ମିନସ୍କ : ଭାରତ ଓ ବେଲାରୁଷ ମଧ୍ୟରେ ବୁଧବାର ୬ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁଇଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ କାର୍ଯ୍ୟ ଯୋଜନା, ଦୈତ୍ୱ ଟିକସ ଓ ବିଭାଗୀୟ ଚୋରି ନିବାରଣ ବୁଝାମଣାରେ ସଂଶୋଧନର ଏକ ପ୍ରୋଟୋକଲ ଉପରେ ଚୁକ୍ତି ସ୍ୱାକ୍ଷର କରାଯାଇଛି। ଭାରତୀୟ ମାନକ ବ୍ୟୁରୋ ଓ ବେଲାରୁଷର ଷ୍ଟେଟ କମିଟି ଫର ଷ୍ଟାଣ୍ଡାର୍ଡାଇଜେସନ ଅନ କୋଅପରେସନ ମଧ୍ୟରେ ମାନକୀକରଣ ତଥା ସୂଚନା ସହଯୋଗ ଏବଂ ପ୍ରସାର ଭାରତୀ ଓ ବେଲଟେଲେ ରେଡିଡ଼ କମ୍ପାନୀ ମଧ୍ୟରେ ପ୍ରସାରଣ ସହଯୋଗ ପାଇଁ ଏକ ସମ୍ମତି ପତ୍ରରେ ଚୁକ୍ତି ସ୍ୱାକ୍ଷର ହୋଇଛି। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବୁଧବାର ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଭି ଲୁକାଶେଙ୍କୋଙ୍କୁ ଭେଟିବା ଅବସରରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହାସହ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ଏବଂ ବେଲାରୁଷର ଅର୍ଥ ମନ୍ତ୍ରାଳୟ ମଧ୍ୟରେ ସହଯୋଗ ବୃଦ୍ଧି, ଭାରତର ବୟନ ଶିଳ୍ପ ମନ୍ତ୍ରଣାଳୟ ଓ ବେଲାରୁଷର ବେଲେଗପ୍ରୋମ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେ. ସଞ୍ଜୟ ମୂର୍ତ୍ତୀ ନୂଆ ସିଏଜି ନିଯୁକ୍ତ
କେ. ସଞ୍ଜୟ ମୂର୍ତ୍ତୀଙ୍କୁ ନୂଆ କମ୍ପଟ୍ରୋଲର୍ ଏବଂ ଅଡିଟର ଜେନେରାଲ୍ (CAG) ଭାବରେ ନିଯୁକ୍ତ କରିଛନ୍ତି ଭାରତ ସରକାର। ଅଗଷ୍ଟ ୨୦୨୦ରୁ ସିଏଜି ଭାବେ କାର୍ଯ୍ୟ କରୁଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହେଉଛି।
National
କାରରେ ଯାଉଥିବା ବେଳେ ଅନୀଲ ଦେଶମୁଖଙ୍କୁ ପଥର ମାଡ଼, ମୁଣ୍ଡ ଫାଟିଲା
ପଥର ମାଡ଼ରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ଏଥିପାଇଁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
National
ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇ ପଳାଉଥିଲା ପାକିସ୍ତାନ
ନୋ-ଫିଶିଂ ଜୋନରେ ମାଛ ଧରୁଥିବାବେଳେ ଧରିନେଉଥିଲା ପାକିସ୍ତାନ। ସମୁଦ୍ରରେ ପାକିସ୍ତାନୀ ଜାହାଜକୁ ଦୀର୍ଘ ଦୁଇ ଘଣ୍ଟା ପିଛା କରି ମତ୍ସ୍ୟଜୀବୀଙ୍କୁ ମୁକୁଳାଇଲା ଭାରତୀୟ କୋଷ୍ଟଗାର୍ଡ।
Politics
କ୍ଷମତାରେ ଥିବା ବେଳେ ୟୁପିଏ ଭୁଲ କରିଥିବା କଥା ସ୍ୱୀକାର କଲେ ରାହୁଲ ଗାନ୍ଧି
କ୍ଷମତାରେ ଥିବା ବେଳେ ୟୁପିଏ ଜାତିଗତ ଜନଗଣନା କରି ନଥିଲା। ୟୁପିଏ ପ୍ରଥମେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ ନ କରିବା ଭୁଲ ଥିଲା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।
National
ପ୍ରବେଶ ନିଷେଧ: ମୁସଲିମ ବ୍ୟବସାୟୀମାନଙ୍କୁ ମେଳାରୁ ତଡ଼ି ଦେଲେ
ସ୍ୱଦେଶୀ ମେଳାକୁ ମୁସଲିମଙ୍କ ପ୍ରବେଶ ନିଷେଦ୍ଧ ବୋଲି ମଧ୍ୟ ଆୟୋଜନକମାନେ କହିଥିବା ଅଭିଯୋଗ ହୋଇଛି। ମୁସଲିମ ବ୍ୟବସାୟୀମାନେ ଷ୍ଟଲ ବୁକ କରିବା ସହ ଆବଶ୍ୟକ ଫି’ ଦେଇଥିଲେ।