ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ବିଏମସି ବଦଳାଇଲା ସ୍କୁଲ୍ ଖୋଲିବା ନିଷ୍ପତ୍ତି

ମୁମ୍ବାଇ: କେନ୍ଦ୍ର ସରକାରଙ୍କ ଅନୁମତିକ୍ରମେ ନିକଟରେ କିଛି ରାଜ୍ୟରେ ସ୍କୁଲ୍ ଖୋଲିଥିଲା। କିନ୍ତୁ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ବଢ଼ିଛି। କିଛିଦିନ ତଳେ ହରିଆଣାରେ ସ୍କୁଲ ଖୋଲିଥିଲା। ହେଲେ କରୋନା ପାଇଁ ସ୍କୁଲରେ ଯୋଗ ଦେଇଥିବା ଶହ ଶହ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହରିଆଣାକୁ  ଦେଖି ମହାରାଷ୍ଟ୍ର ସରକାର ମଧ୍ୟ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ନଭେମ୍ବର 23 ପାଖରୁ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବାକୁ ସରକାର ଅନୁମତି ଦେଇଥିଲେ। […]

Corona

Corona

Subhransu Sekhar
  • Published: Friday, 20 November 2020
  • Updated: 20 November 2020, 09:29 PM IST

Sports

Latest News

ମୁମ୍ବାଇ: କେନ୍ଦ୍ର ସରକାରଙ୍କ ଅନୁମତିକ୍ରମେ ନିକଟରେ କିଛି ରାଜ୍ୟରେ ସ୍କୁଲ୍ ଖୋଲିଥିଲା। କିନ୍ତୁ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ବଢ଼ିଛି। କିଛିଦିନ ତଳେ ହରିଆଣାରେ ସ୍କୁଲ ଖୋଲିଥିଲା। ହେଲେ କରୋନା ପାଇଁ ସ୍କୁଲରେ ଯୋଗ ଦେଇଥିବା ଶହ ଶହ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ହରିଆଣାକୁ  ଦେଖି ମହାରାଷ୍ଟ୍ର ସରକାର ମଧ୍ୟ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ନଭେମ୍ବର 23 ପାଖରୁ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବାକୁ ସରକାର ଅନୁମତି ଦେଇଥିଲେ। ଏବେ କିନ୍ତୁ ମହାରାଷ୍ଟ୍ରର ଶିକ୍ଷା ମନ୍ତ୍ରୀ ଭର୍ସା ଗାଇକୱାଡ ଏହି ପ୍ରସଙ୍ଗରେ ସମସ୍ତ ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ଉପରେ ଛାଡିଛନ୍ତି।

ରାଜ୍ୟ ସରକାରଙ୍କ ଅନୁମତି ପାଇବା ପରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ମଧ୍ୟ ନଭେମ୍ବର 23ରୁ ସହରରେ ସ୍କୁଲ ଖୋଲିବାକୁ ଅନୁମତି ଦେଇଥିଲା। କିନ୍ତୁ ଶୁକ୍ରବାର ଦିନ ବିଏମସି ଦିଲ୍ଲୀ ସମେତ ଅନ୍ୟାନ୍ୟ ସ୍ଥାନରେ କରୋନା ସଂକ୍ରମଣ ମାମଲା ଅନିୟନ୍ତ୍ରିତ ହେବାରୁ ନିଷ୍ପତ୍ତିକୁ ବଦଳାଇଛି। ବର୍ତ୍ତମାନ ବିଏମସି କହିଛି ଯେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ (31 ଡିସେମ୍ବର 2020) ମୁମ୍ବାଇର କୌଣସି ସ୍କୁଲ୍ ଖୋଲିବ ନାହିଁ। ତେବେ ସମସ୍ତଙ୍କ ପାଇଁ ଅନଲାଇନ କ୍ଲାସ୍ ଚାଲିବ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦେଖି ଦେଶ ଚଳିତ ବର୍ଷ ମାର୍ଚ୍ଚ ମାସ ଅଧାରୁ ସ୍କୁଲ୍ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos