ପାଟନା: ବିହାରର ଗୟା ଜିଲ୍ଲା ଅନ୍ତର୍ଗତ ଆମାସରେ ମାଓବାଦୀ ଭିଆଇଛନ୍ତି ଲଙ୍କ।କାଣ୍ଡ। ରବିବାର ପୋଲିସ୍ ଏନକାଉଣ୍ଟର ପ୍ରତିବାଦରେ ମାଓବାଦୀମାନେ ଆଜି ବହୁ ଟ୍ରକ୍ ସହ ୩୨ଟି ଗାଡ଼ିରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏପରିକି ରାସ୍ତାରେ କିଛି କାର୍ ଅଟକାଇ ଗାଡିରୁ ଆରୋହୀଙ୍କ ବାହାର କରି ସେଥିରେ ନିଆଁ ଲଗାଇ ଦେଇଛନ୍ତି। ଗତକାଲି ବିଳମ୍ୱିତ ରାତିରୁ ଆଜି ଭୋର୍ ମଧ୍ୟରେ ଏଇ କାଣ୍ଡ ଘଟାଇଛନ୍ତି ମାଓବାଦୀ। ଗତ ସପ୍ତାହରେ ଗୟାର ବାରାଛତ୍ତି ପୋଲସ୍ ଷ୍ଟେସନ୍ ଅଞ୍ଚଳରେ ମିଳିତ ବାହିନୀର ଏନକାଉଣ୍ଟର ଜଣେ ମହିଳା ମାଓବାଦୀର ମୃତ୍ୟୁ ହେବା ସହ ଅନ୍ୟ ଜଣେ ଆହତ ହୋଇଥିଲା। ଏହି ଘଟଣା ପରେ ସୁରକ୍ଷାକର୍ମୀ ୮ ଜଣ ମାଓବାଦୀଙ୍କୁ ଗିରଫ ବି କରିଥିଲେ। ଏହାର ପ୍ରତିବାଦରେ ମାଓବାଦୀ ଏହି କାଣ୍ଡ ଘଟାଇବା ସହ ଆଜିଠାରୁ ବିହାର ଓ ଝାରଖଣ୍ଡରେ ଦୁଇ ଦିନିଆ ବନ୍ଦ ଡାକରା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।