ଲକ୍ଷ୍ନୌ: ପାଠ୍ୟ ପୁସ୍ତକରେ ‘ଭଗବଦ୍ ଗୀତା’କୁ ସାମିଲ୍ କରାଯିବା ନେଇ ଏକ ପିଆଇଏଲକୁ ଖାରଜ କରି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ବୁଧବାର ଏହି ପିଆଇଏଲକୁ ଅସ୍ପଷ୍ଚ ଏବଂ ଭୁଲ୍ ବୋଲି ଦର୍ଶାଇଛନ୍ତି ହାଇକୋର୍ଟ। ବ୍ରହ୍ମା ଶଙ୍କର ଶାସ୍ତ୍ରୀ ନାମକ ବ୍ୟକ୍ତି ଏହି ପିଆଇଏଲ ବା ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଯେଉଁଥିରେ ସମାଜର ସାମଗ୍ରିକ ଲାଭ ପାଇଁ ଭଗବଦ୍ ଗୀତାକୁ ସମସ୍ତ ପାଠ୍ୟ ଖସଡ଼ାରେ ସାମିଲ୍ କରିବାକୁ ସେ ଦାବି କରିଥିଲେ।
ଜଷ୍ଟିସ ପଙ୍କଜ ମିତ୍ତଲ ଏବଂ ଜଷ୍ଟିସ ସୌରଭ ଲାଭାନିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଅସ୍ପଷ୍ଟ ବୋଲି କହିଛନ୍ତି। ବେଞ୍ଚ କହିଛନ୍ତି ଯେ ଆବେଦନକାରୀ ସଂପୃକ୍ତ ଶିକ୍ଷା ବୋର୍ଡ ସହ ଏ ବାବଦରେ ଆଲୋଚନା କରିବା ଦରକାର। ପାଠ୍ୟ ଖସଡ଼ାରେ କଣ ରହିବ ସେ ଅଧିକାର ବୋର୍ଡ ପାଖରେ ରହିଛି ବୋଲି ଖଣ୍ଡପୀଠ କହିଛନ୍ତି।
ପ୍ରାଥମିକ ଶିକ୍ଷା ପାଖରୁ ଆରମ୍ଭ କରି ଉଚ୍ଚଶିକ୍ଷା ଯାଏ ସମସ୍ତ ବିଷୟରେ ବିଦ୍ୟାର୍ଥୀ ମାନଙ୍କୁ ଭଗବଦ୍ ଗୀତା ଶିକ୍ଷା ଦିଆଯାଉ ବୋଲି ପିଆଇଏଲରେ ଦାବି ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।