ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ଦେବା ନେଇ ବାକ୍ ଯୁଦ୍ଧ ଚାଲିଛି। ଏବେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ମଧ୍ୟ ଭାରତ ରତ୍ନ ଦେବା ନେଇ କଂଗ୍ରେସ ସାଂସଦ ମନୀଷ ତିଓ୍ୱାରୀ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଏ ନେଇ ଏକ ଚିଠି ଲେଖିଛନ୍ତି।
ସେ କହିଛନ୍ତି, ସହିଦ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବ ବିଟ୍ରିଶ ସରକାରକୁ ବିରୋଧ କରି ଦେଶରେ ଆନ୍ଦୋଳନକୁ ପ୍ରେରିତ କରିଥିଲେ । ଏହାପରେ ଏହି ତିନି ଜଣ ନିଜର ଦେଶ ପାଇଁ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ବଳିଦାନ ଦେଇଥିଲେ । ତେଣୁ ଆଗାମୀ ସାଧାରଣ ତନ୍ତ୍ର ଦିବସରେ ଏହି ତିନି ସ୍ୱାଧୀନତା ସଂଗ୍ରାମୀଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ସେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଏହି ତିନି ସ୍ୱାଧନୀତା ସଂଗ୍ରାମୀଙ୍କୁ ସହିଦ-ଏ-ଆଜାମ ସମ୍ମାନରେ ସମ୍ମାନିତ କରାଯାଇଛି। ଏବେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଗଲେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଚିତ୍ ସମ୍ମାନ ମିଳିବ ବୋଲି ସେ କହିଛନ୍ତି।
My letter to H’onble Prime Minister @narendramodi formally requesting him to accord Bharat Ratna to Shaheed-E-Azam’s Bhagat Singh, Rajguru & Sukhdev.Formally Confer the honorific of Shaheed-E-Azam on them & dedicate Chandigarh Airport located in Mohali in memory of Bhagat Singhji pic.twitter.com/PfqduZq8oi
— Manish Tewari (@ManishTewari) October 26, 2019
ଏଥିସହ ପଞ୍ଜାବର ମୋହାଲିରେ ଥିବା ଚଣ୍ଡିଗଡ ବିମାନ ବନ୍ଦରକୁ ଭଗତ ସିଂହ ନାମରେ ନାମିତ କରାଯାଉ ବୋଲି ସେ ମନୀଷ ତିଓ୍ୱାରୀ ଦାବି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।