ୍ରରୁ କୌଣସି ନିର୍ଦ୍ଦିଷ୍ଟ କାରଣ କୁହାଯାଇନାହିଁ, ସେ ଏବେ ଆସିବେ ନାହିଁ ବୋଲି ସୂଚନା ମିଳିନାହିଁ। ସୂଚନାଯୋଗ୍ୟ ଯେ, ସେ ଡିସେମ୍ବର ୧୨ରୁ ୧୪ ଭାରତ ଆସିବାର ଥିଲା। ବୈଦେଶିକ ମନ୍ତ୍ରଣାଳୟର ସୂଚନା ମୁତାବକ ସେ ସନ୍ଧ୍ୟା ୫.୨୦ରେ ନୂଆଦିଲ୍ଲୀ ପହଞ୍ଚିବାର ଥିଲା। ବୁଧବାର ଏହି […]

memon

memon

Subrat Kumar Nayak
  • Published: Thursday, 12 December 2019
  • Updated: 12 December 2019, 03:47 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଉତ୍ତର ପୂର୍ବ ଭାରତରେ ହିଂସା ଦେଖାଯାଇଥିବାବେଳେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବ୍ଦୁଲ ମୋମେନ୍ ଭାରତ ଗସ୍ତ ବାତିଲ କରିଛନ୍ତି। ଯଦିଓ ଅଫିସିଆଲ ସୂତ୍ରରୁ କୌଣସି ନିର୍ଦ୍ଦିଷ୍ଟ କାରଣ କୁହାଯାଇନାହିଁ, ସେ ଏବେ ଆସିବେ ନାହିଁ ବୋଲି ସୂଚନା ମିଳିନାହିଁ। ସୂଚନାଯୋଗ୍ୟ ଯେ, ସେ ଡିସେମ୍ବର ୧୨ରୁ ୧୪ ଭାରତ ଆସିବାର ଥିଲା। ବୈଦେଶିକ ମନ୍ତ୍ରଣାଳୟର ସୂଚନା ମୁତାବକ ସେ ସନ୍ଧ୍ୟା ୫.୨୦ରେ ନୂଆଦିଲ୍ଲୀ ପହଞ୍ଚିବାର ଥିଲା।

ବୁଧବାର ଏହି ବିଲି ରାଜ୍ୟସଭାରେ ପାରିତ ହୋଇଯାଇଛି। ତେବେ ଏହାକୁ ନେଇ ଉତ୍ତର ପୂର୍ବ ଭାରତରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ଏହି ବିଲ୍ରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧର୍ମ କାରଣରୁ ନିର୍ଯାତନାର ଶିକାର ହୋଇ ଭାରତ ଆସିଥିବା ୬ଟି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏଥିରେ ପୂର୍ବର କିଛି ନିୟମରେ କୋହଳ କରାଯାଇଛି। ବିରୋଧୀ ଦଳମାନେ ଏହାକୁ ଭେଦଭାବ କହିବା ସହ ସମ୍ବିଧାନର ଆର୍ଟିକିଲ୍ ୧୪ର ଉଲ୍ଲଂଘନ ବୋଲି କହିଛନ୍ତି।

ବୁଧବାର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ମୋମେନ୍‌ ଢାକାଠାରେ ଭାରତର ସହିଷ୍ଣୁତାକୁ ପ୍ରଶଂସା କରିଥିଲେ। କିନ୍ତୁ ଭାରତର ନୂଆ ବିଲ ଧର୍ମନିରପେକ୍ଷତାକୁ ପ୍ରଭାବିତ କରିବା ସହ ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରିବ ବୋଲି କହିଥିଲେ। ସଂଖ୍ୟାଲଘୁ ତାଙ୍କ ଦେଶରେ ନିର୍ଯାତିତ ହେଉଥିବା କଥାକୁ ସେ ମିଛ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos